ନିର୍ଦ୍ଦେଶ ସତ୍ତ୍ୱେ ଖୋଲୁନି ଢାବା, ଗ୍ୟାରେଜ

କେନ୍ଦୁଝର, ୯ା୪ (ସ୍ବ.ପ୍ର.)-କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା ହୋଇଛି । ଏଣୁ ସମଗ୍ର ଦେଶରେ ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ଯାତ୍ରୀବାହୀ ବସ, ଟ୍ରେନ ଆଦି ବନ୍ଦ ରହିଛି। ତେବେ ଏହି କଟକଣାରୁ ବାଦ ପଡିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ, ଲୁହାପଥର, ଫଳ, ମାଛ, ଅଣ୍ଡା, ତେଲ, ପିଡିଏସ ସାମଗ୍ରୀ ଆଦି ବୋଝେଇ ମାଲବାହୀ ଟ୍ରକ। ତେବେ ଲକ୍‌ଡାଉନ୍‌ ପାଇଁ ହୋଟେଲ, ଦୋକାନବଜାର ଆଦି ବନ୍ଦ ଥିବାରୁ ରାସ୍ତାରେ ଯାତାୟତ କରୁଥିବା ଏହି ଟ୍ରକ ଚାଳକ, ହେଲପରମାନେ ଖାଇବା ପାଇଁ ବହୁ ଅସୁବିଧା ଭୋଗୁଥିବା ବେଳେ ଗାଡି ଖରାପ ହେଲେ ସଜାଡି ନ ପାରି ଅଧା ରାସ୍ତାରେ ହୀନସ୍ତା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ହାଇଓ୍ବେ କଡରେ ପ୍ରତି ୨୦ କି.ମି. ଦୂରରେ ଏକ ଢାବା ଓ ଗ୍ୟାରେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଏହି ସବୁ ରାସ୍ତାରେ ଦୈନିକ ଶହ ଶହ ଟ୍ରକ ଚଳାଚଳ କରୁଛି । ତେବେ ରାସ୍ତାରେ କୌଣସି ଢାବା ବା ଗ୍ୟାରେଜ ଖୋଲା ନ ଥିବାରୁ ଗାଡି ଚାଳକ ମାନେ ଖାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। କେତେକ ରାସ୍ତା କଡରେ ଗାଡି ଛିଡା କରି ରୋଷେଇ କରି ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ନଚେତ ଭୋକ ଓପାସରେ ଯାତାୟତ କରୁଥିବା ଲାଇନ ଟ୍ରକ ଚାଳକ ମାନେ ଦୁଃଖର ସହ କହିଛନ୍ତି। ସେହିପରି କରୋନା ବ୍ୟାପିବା ଆଶଙ୍କା କରି ଅନେକ ସ୍ଥାନରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଢାବା ଖୋଲାଯାଉନାହିଁ ବୋଲି ଢାବା ମାଲିକ କହିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରି ଢାବା ଓ ଗ୍ୟାରେଜ ଖୋଲିବା ପାଇଁ ପଦକ୍ଷେପ ନେବାକୁ ଗାଡି ଚାଳକ ମାନେ ଦାବି କରୁଛନ୍ତି । ଏନେଇ ଡିଏସପି (ଡିଆଇବି) ହରିଶ ପାଣ୍ଡେ କହିଛନ୍ତି ଯେ, ଢାବା ଓ ଗ୍ୟାରେଜ ଖୋଲିବାକୁ କୁହାଯାଇଛି। ସେମାନେ ନିଜେ ବିଭିନ୍ନ କାରଣରୁ ବନ୍ଦ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri