ନିର୍ଦ୍ଦେଶନାମାର ପ୍ରୟୋଗ କମ୍‌, ପ୍ରଚାର ଅଧିକ: କାହା ପାଇଁ ତାଲା, କାହା ପାଇଁ ଖୋଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନାକୁ ରୋକୁଥିବା ମୁଖ୍ୟଅସ୍ତ୍ର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କ୍ଷେତ୍ରରେ ସାଲିସ୍‌ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ତାଲାବନ୍ଦ ଥିବାବେଳେ ବଡ଼ ବ୍ୟବସାୟୀଙ୍କ ପାଇଁ ଭୁବନେଶ୍ୱର ବଜାର ଖୋଲା ରହିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସୂଚନାଥାଉ କି, ଗୋଟିଏ ସ୍ଥାନରେ କିମ୍ବା ଗୋଟିଏ ଛାତ ତଳେ ୫ରୁ ଊର୍ଦ୍ଧ୍ୱ ଦୋକାନ ଥିଲେ ତାହାକୁ ମାର୍କେଟ କମ୍ପ୍ଲେକ୍ସ ଘୋଷଣା ସହ ସେଠାରେ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ହେଲେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏବେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ବିଏମ୍‌ସିର କେତେଜଣ ଅଧିକାରୀ ହାତଗୁଞ୍ଜା ନେଇ ଦୋକାନ ଖୋଲିବାକୁ ବ୍ୟବସାୟୀଙ୍କୁ ଅନୁମତି ଦେଇଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଦେଶ ଉଲ୍ଲଂଘନ କରି ବ୍ୟବସାୟ ମେଲିଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଞ୍ଚତ୍ତ ଦୋକାନୀମାନେ ଦାବି କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ବ୍ୟବସାୟିକ ଅଞ୍ଚଳ କୁହାଯାଉଥିବା ଜନପଥ, ବାପୁଜୀନଗର, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ପାର୍ଶ୍ୱ, ରାଜମହଲରୁ ଏଜି ଛକ, ସିଆର୍‌ପି ଛକ ନିକଟ ବିଲ୍ଡିଂଗୁଡ଼ିକରେ ଏକାଧିକ ଦୋକାନ ଘର ଖୋଲା ରହୁଛି। ଏପରି କି ଜନପଥ କଡ଼ରେ ଥିବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌, ଗହଣା ଦୋକାନଗୁଡ଼ିକ ମଧ୍ୟ ଖୋଲା ରହୁଥିବା ନଜରକୁ ଆସିଛି।

ଏ ସମ୍ପର୍କରେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, କେଉଁଠି କେଉଁ ଦୋକାନ ଖୋଲା ରହିବ ତାର ନିଷ୍ପତ୍ତି କମିଶନର ଚୌଧାରୀ ନେଉଛନ୍ତି। ମୁଖ୍ୟତଃ ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ବ୍ୟବସାୟୀମାନେ ଖୋଲିପାରିବେ ବୋଲି ଅନୁମତି ଦିଆଯାଇଛି। କେତେଜଣ ବ୍ୟବସାୟୀ ବିଏମ୍‌ସିର ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି। ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି ଡେପୁଟି କମିଶନର ରଥ କହିଛନ୍ତି। ତେବେ ଏନେଇ ବିଏମ୍‌ସି କମିଶନରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

ଉଲ୍ଲେଖଯୋଗ୍ୟ, ଦୋକାନ ବନ୍ଦ ଯୋଗୁ ଦୀର୍ଘଦିନ ଧରି ହାତବାନ୍ଧି ବସିଥିବାରୁ ପ୍ରତିଷ୍ଠାନ ଖୋଲି ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ବ୍ୟାକୁଳ ହେବା ସ୍ବାଭାବିକ୍‌। କିନ୍ତୁ ନିର୍ଦ୍ଦେଶ ପ୍ରୟୋଗରେ ଭେଦଭାବ କରାଯିବାରୁ ଓ ବିଏମ୍‌ସି ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିବା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଦୋକାନ ଖୋଲିପାରୁ ନାହାନ୍ତି। ଏଥିନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିଏମ୍‌ସି ନିର୍ଦ୍ଦେଶନାମା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି। ସାମଜିକ ଦୂରତ୍ୱ ନିୟମକୁ ପାଳନ କରି ନିୟନ୍ତ୍ରଣରେ ବ୍ୟବସାୟ ହେଲେ ସଂକ୍ରମଣରୁ ରକ୍ଷା ମିଳିବା ସହ ସହରର ଅର୍ଥନୀତି ଗାଡ଼ି ମଧ୍ୟ ଗଡ଼ିବା ଆରମ୍ଭ କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri