ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି

ପୁରୀ ଅଫିସ, ୯।୭: ପବିତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତିଭରା ପରିବେଶରେ ଉଚ୍ଛୁଳୁଛି ବଡ଼ଦାଣ୍ଡ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ସାହି, ଗଳିରେ ବି ଆଧ୍ୟାତ୍ମିକ ବାତାବରଣ। ସଞ୍ଜ ନଇଁଲେ ଗୁଞ୍ଜରିତ ହେଉଛି ମହାପ୍ରଭୁଙ୍କ ଭଜନ ଓ ଜଣାଣ। ସୋମବାର ସନ୍ଧ୍ୟାରେ ବଡ଼ଶଙ୍ଖଠାରେ ଅନୁଷ୍ଠିତ ହୋଇଥିଲା ୩୯ତମ ହେରାପଞ୍ଚମୀ ଭଜନ ସମାରୋହ। ଶରଧାବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଭକ୍ତିଭରା ଭଜନ ସମାରୋହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ମୁଖ୍ୟଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ହାଇଟେକ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ ଯୋଗଦେଇଥିଲେ। ଏଥିରେ ଅନୁଷ୍ଠାନର ସମ୍ପାଦକ ଘନଶ୍ୟାମ ମର୍ଦ୍ଦରାଜ ବାର୍ଷିକ ବିବରଣୀ ପାଠ କରିଥିଲେ।
ଆୟୋଜିତ ଭଜନ କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ମନଛୁଅଁା ଭଜନ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଶରତ ନାୟକଙ୍କ ମୋ ପ୍ରିୟ ଠାକୁର ହେ ଜଗନ୍ନାଥ…ରୁ ଆରମ୍ଭ ହୋଇଥିଲା ଏହି ଭଜନ ସମାରୋହ। ଏହାପରେ ସେ ବାଉଁଶ କଣିରେ… ଏବଂ କଣ୍ଠଶିଳ୍ପୀ ମାନସୀ ପାତ୍ର ଭକତେ ଡାକନ୍ତି ମଣିମା ମଣିମା…ପରିବେଷଣ କରିଥିଲେ। ଏମାନଙ୍କ ବ୍ୟତୀତ ମନ୍ମଥ ମିଶ୍ର, ଇରା ମହାନ୍ତି, ଶୈଳଭାମା ମହାପାତ୍ର, ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ଗଗନ ବିହାରୀ ଜେନା, ରବୀନ୍ଦ୍ର ମହାପାତ୍ର, ଅନିଲ ବାୱରା, ଅନ୍ତରା ଚକ୍ରବର୍ତ୍ତୀ, ଇପ୍‌ସିତା ପଣ୍ଡା, କ୍ରିଷ୍ଣା ମିଶ୍ର, ପ୍ରତିମା ମିଶ୍ର, କୃଷ୍ଣଚନ୍ଦ୍ର ପାଢୀ, ପ୍ରଦୀପ ପଲେଇ, ମଞ୍ଜୁଶ୍ରୀ ତ୍ରିପାଠୀ ପ୍ରମୁଖ କଣ୍ଠଶିଳ୍ପୀମାନେ ଏକାଧିକ ଭଜନ ପରିବେଷଣ କରିଥିଲେ। ରାତି ପର୍ଯ୍ୟନ୍ତ ବଡଦାଣ୍ଡରେ ଠିଆହୋଇ ଭକ୍ତିଭରା ଭଜନରେ ଭିଜିଥିଲେ ଶ୍ରୋତା।
ଏହି ଅବସରରେ ପଣ୍ଡିତ ବାଣୀଭୂଷଣ ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି, ଚୌଧୁରୀ ଭାରତୀକୃଷ୍ଣ ଦାସଙ୍କୁ ଉତ୍କଳ କଳା କଦମ୍ବ ଉପାଧି ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ କଣ୍ଠଶିଳ୍ପୀ ସୌରଭ ନାୟକଙ୍କୁ ମାଖନଲାଲ୍‌ ହାଲ୍‌ଦାର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଭେଷଜ ନିରୀକ୍ଷକ ରୁଦ୍ରନାରାୟଣ ସାହୁ, କଣ୍ଠଶିଳ୍ପୀ ଅନିଲ ବାୱରା, ଗୀଟାର ବାଦକ ସିଦ୍ଧେଶ୍ୱର ପଟ୍ଟନାୟକ, କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର, ଡାକ୍ତର ସଂଗ୍ରାମ କେଶରୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ପଣ୍ଡା ଓ ଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri