ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ତଥା ଚଳିତ ନିର୍ବାଚନରେ ଜଟଣୀ ବିଧାନସଭାରୁ ବିଜୟ ଲାଭ କରିଥିବା ସୁର ରାଉତରାୟ କହିଛନ୍ତି, ଇସ୍ତଫା ସମାଧାନ ନୁହେଁ। ନିରଞ୍ଜନ ପିସିସି ସଭାପତି ନ ରହିଲେ କଂଗ୍ରେସ ଅବସ୍ଥା ଶୋଚନୀୟ ହେବ। ବେଳା ଖରାପ ଥିବାରୁ କଂଗ୍ରେସ ଲୋକ କଂଗ୍ରେସକୁ ହରାଇଛନ୍ତି। ନିରଞ୍ଜନ ଓ ରାହୁଲ ଇସ୍ତଫା ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏଣୁ ନିରଞ୍ଜନ ସଭାପତି ରୁହନ୍ତୁ। ଏ ନେଇ ସେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଅନୁରୋଧ କରିବେ ବୋଲି ସୁର କହିଛନ୍ତି।

ପ୍ରକାଶଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ର ତଥା ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ପ୍ରଥମ ଥର ଲାଗି ରାଜ୍ୟରେ କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏହାକୁ ନେଇ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ। ତେବେ ସେ ଦଳରେ ଅଛନ୍ତି ଓ ରହିବେ। ଆଗାମୀ ଦିନରେ ଯିଏ ବି ଦଳର ଦାୟିତ୍ୱ ନେବ ସେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରତି ମାଉସୀଙ୍କ ‘ଭୋଜନାଳୟ’

ଭୋଗରାଇ, ୨୧।୩(ପ୍ରଦୀପ ଦାସ)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖ ଭାଗରେ ରହିଛି ଏକ ଭୋଜନାଳୟ। ବାହାରେ ନାହଁ ଅନ୍ୟ ଭୋଜନାଳୟ ଭଳି କିଛି ଚାକଚକ୍ୟ। ନଡ଼ା...

ଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ

ପୁରୀ ଅଫିସ,୧୨।୨: ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଲାମରେ ଦେଉଥିବା ଶ୍ରୀଗୁଣ୍ଡିଚା ରତ୍ନସିଂହାସନ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି।...

ଆଜି କ୍ୟାବିନେଟ୍‌, ୪ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସଂ...

ଉନ୍ନୟନ କାର୍ଯ୍ୟ ପ୍ରଭାବିତ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୩ା୯: ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୮ଟି ରାଜସ୍ବ ଗ୍ରାମକୁ ନେଇ ୧୯୬୦ ମସିହା ଜୁଲାଇ ୧୨ ରେ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ...

ଆଜି ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌...

ସଉଦି ନୋଟ୍‌ ବଦଳାଇବା ଆଳରେ ୨ ଲକ୍ଷ ଠକେଇ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ସଉଦୀ ନୋଟ୍‌କୁ ଭାରତୀୟ ମୁଦ୍ରାରେ ବଦଳାଇବା ଆଳରେ ଜଣେ ବ୍ୟବସାୟୀ ୨ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଏନେଇ କଟକ ବକ୍ସିବଜାର ଅଞ୍ଚଳର ବ୍ୟବସାୟୀ...

ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ସାମଗ୍ରୀ: ଆଇଆର୍‌ସିଟିସି ସହ ଏମ୍‌ଓୟୁ କରିବ ଓର୍‌ମାସ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ...

ଟ୍ରାଫିକ୍‌ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡ଼େ ଚାଲିଛି ଧରପଗଡ଼।...

Advertisement
Archives

Model This Week