ନିଯୁକ୍ତି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ପୌରାଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଫେବୃୟାରୀ ପହିଲାରୁ ନୂତନ ଠିକାଦାର ନିଯୁକ୍ତି ହୋଇଛନ୍ତି। ଦୀର୍ଘବର୍ଷ ଧରି ପୌର ପରିଷଦ ଓ ଠିକାଦାରମାନଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିବା କେତେକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତିରୁ ବାହାର କରିଦେବା ପାଇଁ ନୂତନ ଠିକାଦାର ନିଷ୍ପତ୍ତି ନେଇଥିଲେ। ଏହାର ପ୍ରତିବାଦରେ ଶନିବାର ଠିକା ସଫେଇ କର୍ମଚାରୀମାନେ କାମ ବନ୍ଦ କରି ପୌର କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ସଫେଇ କର୍ମଚାରୀଙ୍କ ଦ୍ୱାରା ଉତ୍ତେଜନା ସୃଷ୍ଟି ହେବାରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ସଦର ସହକାରୀ ତହସିଲଦାର ଶତ୍ରୁଘ୍ନ ସେଠୀ ଓ ଏକ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ ହୋଇଥିଲେ।
କଟକର ଠିକା ସଂସ୍ଥା ମଞ୍ଜୁ ସିକ୍ୟୁରିଟି ସର୍ଭିସ୍‌ ଓ ସ୍ବର୍ଣ୍ଣଦେବୀ ଏଣ୍ଟରପ୍ରାଇଜେସ୍‌କୁ ପୌରାଞ୍ଚଳର ୩୧ଟି ୱାର୍ଡ଼କୁ ୫ଟି ଜୋନ୍‌ରେ ବିଭକ୍ତ କରି ସଫେଇ ଦାୟିତ୍ୱ ଦିଆଯାଇଛି। ସଫେଇ କର୍ମଚାରୀ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ଏଆଇଟିୟୁସି ଜିଲା ସଭାପତି ଭାଗବତ ପ୍ରତିହାରୀ, ସଂଘର କର୍ମକର୍ତ୍ତା ଓ ଠିକାଦାରଙ୍କ ପ୍ରତିନିଧି ସୌମ୍ୟରଞ୍ଜନ ଦାସ ଓ ଅନୀଲ୍‌ କୁମାର ମହାରଣା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ସରକାର ଏବଂ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଯୋଗଦେଇ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ ନୂତନ ଠିକାଦାରମାନେ ନିଯୁକ୍ତି ଦେବେ। ଶ୍ରମିକମାନେ ସେମାନଙ୍କର ଆବଶ୍ୟକ କାଗଜପତ୍ର ତୁରନ୍ତ ଠିକାଦାରଙ୍କ ନିକଟରେ ଦାଖଲ କରିବେ ଓ ପୂର୍ବପରି କାର୍ଯ୍ୟ କରିବେ। ଅଧିକ ଶ୍ରମିକ ନିଯୁକ୍ତି ଆବଶ୍ୟକ ହେଲେ ଠିକାଦାରମାନେ ନୂତନ ନିଯୁକ୍ତି ଦେଇପାରିବେ। ଠିକାଦାରଙ୍କ ଦ୍ୱାରା ଶ୍ରମିକମାନଙ୍କୁ ପ୍ରଦାନ କରାଯାଉଥିବା ମଜୁରି ଓ ଭବିଷ୍ୟନିଧି ପାଣ୍ଠି ଆଇନ୍‌ଗତ ପ୍ରାପ୍ୟ ଶ୍ରମିକମାନେ ଠିକ୍‌ ଭାବେ ପାଉଛନ୍ତି କି ନାହିଁ ସେଥିପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଧ୍ୟାନ ଦେବାର ନିଷ୍ପତ୍ତି ହୋଇଥିଲା। ପରେ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିଲେ। ସଫେଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭଗବାନ ବେହେରା, ମନୋଜ ବେହେରା, ରାଜେଶ ନାୟକ, ଭଗିରଥ ବେହେରା, ରାମ ବେହେରା ପ୍ରମୁଖ ଆଇନ୍‌ଗତ ପ୍ରାପ୍ୟ ପ୍ରଦାନ କଲେ ସଫେଇ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ପାଇଁ ଜିଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri