ନିମ୍ନମାନର ମେଶିନ ଦେଇ ୨୭ ଲକ୍ଷ ଠକେଇ: ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ନିମ୍ନମାନର ସିମେଣ୍ଟ ଇଟା ମେଶିନ ଯୋଗାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଶନିବାର ଫେରିଛି। ସେ ହେଲେ ରାଜସ୍ଥାନ ଆଜମିର ଅଞ୍ଚଳର ଏଲପିଏମ୍‌ ପ୍ରାଇଭେଟ ଲିମିଟେଡର କର୍ମଚାରୀ ମହାବୀର ପ୍ରସାଦ ମାଲି(୩୬)। ସୂଚନାଯୋଗ୍ୟ, ଡୁମୁଡୁମା ମଧୁସୂଦନ ସମବାୟ ନଗରରେ ରହୁଥିବା ମିତ୍ରା ମିଶ୍ର ପଞ୍ଚସଖା ନଗରରେ ଏକ ସିମେଣ୍ଟ ଇଟା କାରଖାନା କରିବା ପାଇଁ ଯୋଜନା କରିଥିଲେ। ଏଥିନିମନ୍ତେ ଆବଶ୍ୟକ ମେଶିନ ଯୋଗାଇବାକୁ ସେ ମହାବୀରଙ୍କ ସହ ଯୋଗାଯୋଗ କରି ୨୦୧୭ ଡିସେମ୍ବରରେ ୨୭ଲକ୍ଷ ୬୬ ହଜାର ଟଙ୍କା ପଠାଇଥିଲେ। ପରେ ତାଙ୍କୁ ମେଶିନ ଯୋଗାଇ ଦିଆଯାଇଥିଲା। କିନ୍ତୁ ତାହା ଡିଲ୍‌ ମୁତାବକ କାର୍ଯ୍ୟକ୍ଷମତା ଓ ବ୍ରାଣ୍ଡର ମେଶିନ ନ ଥିଲା। ଏ ସମ୍ପର୍କରେ ମିତ୍ରା ଅଭିଯୋଗ କରିବା ପାଇଁ ଚାହିଁଲେ ମଧ୍ୟ ମହାବୀର ଆଉ ଫୋନ ଉଠାଇ ନ ଥିଲେ। କିଛିଦିନ ପରେ ମେଶିନ ଖରାପ ହେବା ପରେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ନିରାଶ ହୋଇ ଶେଷରେ ମିତ୍ରାଙ୍କ ଅଭିଯୋଗ ପରେ ପୋଲିସ ୩୪୩/୧୮ନଂ.ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏସ୍‌ଆଇ ନିରଞ୍ଜନ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜମିର ଯାଇ ସ୍ଥାନୀୟ ପୋଲିସ ସହଯୋଗରେ ମହାବୀରଙ୍କୁ ଗିରଫ କରିଥିଲେ। ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୬ ଜୀବନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ...

ଏମାର ମଠରୁ ମିଳିଲା ୮ଖଣ୍ଡ ରୁପା ଇଟା

ପୁରୀ ଅଫିସ, ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ...

କରୋନାକୁ ନେଇ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତା: ଆଡଭାଇଜରି ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୪।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭୂତାଣୁକୁ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।...

୧୯ରୁ ଏଲ୍‌ଆର୍‌ପି ଏଣ୍ଡ୍‌-ଟର୍ମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ସ୍କୁଲ ଖୋଲିବା ପରେ ପିଲାଙ୍କ ଦକ୍ଷତା ମାପିବା ପାଇଁ ରାଜ୍ୟ ସରକାର ଲର୍ନିଂ ରିକଭରି...

କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା

ଭୁବନେଶ୍ୱର,୧୮।୧(ବ୍ୟୁରୋ):: ପୂର୍ବଶତ୍ରୁତା ଓ ଚିକେନ ଖାଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ୨ ସମ୍ପର୍କୀୟ ଭାଇ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୈତ୍ରୀବିହାର ଥାନା...

ବିବେକକୁ ବାଧିବାରୁ ଇସ୍ତଫା: ରଘୁବୀର

ଭୁବନେଶ୍ବର, ୧୩ା୨(ବ୍ୟୁରୋ):ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସେ ଗତ...

ସିକିମ୍‌ ସଡ଼କ ଦୁର୍ଘଟଣା: ଆସନ୍ତାକାଲି ଆସିବ ଓଡ଼ିଆ ଯବାନଙ୍କ ମୃତଦେହ

କବିସୂର୍ଯ୍ୟନଗର,୨୧ା୧୨-ସିକିମ୍‌ର ନାଥୁଲାରେ ଏକ ବରଫାବୃତ୍ତ ରାସ୍ତାରେ ଯବାନଙ୍କ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୩ ଯବାନ ଓ ଜିପ୍‌ରେ ଥିବା କମାଣ୍ଡିଂ...

Advertisement
Archives

Model This Week