Posted inପୁରୀ

ନିମାପଡ଼ାରେ ୫ ଦିନ ପାଇଁ ହାଟ, ବଜାର ବନ୍ଦ

ନିମାପଡ଼ା,୫।୪(ଡି.ଏନ.ଏ)- ମହାମାରୀ କରୋନା ସଂକ୍ରମଣର ବିଭୀଷିକା ପାଇଁ ସାରା ଦେଶରେ ଲକଡାଉନ ସହ କେତେକ ସହରରେ ଶଟ୍‌ଡାଉନ ମଧ୍ୟ କରାଯାଇଛି। ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ପାଇଁ ନିମାପଡ଼ାରେ ଆସନ୍ତା ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହାଟ, ବଜାର, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ମାର୍କେଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଜଣାଇ ଦିଆଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପ୍ରଶାସନ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହାକୁ ଯଦି କେହି ଅବମାନନା କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷେ ପୁରୀ ଜିଲା ପିପିଲିସ୍ଥିତ ଦାନଗହରି ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପିପିଲି ସମେତ ନିମାପଡ଼ାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିନିମନ୍ତେ ନିମାପଡ଼ା, ଚାରିଛକ, ଖେଲାର, ହରିପୁର, ବଳଙ୍ଗା, ବାମନାଳ ଆଦି ଅଞ୍ଚଳରେ ନିମାପଡ଼ାକୁ ସଂଯୋଗ କରୁଥିତ୍ବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି। ପ୍ରତି ଛକରେ ପୋଲିସ ବ୍ୟାରିକେଡ ପକାଇ ଯିବାଆସିବା ଯାନବାହନକୁ କଡ଼ା ଯାଞ୍ଚ କରୁଛି। ଲକଡାଉନ ବ୍ୟବସ୍ଥାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ...

ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା...

ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ ୧୫।୬: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା।...

ମାନସିକ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌ ବିଲ୍‌

ପିପିଲି,୭।୪(ସ୍ବ.ପ୍ର.): ବିଦ୍ୟୁତ୍‌ ବିଲ୍‌କୁ ନେଇ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର। ୫ଟି ଏଲଡି ବଲବ୍‌, ୨ଟି ଫ୍ୟାନ ଏବଂ ୧ଟି ଫ୍ରିଜ ପାଇଁ ମାସକୁ ୫ହଜାରରୁ...

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର...

ପୁରୀ ବଡ଼ଦାଣ୍ଡରେ ହଣାହଣି

ପୁରୀ ଅଫିସ, ୧୮ା୩: ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ...

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ...

Advertisement
Archives

Model This Week