ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ପ୍ରିୟଙ୍କା ତାଙ୍କ ପୋଷା କୁକୁର ସହ ଖେଳୁଥିବା ଦେଖାଯାଇଛି। ଏହି ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି ଏବେ ସେ ଘରେ ରହିବାକୁ ସୁରକ୍ଷିତ ମଣିଛନ୍ତି। କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବାକୁ କୁହାଯାଉଛି। କାରଣ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିବାର ସମ୍ଭାବନା ଅଧିକ ଥିବାରୁ ଏହାକୁ ବାରଣ କରାଯାଇଛି। ଏବେ ପ୍ରିୟଙ୍କାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ କରୋନାଠାରୁ ଦୂରେଇ ରହିବାକୁ ଯାଇ ପ୍ରିୟଙ୍କା ନମସ୍କାର ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ଏହାକୁ ପସନ୍ଦ କରିଥିଲେ। ଏଥିରେ ସେ କହିଥିଲେ ନମସ୍କାର ପୁରୁଣା ପରମ୍ପରା ହୋଇଥାଇ ପାରେ ହେଲେ ବର୍ତ୍ତମାନ ସମୟରେ ଏହା ଜରୁରୀ ଓ ସୁରକ୍ଷିତ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର...

୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି...

ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା...

ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକି

ମୁମ୍ବାଇ: ଅଭିନେତା ଭିକି କୌଶଲ ପୁନଶ୍ଚ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ଦ୍ଦେଶକ ଆଦତ୍ୟ ଧରଙ୍କ ପରବର୍ତ୍ତୀ ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।...

୫୯ ବର୍ଷରେ ପଦାର୍ପଣ କଲେ ରତି ଅଗ୍ନିହୋତ୍ରୀ: ଫିଲ୍ମରେ ଅଭିନୟ ପାଇଁ ସହିଥିଲେ ବହୁ ଅତ୍ୟାଚାର

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ମଙ୍ଗଳବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ,...

ଅମୃତାଙ୍କୁ ହାତ ଧରିବା ବେଳେ ୧୧ ବର୍ଷର ଥିଲେ କରିନା: କହିଥିଲେ ‘ ବିବାହର ଶୁଭେଚ୍ଛା ସୈଫ ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ।...

ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ...

ମୋନିକାଙ୍କ ବାଥରୁମରେ ଗୁପ୍ତରେ ଲଗା ଯାଇଥିଲା ସିସିଟିଭି କ୍ୟାମେରା…

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ମୋନିକା ବେଦୀଙ୍କୁ ସୋମବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୫ ଜାନୁୟାରୀ ୧୮ରେ ସେ...

Play 250+ Trending Games
Archives

Model This Week

Why Dharitri