ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ। ଏଥିପାଇଁ ତାଙ୍କୁ ମିଳିଛି ବହୁ ସମ୍ମାନ। ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି ସେ। କେବଳ ପଥର ନୁହେଁ ବାଲୁକା କଳା ପ୍ରତି ବି ତାଙ୍କ ମଧ୍ୟରେ ରହିଛି ଅହେତୁକ ଆକର୍ଷଣ। ଅନେକ ସ୍ଥାନରେ ନିଜର ଏପରି କଳା ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖାସ୍‌ ଏହି ପଥର କାରିଗରି ପାଇଁ ସେ ଶିକ୍ଷକତା ପରି ସମ୍ମାନଜନକ ଚାକିରି ମଧ୍ୟ ଛାଡ଼ିଦେଇଛନ୍ତି।
ଏହି ନିଆରା ପଥର ଶିଳ୍ପୀ ହେଉଛନ୍ତି ବୀରବର ବେହେରା। ୭୦ ବର୍ଷରେ ପହଞ୍ଚି ସାରିଥିବା ବୀରବରଙ୍କ ଘର ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମରେ। ସିମେଣ୍ଟ, ବାଲି, ମାଟିରେ ସେ ଗଢ଼ୁଥିବା ମୂର୍ତ୍ତି, ପ୍ରତିମୂର୍ତ୍ତି ଏତେ ଆକର୍ଷଣୀୟ ଯେ ଦେଖିଲା ଲୋକ କ୍ଷଣଟିଏ ଠିଆ ହୋଇଯାଆନ୍ତି। ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ଢେଙ୍କାନାଳ, କୋରାପୁଟ, ଜଗତସିଂହପୁର, କଟକ ଆଦି ଜିଲାର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ବହୁ ଛକରେ ତାଙ୍କ ହାତ ତିଆରି ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ବିଶେଷକରି ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲାଲବାହାଦୁର ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ, ଜବାହରଲାଲ ନେହେରୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଆମ୍ବେଡକର ପ୍ରମୁଖ ମହାପୁରୁଷଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ଗଢ଼ି ସେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିପରି ମନ୍ଦିର ନିର୍ମାଣ, ଚତୁଃପାର୍ଶ୍ୱ କାରୁକାର୍ଯ୍ୟ କରିବାରେ ମଧ୍ୟ ସେ ସିଦ୍ଧହସ୍ତ। ଏହାସହିତ ବିଭିନ୍ନ ସମୟରେ ବାଲୁକା କଳାରେ ସଚେତନତାର ବାର୍ତ୍ତା ଦେଇ ସେ ବହୁ ପ୍ରଶଂସା ପାଇପାରିଛନ୍ତି।
ନିଜର ଏହି କଳା ସମ୍ପର୍କରେ ବୀରବର କୁହନ୍ତି, ସ୍କୁଲରେ ପଢିବା ବେଳୁ ସୁନ୍ଦର ଚିତ୍ରାଙ୍କନ କରୁଥିଲେ। ସମୟକ୍ରମେ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ୧୯୬୮ରେ ମାଟ୍ରିକ ପାସ ପରେ ୧୯୭୨ରେ ସେଟଲମେଣ୍ଟ ଅଫିସରେ ଚାକିରି କରିଥିଲେ। ଏହି ସମୟରେ ଖଲ୍ଲିକୋଟର ଚାରୁକଳା ମହାବିଦ୍ୟାଳୟରେ କଳା ଉପରେ ଅଧିକ ଶିକ୍ଷାଲାଭ କରିଥିଲେ। ପରେ ଏକ ଘରୋଇ ସ୍କୁଲରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରିବା ସହିତ ୧୯୯୪ରେ ସିଟି ପାସ କରିଥିଲେ। ୧୯୯୭ରେ ତାଙ୍କୁ ଶିକ୍ଷକତା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ କଳା ପ୍ରତି ଥିବା ଆଗ୍ରହ ତାଙ୍କୁ ଶିକ୍ଷକତା କ୍ଷେତ୍ରରୁ ଟାଣି ଆଣିଥିଲା। ଏହାପରେ ସେ ଘରେ ବସି ବିଭିନ୍ନ ପ୍ରତିମୂର୍ତ୍ତି ନିର୍ମାଣ କଲେ। ୨୦୦୧ରେ ଅନୁଗୋଳର ତତ୍କାଳୀନ ଜିଲାପାଳ ପାତ୍ରପଡା ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ବୀରବରଙ୍କ ହାତତିଆରି ପ୍ରତିମୂର୍ତ୍ତି ଦେଖି ଅଟକି ଯାଇଥିଲେ। ଜିଲାପାଳ ସମସ୍ତ ପ୍ରତିମୂର୍ତ୍ତି ବୁଲି ଦେଖିବା ସହ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ। ତାଙ୍କ ହାତ ତିଆରି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଅନୁଗୋଳ ଜିଲା ଷ୍ଟାଡିୟମ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲଗାଇବାକୁ କହିଥିଲେ। ପରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବୀରବର ପ୍ରକାଶ କରିଛନ୍ତି।

(ଅଜିତ କୁମାର ଧଳ)


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri