ନିଃସର୍ତ୍ତ ସହଯୋଗ ଲାଗି ଶ୍ରଦ୍ଧାଙ୍କ ଗୁରୁତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ୟୁଟ୍‌ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ହାତୀ ତାର ଶୁଣ୍ଢରେ ପାଣି ନେଇ ତା’ର ଅନ୍ୟ ପାର୍ଶ୍ୱରେ ଥିବା ଏକ ଓଟ ଉପରକୁ ଫୋପାଡ଼ୁଛି। ଏହାକୁ ଶେୟାର କରି ସେ ଉଲ୍ଲେଖ କରିଛନ୍ତି ଯେ, ବନ୍ୟ ପ୍ରାଣୀ ମଧ୍ୟ ସହାନୁଭୂତି ଅନୁଭବ କରିପାରନ୍ତି। ଏହି କ୍ୟୁଟ୍‌ ହାତୀଟି ପାଣି ଢାଳି ତା’ର ବନ୍ଧୁ ଓଟକୁ ଗରମରୁ ଥଣ୍ଡା କରିବାକୁ ଚେଷ୍ଟା କରୁଛି। ଏହି ଭିଡିଓଟି କେବେକାର ସେ ଜାଣି ନ ଥିବାବେଳେ ଜଣେ ଏହାକୁ ଶେୟାର କରିଥିଲେ। ସେତେବେଳେ ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଥିଲେ ବୋଲି କହିଛନ୍ତିି। ସାହାଯ୍ୟ କରିବାକୁ ସେମାନଙ୍କ ପାଖରେ କଣସି ସର୍ତ୍ତ ନାହିଁ। ସେମାନଙ୍କଠାରୁ ମନୁଷ୍ୟ ବହୁତ କିଛି ଶିଖିବା ଦରକାର। କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ଭାରତରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ସମଗ୍ର ମାନବଜାତି ଏବେ ବିପଦରେ। ଏଥିରୁ ଆମକୁ ବାହାରିବାକୁ ହେଲେ କରୋନାକୁ ହରେଇବାକୁ ପଡ଼ିବ। କୌଣସି ସର୍ତ୍ତ ନ ରଖି ସମସ୍ତେ ସମସ୍ତଙ୍କୁ ସହାୟତା କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଏମିତି କହିଲେ ଅଭିନେତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି...

ପରିବେଶ ଚିନ୍ତା

ମୌନି ରୟଙ୍କ ମୁଣ୍ଡକୁ ଏବେ ଏକ ନୂଆ କଥା ଜୁଟିଛି। ଅଭିନୟ ତ ଚାଲୁ ରହିବ, ତା’ ସହ ଆଉ ଏକ କ୍ଷେତ୍ରରେ ପାଦ ରଖୁଛନ୍ତି...

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର...

ଟିକା ଦେବାକୁ କହି ଗଣବଳାତ୍କାର

ପାଟନା, ୨୯।୪: କୋଭିଡ୍‌ ଟିକା ଦେବାକୁ କହି ପାଟନାର ଦୁଇଜଣ ଲୋକ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରକି ଓ ମଣ୍ଟୁଙ୍କୁ...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୪: ସୁସ୍ଥ ହେଲେଣି ୩୧୮

ବ୍ରହ୍ମପୁର ଅଫିସ,୩୦ା୫- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଡ଼ି ଚାଲିଛି। ଶୁକ୍ରବାର ଜିଲାରେ ୬ ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୪...

Advertisement
Archives

Model This Week