Posted inରାଜ୍ୟ

ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ: ୩୩ରୁ ୨୩ ପଦବୀ ପଡ଼ିଛି ଖାଲି

ନୟାଗଡ଼ ଅଫିସ,୧୪।୭-ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ । ୩୩ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୦ରେ ଅଧିକାରୀ ଓ କର୍ମଚାରୀ ଥିବା ବେଳେ ୨୩ ପଦବୀ ଖାଲି ପଡ଼ିଛି। ଫଳରେ ଏଠାରେ କିପରି କାମ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ଜିଲା କୃଷି କାର୍ଯ୍ୟାଳୟରୁ କେତେଜଣ କର୍ମଚାରୀ ଡେପୁଟେଶନ୍‌ରେ ଆସି କାର୍ଯ୍ୟ କରୁଥିବାରୁ ଉକ୍ତ କର୍ମଚାରୀମାନେ କାର୍ଯ୍ୟାଳୟର ସାହା ଭରସା ପାଲଟିଛନ୍ତି।

୨୦୦୮ ମସିହାରେ ଜିଲାରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କାର୍ଯ୍ୟାଳୟରେ ଜଣେ ଉପକୃଷି ନିର୍ଦ୍ଦେଶକ, ଜଣେ ମୁଖ୍ୟ କିରାଣି, ଜଣେ କନିଷ୍ଠ ଷ୍ଟେନୋ, ଜଣେ କନିଷ୍ଠ ଆକାଉଣ୍ଟାଣ୍ଟ, ୭ ବରିଷ୍ଠ କିରାଣି, ୨ କନିଷ୍ଠ କିରାଣି, ୯ ଓଭରସିୟର, ୪ ପିଅନ, ୫ ୱାଚ୍‌ମ୍ୟାନ, ଜଣେ ଡାପ୍ଟଟାରି, ଜଣେ ଶ୍ରମିକ ପଦବୀ ଏହିଭଳି ୩୩ ମଞ୍ଜୁରପ୍ରାପ୍ତ ପଦବୀ ରହିଛି। ଏଥିମଧ୍ୟରୁ ଉପକୃଷି ନିର୍ଦ୍ଦେଶକ, ଜଣେ କନିଷ୍ଠ କିରାଣି, ୬ ଜଣ କୃଷି ଓଭରସିୟର, ଜଣେ ୱାଚମ୍ୟାନ ଓ ଜଣେ ଶ୍ରମିକ ଏହଭଳି ୧୦ ଜଣ ଅଛନ୍ତି। ୨୩ ପଦବୀ ଖାଲିପଡ଼ିଛି। ଭାପୁର , ନୂଆଗାଁ ଓ ଗଣିଆ ବ୍ଲ୍ଳକ ପାଇଁ ଥିବା କୃଷି ଓଭରସିୟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଅନ୍ୟ ବ୍ଳକ ଦାୟିତ୍ୱରେ ଥିବା କୃଷି ଓଭରସିୟରମାନେ ଏହାକୁ ସମ୍ଭାଳୁଛନ୍ତି। ଡେପୁଟେଶନ୍‌ରେ ଆସିଥିବା କର୍ମଚାରୀମାନେ କିଛିଟା ଦାୟିତ୍ୱ ସମ୍ଭାଳିଛନ୍ତି। ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଞ୍ଜୁରୀପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇପାରୁନାହାନ୍ତି। କର୍ମଚାରୀ ଅଭାବରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଦେଖିବାକୁ ମିଳୁଛି। ଜିଲା ମୁଖ୍ୟାଳୟରେ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଥିବାରୁ ଜିଲାର ବିଭିନ୍ନ ବ୍ଲକରୁ ଚାଷୀମାନେ ସେମାନଙ୍କ ଅଭିଯୋଗ ଓ ଯୋଜନା ବିଷୟରେ ସୂଚନା ପାଇଁ ଆସିବା ବେଳକୁ କାର୍ଯ୍ୟାଳୟରେ କାହାର ଦେଖା ମିଳୁନାହିଁ। ପଚାରିଲେ ବାବୁମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଛନ୍ତି ନ ହେଲେ ଆସିନାହାନ୍ତି ବୋଲି କୁହାଯାଉଛି। ଫଳରେ ଚାଷୀମାନେ ନିରାଶ ହୋଇ ଫେରି ଯାଉଛନ୍ତି। ଫଳରେ କୃଷି ବିଭାଗର ବିଭିନ୍ନ ଯୋଜନାରୁ ଚାଷୀମାନେ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ଉପକୃଷି ନିର୍ଦ୍ଦେଶକ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଖାଲି ପଡ଼ିଥିବା ପଦବୀ ବାବଦରେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। କୃଷିମନ୍ତ୍ରୀଙ୍କ ଜିଲାରେ କୃଷି କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଥିବାରୁ ମନ୍ତ୍ରୀ ଏ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ଚାଷୀମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା...

ବଢୁଛି ଓମିକ୍ରନ: ଆଜି ୩୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ରାଜ୍ୟରୁ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬...

ରେଭେନ୍‌ଶାର କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ

ଭୁବନେଶ୍ୱର,୨୨।୧(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ଭବେ ନିଯୁକ୍ତି ଦେଇଛନ୍ତି। ସେ ୪ ବର୍ଷ ପାଇଁ...

ମୋ ସରକାର’ରେ ମିଶିଲା ଆଉ ୩ ବିଭାଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ମୋ ସରକାର’ ବ୍ୟବସ୍ଥାରେ ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗକୁ ସାମିଲ କରାଯାଇଛି। ଏହାପରେ ମୋଟ୍‌ ୩୧ଟି ବିଭାଗର ୨୫୦ ସେବା ଏହା...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ...

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୧କୁ ବୃଦ୍ଧି

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

Advertisement
Archives

Model This Week