ନାଲ୍‌କୋ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ: ଥଇଥାନ ନ ହେଲେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ ନାଲ୍‌କୋ କଲୋନୀ ସମ୍ମୁଖରେ ବୁଧବାର ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସେଠାକାର ବ୍ୟବସାୟୀମାନେ ପୂର୍ବରୁ କରାଯାଇଥିବା ଥଇଥାନକୁ ପୁଣି ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଥିଲେ। ଏପରିକି ପୁନଃ ଥଇଥାନ ନ ହେଲେ ଆଗାମୀ ଦିନରେ ସେମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉତ୍ତରୀୟ ମଣ୍ଡଳ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୩୦ବର୍ଷ ହେବ ମୈତ୍ରୀ ବିହାର ମୁଖ୍ୟରାସ୍ତାରେ ୨୮ ବ୍ୟବସାୟୀ ଦୋକାନ କରିଥିଲେ। କିନ୍ତୁ ୨୦୧୬-୧୭ରେ ଫରଚ୍ୟୁନ ଟାଓ୍ବାରରୁ ମୈତ୍ରୀ ବିହାର ଯାଏ ରାସ୍ତାର ପ୍ରଶସ୍ତୀକରଣ ନିମିତ୍ତ ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ପୂର୍ତ୍ତ ବିଭାଗ ଉଚ୍ଛେଦ କରିଥିଲା। ହାଇକୋର୍ଟଙ୍କ ରହିତାଦେଶ ପରେ ବିଏମ୍‌ସି ନାଲ୍‌କୋ କଲୋନୀ ନିକଟରେ ୨୦ଜଣଙ୍କୁ ଥଇଥାନ କରିଥିବାବେଳେ ଅନ୍ୟମାନଙ୍କୁ ଥଇଥାନ କରି ନ ଥିଲା। ପରେ ସେମାନେ ଆତ୍ମହତ୍ୟା ଧମକ ଦେବା ପରେ ବିଏମ୍‌ସି ୩ଜଣଙ୍କୁ ଉକ୍ତ କଲୋନୀ ସାମ୍‌ନାରେ ଘରକରି ବ୍ୟବସାୟ କରିବାକୁ ଅନୁମତି ଦେଇଥିଲା।
କିନ୍ତୁ ଏବେ ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଉକ୍ତ ଦୋକାନଗୁଡ଼ିକୁ ମିଳିତ ଏମ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛି। ଏହି ଉଚ୍ଛେଦରେ ନାଲକୋ କଲୋନୀ ନିକଟରେ ଥିବା ୧୯ଟି ଆଜବେଷ୍ଟସ ଦୋକାନ ସହ ଉକ୍ତ ବ୍ୟବସାୟୀଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ଗତ ୩ବର୍ଷ ହେବ ନିଜ ଦୋକାନ ହରାଇ ସର୍ବସ୍ବାନ୍ତ ହୋଇଥିବା ବ୍ୟବସାୟୀ ସନ୍ଦୀପ, ନିରଞ୍ଜନ, ଗିରିଧାରୀ ବିଏମସି ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଏ ନେଇ ଏନଫୋର୍ସମେଣ୍ଟ ଟିମ ଅଧ୍ୟକ୍ଷ ପ୍ରମୋଦ ପାତ୍ର କହିଛନ୍ତି, ପ୍ରଥମେ ନାଲକୋ ତରଫରୁ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ ଆସିଥିଲା। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ପୃଷ୍ଟିଙ୍କ ସହମତି ପରେ ହିଁ ଉଚ୍ଛେଦ ହୋଇଛି। ବର୍ତ୍ତମାନ ବିଏମ୍‌ସି ଏହାକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିଥିବାବେଳେ ପୂର୍ବରୁ କେମିତି ସେଠାରେ ଦୋକାନୀଙ୍କୁ ଥଇଥାନ କରିଥିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେକାନୀମାନଙ୍କୁ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ବିଏମ୍‌ସିର ଦୋମୁହଁ। ନୀତି ଦର୍ଶାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏ ନେଇ ଜୋନାଲ ଡେପୁଟି କମିଶନରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରେ ଚାଲିବ ମରାମତି କାର୍ଯ୍ୟ : ପର୍ଯ୍ୟାୟକ୍ରମେ ଆଠମାସ ବନ୍ଦ ରହିବ ରନ୍‌ଓ୍ବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କେତେକ ମରାମତି କାର୍ଯ୍ୟ କରାଯିବ। ନଭେମ୍ବର ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେର...

ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ଭାଇରାଲ ଘଟଣା: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୦ା୭: ସାଧାରଣ ନିର୍ବାଚନ ସମୟରେ ଜଣେ ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୩...

କଫିବଗିଚା, ଜଳପ୍ରପାତ ବୁଲିଲେ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୬।୩(ଡି.ଏନ୍‌.ଏ.) ସାରା ପୃଥିବୀରେ ଏବେ କରୋନା ଭୟ। ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ସମସ୍ତ ନିର୍ଦ୍ଦେଶକୁ କଡାକଡି ପାଳନ...

ସଡ଼କ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ

ରାୟଗଡା ଅଫିସ, ୨୫।୧୨: ଏକ ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକର...

ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଏକାଠି

ଜୟପୁର,୨୦ା୧୧(ନି.ପ୍ର.): ଧାନ ବିକିବାକୁ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହାକୁ ଜିଲାସ୍ତରୀୟ କରିବା ପାଇଁ ଦାବି କରିଛନ୍ତି ଜୟପୁରର ଚାଷୀ। ମନୋଜ ପାତ୍ରଙ୍କ ଆହ୍ବାନରେ...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ...

ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ସବୁ ସୁନାରେ ଏବେ ବିଆଇଏସ୍‌ କିମ୍ବା ହଲ୍‌ମାର୍କ ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସୁନା କିଣିବା ବେଳେ ଏହା ବିଆଇଏସ୍‌ କିମ୍ବା ହଲମାର୍କ କି ନୁହେଁ ତାହା ଉପରେ ଗ୍ରାହକଙ୍କର ନଜର ନ ଥାଏ। ପସନ୍ଦ ହୋଇଥିବା ସୁନା...

ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ ଖବର ଗୁଜବ, ନେଗେଟିଭ ଆସିଛି ସଂକ୍ରମଣ ଯାଞ୍ଚ

ଭୁବନେଶ୍ୱର,୬।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲର କରୋନା ଓ୍ବାର୍ଡରୁ ଜଣେ ସନ୍ଦିଗ୍ଧ ଚମ୍ପଟ ମାରିବା ଖବର ଏକ ଗୁଜବ। ସମ୍ପୃକ୍ତ ବ୍ୟକ୍ତି ଆୟରଲ୍ୟାଣ୍ଡର ନାଗରିକ। ସେ ୩...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *