Posted inଫୁରସତ

‘ନାଲି ସୁନା’, ଏହାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସୁନା ମୂଲ୍ୟବାନ ଧାତୁ ବୋଲି ସମସ୍ତେ ଜାଣନ୍ତି। ଏହାର ରଙ୍ଗ ହଳଦିଆ। ମାତ୍ର ଏକ ମସଲା ଅଛି, ଯାହାକୁ ‘ନାଲି ସୁନା’ କୁହାଯାଏ। ଏହାକୁ ବିଶ୍ୱର ମହଙ୍ଗା ମସଲା ଭାବେ ଗଣନା କରାଯାଏ। ଏହି ମସଲାର ଗଛକୁ ମଧ୍ୟ ବିଶ୍ୱର ସବୁଠାରୁ ମହଙ୍ଗା ଗଛ କୁହାଯାଏ। ଏହି ଗଛ ଲଗାଉଥିବା ପ୍ରମୁଖ ଦେଶ ମଧ୍ୟରେ ଭାରତ ସମେତ ଫ୍ରାନ୍ସ, ସ୍ପେନ, ଇରାନ, ଇଟାଲୀ, ଗ୍ରୀସ, ଜର୍ମାନୀ, ଜାପାନ, ଋଷ୍‌, ଅଷ୍ଟ୍ରିଆ, ତୁର୍କୀସ୍ତାନ, ଚାଇନା, ପାକିସ୍ତାନ ଏବଂ ସ୍ବିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ଭାରତରେ ଏହା ଜମ୍ମୁ-କଶ୍ମୀରର ପାମ୍ପୋର ସୀମିତ ଅଞ୍ଚଳରେ ଅଧିକ ଚାଷ କରାଯାଇଥାଏ।
ବିଶ୍ୱର ଏହି ମହଙ୍ଗା ମସଲାର ନାମ ହେଉଛି କେଶର। ଯାହାକୁ ଇଂରାଜୀରେ ସାଫ୍ରନ୍‌ କୁହାଯାଏ। ବଜାରରେ ସାଫ୍ରନ୍‌ର ମୂଲ୍ୟ କିଲୋଗ୍ରାମ ପ୍ରତି ଅଢ଼େଇରୁ ୩ ଲକ୍ଷ ରହିଛି। କେଶର ଏତେ ଦାମୀ ହେବାର କାରଣ ହେଉଛି ଏହାର ଦେଢ଼ ଲକ୍ଷ ଫୁଲରୁ କେବଳ ୧ କିଲୋଗ୍ରାମ ଶୁଖିଲା କେଶର ମିଳିଥାଏ।
ପ୍ରାୟ ୨୩୦୦ ବର୍ଷ ପୂର୍ବେ ଗ୍ରୀସ୍‌ରେ ଏହା ଚାଷ କରାଯାଇଥିଲା। କୁହାଯାଏ, ଇଜିପ୍ଟର ରାଣୀ କ୍ଲିୟୋପେଟ୍ରା ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ। କିଛି ଲୋକ ବିଶ୍ୱାସ କରନ୍ତି ଏହି କେଶରର ଉତ୍ପତ୍ତି ଦକ୍ଷିଣ ୟୁରୋପର ସ୍ପେନ୍‌ରେ ଚାଷ କରାଯାଇଥିଲା। କେଶର ଫୁଲର ସୁଗନ୍ଧ ଏତେ ଶକ୍ତିଶାଳୀ ଯେ, ଆଖପାଖ ଅଞ୍ଚଳକୁ ସୁବାସିତ କରିଦିଏ। ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତ୍ୟେକ ଫୁଲରେ କେବଳ ତିନୋଟି କେଶର ରହିଥାଏ।
ଅନ୍ୟପକ୍ଷରେ ଆୟୁର୍ବେଦିକ ଶାସ୍ତ୍ରରେ କେଶରର ଉପକାରିତା ବିଷୟରେ ମଧ୍ୟ କୁହାଯାଇଛି। ଏହା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଦେବଦେବୀଙ୍କ ପୂଜାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ବର୍ତ୍ତମାନ କେଶରକୁ ପାନ ମସଲା ଏବଂ ଗୁଟ୍‌ଖାରେ ବ୍ୟବହାର କରାଯାଉଛି। ଏହା ରକ୍ତ ଦମନକାରୀ, ନିମ୍ନ ରକ୍ତଚାପ ଏବଂ ପ୍ଲେଗ ରୋଗ ବିନାଶକ ଭାବରେ ଜଣାଶୁଣା। ଏହାକୁ ଜଡ଼ିବୁଟି ଭାବରେ ମଧ୍ୟ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri