ନାରୀ ନିର୍ଯାତନା, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପ୍ରତିବାଦ: କଂଗ୍ରେସର ଗଣଧାରଣା, ପ୍ରତିବାଦ ସଭା

ଭବାନୀପାଟଣା,୨୪।୭(ଡି.ଏନ.ଏ.): ରାଜ୍ୟରେ ନାବାଳିକା ବଳାତ୍କାର, ନାରୀ ନିର୍ଯାତନା ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଏହାର ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଓ ବିକ୍ଷୋଭ କରାଯାଇଛି। ଦୀର୍ଘ ୧୯ ବର୍ଷ ଧରି କ୍ରମାଗତ ଭାବେ ବିଜେଡି ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳକତ୍ାର ଏବଂ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଛି। ଯଦି ଏପରି ଘଟଣାର ନିରାକରଣ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ନ ନିଅନ୍ତି, ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗରେ ପଲ୍ଲୀଠାରୁ ଜିଲା ଓ ରାଜ୍ୟସ୍ତରରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେବାକୁ ବାଧ୍ୟ ହେବୁ ବୋଲି ଜିଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭା ଓ ଗଣଧାରଣରେ ହାଇଦର ଅଲ୍ଲୀ, ନିମାଞ୍ଚଳ ନାଏକ, ମମତା ଦାସ, ପୁଷ୍ପାଞ୍ଜଳୀ ନାଏକ, ପ୍ରମିଳା ଭତ୍ରା, ମହମ୍ମଦ ଅଲ୍ଲୀ, ପରମାନନ୍ଦ ମାଝି, ସୁଦର୍ସନ ବିଶ୍ୱାଳ, ସୁବାଷ ପ୍ରଧାନ, ରାଜେନ୍ଦ୍ର ଭାରତିଙ୍କ ସମେତ ବହୁ କର୍ମକର୍ତ୍ତା ଓ କର୍ମୀ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା, ଶିଶୁ ଅପରାଧ ରୋକିବାକୁ ହେବ ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଦିଗରେ ଆହୁରି ପଦକ୍ଷେପ ନିଆଯିବ। ଏଥିପାଇଁ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଶାଖା ଗଠନ କରାଯିବ...

ଋଣ ବୋଝ ନେଲା ଚାଷୀଙ୍କ ଜୀବନ

ବରୀ,୯ା୯(ଡି.ଏନ.ଏ.): ସରକାର ଚାଷୀଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏ ସବୁ ସତ୍ତ୍ୱେ ଚାଷୀ ଅବହେଳାର ଶିକାର ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ...

ତୃଣମୂଳସ୍ତର ସ୍ଥିତି ପରଖୁଛନ୍ତି ନେତା, ଜୋର୍‌ଦାର୍‌ ହେବ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଛି। ପ୍ରତି ଗ୍ରାମରେ ଭୋଜିଭାତ ଚାଲିଛି। ସମର୍ଥିତ ପ୍ରାର୍ଥୀଙ୍କ ସହ ରାଜନେତାମାନେ...

୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ...

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର...

ଚଳିତବର୍ଷ ପ୍ରଦର୍ଶନୀ ପଡିଆରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାର ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସକୁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ...

୪ହଜାର ଛୁଇଁବ ଦୈନିକ ସଂକ୍ରମଣ: ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣବିହୀନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ସମୟରେ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ମାସ ଶେଷବେଳକୁ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement
Archives

Model This Week