ନାମକୁ ମାତ୍ର ଚାଲିଛି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ଅସୁବିଧାରେ ଯୁବତୀ, ଯୁବକ

ବ୍ରହ୍ମପୁର ଅଫିସ,୧୮ା୩ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରରେ ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରହିଛି। ଦକ୍ଷିଣ ଓଡିଶାର ୧୦ ଜିଲା ଯଥା ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ,ବୌଦ୍ଧ, ନୂଆପଡା, କୋରାପୁଟ,ମାଲକାନଗିରି ଏବଂ ରାୟଗଡା । ଏହି ସବୁ ଜିଲାର ଯେଉଁ ସବୁ ଯୁବତୀଯୁବକମାନେ ସ୍ନାତକ ପାଠପଢା ସାରିଥିବେ ସେମାନେ ଏହି କେନ୍ଦ୍ରରେ ନାମ ପଞ୍ଜୀକରଣ କରିଥାନ୍ତି । ଏହା ହେଉଛି ଦକ୍ଷିଣ ଓଡିଶାର ଏକମାତ୍ର ନାମ ପଞ୍ଜୀକରଣ କେନ୍ଦ୍ର। ଶହ ଶହ କି.ମି. ଅତିକ୍ରମ କରି ଚାକିରି ଆଶାରେ ଯୁବତୀ ଯୁବକମାନେ ଟଙ୍କା ଖର୍ଚ୍ଚ କରି ନାମ ପଞ୍ଜୀକରଣ କରିବା ପାଇଁ ଆସନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଏହି କେନ୍ଦ୍ର ଅବସ୍ଥା କହିଲେ ନ ସରେ। ଏହା ଛୁଟି ଦିନ ବ୍ୟତୀତ ସବୁବେଳେ କାର୍ଯ୍ୟକରିବା କଥା। କିନ୍ତୁ ଏହି କେନ୍ଦ୍ର ସପ୍ତାହକୁ ୩ ଦିନ ଯଥା ସୋମବାର,ବୁଧବାର ଓ ଶୁକ୍ରବାର କାର୍ଯ୍ୟ କରୁଛି। ଅନେକ ସମୟରେ ବନ୍ଦ ରହୁଥିବାରୁ ପଞ୍ଜୀକରଣ କରିବା ପାଇଁ ଆସୁଥୁବା ଯୁବତୀ ଯୁବକମାନେ ନିରାଶରେ ଫେରୁଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ଏହି କୋଠା କେତେବେଳେ କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ ତାହା କହି ହେଉ ନାହିଁ। ଏହି କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କୁ ପଚାରିବାରୁ ଆମ ପାଖରେ ବର୍ତ୍ତମାନ କର୍ମଚାରୀଙ୍କର ଅଭାବ ରହିଛି। ଫଳରେ ଆମକୁ ଦିନେ ଛାଡି ଦିନେ ଆସିବାକୁ ପଡୁଛି । ଏହି ବିଷୟରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲୁ, ସେ କିଛି ଶୁଣୁ ନ ଥିବା କହିଛନ୍ତି । ଆମେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟରେ କାମ ସାରି ଆସିବାକୁ ପଡୁଛି ।
ଏହି କେନ୍ଦ୍ରରେ ଆଗରୁ ୨୦୧୨ରେ ୩ ଜଣ କର୍ମଚାରୀ ଥିଲେ । ସେମାନେ ଅବସର ନେବାପରେ ସରକାର ଆଉ ନୂତନ ନିଯୁକ୍ତି ଦେଇନାହାନ୍ତି । ଆମେ ଦୁଇଟି କେନ୍ଦ୍ର ବୁଝିବା ଦ୍ୱାରା ବହୁତ କଷ୍ଟ ହେଉଛି। ଦିନକୁ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯୁବତୀ, ଯୁବକ ନାମ ପଞ୍ଜୀକରଣ କରିବା ପାଇଁ ଆସିଥାନ୍ତି। ଏହି କେନ୍ଦ୍ରରେ ଯୁବତୀ ଯୁବକମାନଙ୍କୁ କର୍ମନିଯୁକ୍ତି ପ୍ରଶିକ୍ଷଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାମୂଳକ ବହିପତ୍ର ଯୋଗାଇ ଦିଆଯାଉଥିଲା । ଏବେ ଏହି ସବୁ ବନ୍ଦ ରହିଛି । ଏ ସମ୍ପର୍କରେ ବ୍ରହ୍ମପୁରରେ ଥିବା ଉପ ମହାନିର୍ଦ୍ଦେଶକ ରାବଣ ମୂର୍ତ୍ତି କିଲାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ସେଠି କୌଣସି କର୍ମଚାରୀଙ୍କୁ ସରକାର ନିଯୁକ୍ତି ଦେଇନାହାନ୍ତି । ସେ କେନ୍ଦ୍ର ବନ୍ଦ ହୋଇଯିବା କଥା, ଯେହେତୁ ଏତେ ଦୂରରୁ ପିଲାମାନେ ଆସୁଛନ୍ତି ସମାନଙ୍କର ଅସୁବିଧା ନ ହେବା ପାଇଁ ଆମ କର୍ମଚାରୀଙ୍କୁ ପଠାଉଛୁ। କୋଠା ମରାମତି ପାଇଁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଭେଟି ବାରମ୍ବାର ଜଣାଇଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯେହେତୁ ଏହି କୋଠା ବିଶ୍ୱବିଦ୍ୟାଳୟ ଆମକୁ ଦେଇଛି । ସେ ଏହାର ମରାମତି କରିବା କଥା, କିନ୍ତୁ ସେମାନେ ଆମ କଥା ଶୁଣୁନାହାନ୍ତି । କୋଠା ମରାମତି ପାଇଁ ବିଶ୍ୱବିଦ୍ୟାଳୟର କୁଳସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ ଏହାକୁ ଏଡାଇବା ସହିତ, ସେଠାକୁ କୌଣସି ପିଲା ଆସୁନାହାନ୍ତି। ଯାହା ଭଲ ହେବ ଆମେ ତାହା କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବୋଝେଇ ଅଟୋ ଜବତ; ଅଣ ଓଡ଼ିଆ ଯୁବକ, ଯୁବତୀଙ୍କ ସହ ଚାଳକ ଗିରଫ

ଦିଗପହଣ୍ଡି,୧୭ା୧୦(ଡି.ଏନ.ଏ.) -ଦିଗପହଣ୍ଡି ଅବକାରୀ ବିଭାଗ ଏକ ଗଞ୍ଜେଇ ବୋଝେଇ ଅଟୋ (ନଂ.ଓଡି୦୭ଏକ୍ସ-୧୯୮୨)କୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଯୁବକ...

୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ

ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ...

ପୂର୍ବ ଶତ୍ରୁତାରୁ ବୋମାମାଡ଼

ଗଞ୍ଜାମ,୨୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼...

‘ଅଫିସ ବାହାରକୁ ଯାଉଛି ଫାଇଲ’

ଗଞ୍ଜାମ,୨୪ା୩(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସିର ଉନ୍ନୟନ କାର୍ଯ୍ୟ ଫାଇଲ ଅଫିସ ବାହାରକୁ ଯାଉଥିବା ନେଇ ଶୁକ୍ରବାର ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକଙ୍କ ସମେତ ସମସ୍ତ ବିଜେଡି...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ

ଗଞ୍ଜାମ,୧୫ା୭(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍‌ ଶହେ ଟପିଲାଣି। ଏହାର...

ମଇଁଷିଚରାଳିଙ୍କୁ ଛୁରାମାଡ

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ରପୁର ଥାନା ପଦ୍ମାବତୀ ଗଁା ନିକଟରେ ମଇଁଷି ଚରାଳିଙ୍କୁ ସୋମବାର ଅପରାହ୍ନରେ ଛୁରାମାଡ ହୋଇଛି। ସେହେଲେ ତେଲାପଲ୍ଲୀ ଗଁାର ଏସ୍‌. ମୋଚି ପାତ୍ର। ତାଙ୍କୁ...

ଗଛରେ ପିଟିହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାସାହି ଛକ ଏକ ଗାଡ଼ି ଶୋ’ରୁମ ସମ୍ମୁଖରେ ଥିବା ଏକ ଗଛରେ ପିଟିହୋଇ ଜଣେ ବାଇକ ଆରୋହୀଙ୍କ...

ଅତ୍ୟାଧୁନିକ ଆମ୍ବୁଲାନ୍ସ କବାଡିଆ ଦରରେ ବିକ୍ରି

ଫୁଲବାଣୀ ଅଫିସ, ୨୮।୫- କନ୍ଧମାଳ ଜିଲାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଶେଷରେ କବାଡିଆ ଦରରେ ବିକ୍ରି ହୋଇଛି। ବର୍ଷବର୍ଷ...

Advertisement
Archives

Model This Week