ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୧୬୩/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଏହି ଥାନା ଅନ୍ତର୍ଗତ ଶଗହଗୁଳା ଗ୍ରାମର ରବୀନ୍ଦ୍ର ମହାନ୍ତ (୨୧)। ଗୁରୁବାର ଉଭୟଙ୍କ ଡାକ୍ତରୀ ମଇନା କରାଯିବ ବୋଲି କଳିଙ୍ଗନଗର ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକ କହିଛନ୍ତି। ପ୍ରକାଶ ଯେ, ଥାନା ଅଞ୍ଚଳର ଉକ୍ତ ନାବାଳିକା ଛାତ୍ରୀ ଜଣଙ୍କ ଗତ ୨୦ ତାରିଖରେ ସ୍ଥାନୀୟ ଅଞ୍ଚଳରେ ଥିବା ଖେଳ ପଡିଆକୁ ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ରବୀନ୍ଦ୍ର ତାଙ୍କୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ। ପରେ ପୀଡିତା ଛାତ୍ରୀଙ୍କୁ ଜୋରଜବରଦସ୍ତ ମାନପୁର ଅଞ୍ଚଳକୁ ନେଇ ଯାଇଥିଲେ। କିନ୍ତୁ ୨୧ ତାରିଖରେ ପୀଡିତାଙ୍କୁ ଆଣି ଡୁବୁରୀ ଛକରେ ଛାଡିଦେଇ ଚାଲିଯାଇଥିଲେ। ଏହାପରେ ପୀଡିତା ଜଣଙ୍କ ରବୀନ୍ଦ୍ରଙ୍କ ଘରକୁ ଯାଇ ସେଠାରେ ବସିରହିଥିଲେ। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ସେଠାରେ ପହଞ୍ଚତ୍ ପୀଡିତାଙ୍କୁ ଆଣିଥିଲେ। ଘଟଣାକୁ ନେଇ ଉଭୟ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ହେଲେ ପୀଡିତା ନାବାଳିକା ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ନ ଥିଲେ। ଏଥିରେ ବିବାଦ ଦେଖାଦେବାରୁ ମଙ୍ଗଳବାର ରାତିରେ ପୀଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ୮।୯(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ...

ଦୂର ଜାଗାରେ ସବ୍‌ସେଣ୍ଟର ଖୋଲାଯାଇ ମିଳିବ ଚାଉଳ

ରାୟଗଡ଼ା ଅଫିସ, ୨୮।୯: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ ଗସ୍ତକରି ମଙ୍ଗଳବାର...

ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର...

ଯୁକ୍ତ ୨ ବହି ଆଉ ଛାପିବନି ଟେକ୍‌ଷ୍ଟ ବୁକ୍‌ ଅଫ ବ୍ୟୁରୋ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟେକ୍‌ଷ୍ଟ ବୁକ୍‌ ଅଫ ବ୍ୟୁରୋ ଅଫିସ୍‌ କାର୍ଯ୍ୟାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ...

ବ୍ରହ୍ମପୁର ମେୟର ପଦବୀ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

ବ୍ରହ୍ମପୁର ଅଫିସ,୭ା୩: ପୌର ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆଜି ଶେଷ ଦିନରେ କଂଗ୍ରେସ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ...

ଇସ୍ତଫା ଦେବେ କି ନିରଞ୍ଜନ!

ଭୁବନେଶ୍ୱର,୧୬ା୩(ବ୍ୟୁରୋ): କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଅମାନତ ହାରିବା ପରେ ଆକ୍ସନ ମୋଡ୍‌କୁ ଆସିଛି ଏଆଇସିସି। ଏହି ରାଜ୍ୟଗୁଡ଼ିକର ସଭାପତିମାନେ ଇସ୍ତଫା ଦେବାକୁ ଏଆଇସିସି...

ହାଇଓ୍ବେ ପାଟ୍ରୋଲିଂ ପାଇଁ ମିଳୁନାହାନ୍ତି ଏସ୍‌ପିଓ

ଭୁବନେଶ୍ୱର,୨୮ା୧୦ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ହିଁ ଘଟୁଛି। ତେଣୁ ଏହାକୁ ରୋକିବା ପାଇଁ ହାଇଓ୍ବେ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦେବାକୁ ସୁପ୍ରିମ୍‌କୋର୍ଟ...

ନଳକୂପ, ଜଳଯୋଗାଣ ପ୍ରକଳ୍ପ ଅଚଳ

କୃଷ୍ଣପ୍ରସାଦ,୯।୪(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାମଲଙ୍କା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜକଲମରେ ଚାଲିଥିବା କୁମାରପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା...

Advertisement
Archives

Model This Week