Posted inଜାତୀୟ

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଏଚ୍‌.ଡି. କୁମାରସ୍ବାମୀ ତୁରନ୍ତ ଇସ୍ତଫା ଦେବା ପାଇଁ ଭାଜପା ଦାବି କରିଛି।
ନାଗରାଜ ଓ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇ ଦଳକୁ ଫେରାଇ ଆଣିବା ଲାଗି ଶନିବାର କଂଗ୍ରେସ ଓ ଜେଡିଏସ୍‌ ତରଫରୁ ଜୋରଦାର ଉଦ୍ୟମ ହୋଇଥିଲା। କେ. ସୁଧାକରଙ୍କ ସହ ଆଲୋଚନା ପରେ ନାଗରାଜ ତାଙ୍କ ଇସ୍ତଫା ସମ୍ପର୍କରେ ପୁନର୍ବିଚାର କରିବେ ବୋଲି ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ନାଗରାଜ ମୁମ୍ବାଇ ଯିବା ଲାଗି ଚାର୍ଟାର୍ଡ ବିମାନ ଧରିଥିଲେ। ମୁମ୍ବାଇରେ ପହଞ୍ଚତ୍ବା ପରେ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଇସ୍ତଫା ଦେଇଥିବା ସବୁ ବିଧାୟକ ଏକାଠି ଅଛନ୍ତି ଏବଂ ସେମାନେ ନିଷ୍ପତ୍ତିରେ ଅଟଳ ବୋଲି ନାଗରାଜ କହିଛନ୍ତି। ତାଙ୍କ ସହିତ ଭାଜପାର ବରିଷ୍ଠ ନେତା ଆର୍‌. ଅଶୋକ ଆସିଥିବା ଖବରକୁ ସେ ଖଣ୍ଡନ କରିବା ସହ ସେମାନଙ୍କ ଇସ୍ତଫା ପଛରେ ଗୈରିକ ଦଳର କୌଣସି ଭୂମିକା ନ ଥିବା କହିଛନ୍ତି। ଦିଲ୍ଲୀରେ ଥିବା ସୁଧାକର ମୁମ୍ବାଇ ଆସି ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗଦେବେ ବୋଲି ନାଗରାଜ କହିଛନ୍ତି।
ରାଜ୍ୟର ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ କୁମାରସ୍ବାମୀ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସୋମବାର ଆସ୍ଥାଭୋଟ ଲୋଡନ୍ତୁ ବୋଲି ରାଜ୍ୟ ଶାଖା ଭାଜପା ପକ୍ଷରୁ ଦାବି କରାଯାଇଛି। ଯଦି ମୁଖ୍ୟମନ୍ତ୍ରୀ ସଚ୍ଚୋଟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମର୍ଯ୍ୟାଦା ଦେଉଥାନ୍ତି ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ଭାଜପା ମୁଖ୍ୟ ବି.ଏସ୍‌. ୟେଦ୍ୟୁରପ୍ପା କହିଛନ୍ତି। କଂଗ୍ରେସ ଓ ଜେଡିଏସ୍‌ର ୧୬ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଏଥିସହିତ ଦୁଇ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଜଣାଇଛନ୍ତି। ତେଣୁ କୁମାରସ୍ବାମୀ ତୁରନ୍ତ ଆସ୍ଥାଭୋଟ ଲୋଡିବାକୁ ୟେଦ୍ୟୁରପ୍ପା ଆହ୍ବାନ ଦେଇଛନ୍ତି। ଏହା ସତ୍ତ୍ୱେ ମେଣ୍ଟ ସରକାର ଆସ୍ଥାଭୋଟ ଜିତିବ ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଆଶାବାଦୀ ଅଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଦାବି ପୂରଣ କରିବା ଲାଗି କଂଗ୍ରେସ ଆଗ୍ରହୀ ଏବଂ ସେମାନେ ଦଳକୁ ଫେରିଆସିବେ ବୋଲି ଶିବକୁମାର କହିଛନ୍ତି। ବିଧାୟକମାନେ କଂଗ୍ରେସ ଟିକେଟରେ ଜିତିଥିଲେ। ସେମାନେ ଆସ୍ଥାଭୋଟ ବିପକ୍ଷରେ ଭୋଟ ଦେଲେ ଗୃହର ସଦସ୍ୟତା ହରାଇବେ ବୋଲି ଶିବକୁମାର ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri