ନାଁକୁ ନିଯୁକ୍ତି

ଶିଳ୍ପ କରିଡର ଭାବେ ପରିଚିତ ଅନୁଗୋଳ ଜିଲାରେ ବଢ଼ୁଛି ବେକାରି ସମସ୍ୟା। ୨୦୧୫ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଜିଲାରେ ୨୪ ହଜାର ୮୯୫ ଜଣ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନିଯୁକ୍ତି ପାଇଛନ୍ତି, ତାହାର ହିସାବ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାହିଁ। ସରକାରୀ ଓ ଘରୋଇ କମ୍ପାନୀରେ କେତେଜଣ ନିଯୁକ୍ତି ପାଇଛନ୍ତି ସେ ରିପୋର୍ଟ କର୍ମ ନିୟୋଜନ କାର୍ଯ୍ୟାଳୟକୁ ମିଳୁ ନ ଥିବାରୁ ଠିକ୍‌ ହିସାବ ମିଳିପାରୁ ନାହିଁ ବୋଲି ଜଣାପଡିଛି। ଜିଲାରେ ବେକାରି ସମସ୍ୟା ଦୂର ପାଇଁ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାଜ୍ୟ ଭିତରୁ ଓ ବାହାରରୁ ବିଭିନ୍ନ ସଂସ୍ଥାକୁ ଡକାଯାଇ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ତେବେ କେତେକ ସଂସ୍ଥା ସ୍ବଳ୍ପ ଦରମାରେ ଜିଲାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେଇ ମାସେ ଦୁଇମାସ ମଧ୍ୟରେ ବାହାର କରିଦେଉଥିବାରୁ ବେକାରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଅନେକ ସମୟରେ ଅଭିଯୋଗ ହେଉଛି। କର୍ମ ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ଆଉ ଏକ ତଥ୍ୟ ଅନୁଯାୟୀ, ୨୦୧୯ ଜାନୁୟାରୀ ୧ରୁ ୨୦୨୦ ଜାନୁୟାରୀ ୩୧ ମଧ୍ୟରେ ୪ ହଜାର ୨୦୮ ଜଣ ନାମ ପଞ୍ଜୀକୃତ କରିଛନ୍ତି ା ସେମାନଙ୍କ ମଧ୍ୟରୁ ୨୬ ଜଣ ଅଣ୍ଡର ମାଟ୍ରିକ। ୮୭୭ ଜଣ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୧୬୫୩ ଜଣଙ୍କ ଯୋଗ୍ୟତା ଇଣ୍ଟର ମିଡିଏଟ। ୧୦୬୬ ଜଣ ସ୍ନାତକ ଯୋଗ୍ୟତାଧାରୀ ଥିବାବେଳେ ୫୮୬ ଜଣଙ୍କ ବୈଷୟିକ ଯୋଗ୍ୟତା ରହିଛି। ତେବେ ଜିଲାରେ ସ୍ନାତକୋତ୍ତର କୌଣସି ଯୁବତୀଯୁବକ ନାମ ପଞ୍ଜୀକରଣ କରିନାହାନ୍ତି। ୧୯୯୧ ପର୍ଯ୍ୟନ୍ତ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା ସ୍ବଳ୍ପ ଥିବାରୁ କଲ୍‌ ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଥିଲା। କିନ୍ତୁ ଏବେ ବେକାରଙ୍କ ସଂଖ୍ୟାରେ ବୃଦ୍ଧି ତଥା ଅନ୍ୟାନ୍ୟ କାରଣରୁ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। କିନ୍ତୁ ମେଳାକୁ ଆସିଥିବା ଅଧିକାଂଶ କମ୍ପାନୀ ବା ସଂସ୍ଥା ଦିନକୁ ମାତ୍ର ୨ରୁ ୩ ଶହ ବା ମାସିକ ୬ରୁ ୯ ହଜାର ଟଙ୍କା ପାରିଶ୍ରମିକ ଧାର୍ଯ୍ୟ କରୁଥିବାରୁ ତାହା ଯୁବତୀଯୁବକମାନଙ୍କୁ ଆକୃଷ୍ଟ କରିପାରୁନାହିଁ। ଯେଉଁ କେତେଜଣଙ୍କୁ ୮ ଘଣ୍ଟା ପରିଶ୍ରମ ପାଇଁ ଚୁକ୍ତି କରାଯାଉଛି ସେମାନଙ୍କ ମଧ୍ୟରୁ ଅନେକଙ୍କୁ କମ୍ପାନୀ ୧୬ ଘଣ୍ଟା ଖଟାଇବା ସହ ପୂର୍ବ ନିର୍ଦ୍ଧାରିତ ଦରମା ଦେଉଛି। କମ୍ପାନୀର ଏପରି ଶୋଷଣ ମନୋବୃତ୍ତିର ପ୍ରତିବାଦ କରାଯାଉଥିଲେ ବି ତାହାକୁ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନାହିଁ। ତେଣୁ ବାଧ୍ୟହୋଇ ଅଳ୍ପ କେଇଟା ଦିନ ପରେ ଯୁବତୀଯୁବକମାନେ ସେହି ଚାକିରି ଛାଡ଼ିଦେଉଛନ୍ତି। ଏ କଥାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ବେକାରଙ୍କ ସଂଖ୍ୟା କମିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri