Posted inଫୁରସତ

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି ୟୁ.ଆର୍‌. ଅନନ୍ତମୂର୍ତ୍ତୀ…
ତାଙ୍କୁ ଭାରତର ଜଣେ ଆଗଧାଡ଼ିର ଲେଖକ ଭାବରେ ପରିଗଣିତ କରାଯାଏ। ସେ ଜଣେ ଉଚ୍ଚକୋଟୀର ସାହିତ୍ୟ ସମାଲୋଚକ ମଧ୍ୟ। ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି ୟୁ.ଆର୍‌. ଅନନ୍ତମୂର୍ତ୍ତୀ। କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ମଧ୍ୟ ସେ ଅତ୍ୟନ୍ତ ପରିଚିତ ଥିଲେ।

ପ୍ରାଥମିକ ଜୀବନ: କର୍ନାଟକର ସିମୋଗା ଜିଲା ଅନ୍ତର୍ଗତ ତିର୍ଥାହାଲି ତାଲୁକ ଅଧୀନସ୍ଥ ମେଲିଗାଠାରେ ୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ଅନନ୍ତମୂର୍ତ୍ତିଙ୍କର ଜନ୍ମ ହୋଇଥିଲା। ସେ ଏକ ସଂସ୍କୃତ ବିଦ୍ୟାଳୟରେ ନିଜର ନାମ ଲେଖାଇଥିଲେ। ପରେପରେ ସେ ତିର୍ଥାହାଲି ଏବଂ ମହୀଶୂରରେ ଶିକ୍ଷା ଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ମହୀଶୂରରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପୁଣି ସେଇଠାରେ ହିଁ ଇଂଲିଶ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। କମନ୍‌ଓ୍ବେଲ୍‌ଥ ସ୍କଲାରଶିପ୍‌ ପାଇ ସେ ବ୍ରିଟେନ୍‌ ଯାଇଥିଲେ। ୟୁନିଭର୍ସିଟି ଅଫ୍‌ ବର୍ମିଂହାମ୍‌ରୁ ତାଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଥିଲା।

ପ୍ରଫେସରରୁ କୁଳପତି: ୧୯୭୦ ମସିହାରେ ଅନନ୍ତମୂର୍ତ୍ତି ମହୀଶୂର ବିଶ୍ୱ ବିଦ୍ୟାଳୟର ଇଂଲିଶ ବିଭାଗରେ ପ୍ରଫେସର ଭାବରେ ଯୋଗଦେଇଥିଲେ। ୧୯୮୭ରୁ ୧୯୯୧ ମଧ୍ୟରେ ସେ କେରଳର କୋଟ୍ଟାୟାମ୍‌ସ୍ଥିତ ମହାତ୍ମାଗାନ୍ଧୀ ୟୁନିଭର୍ସିଟିର କୁଳପତି ହୋଇଥିଲେ। ତାଙ୍କର ଉଜ୍ଜ୍ୱଳତମ ପ୍ରତିଭା ଯୋଗୁ ତାଙ୍କୁ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଥିଲା। ୧୯୯୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଭାରତ ଏବଂ ଭାରତ ବାହାରର ବହୁ ବିଖ୍ୟାତ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୧୨ରେ ତାଙ୍କୁ ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ କର୍ନାଟକର ପ୍ରଥମ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଥିଲା। ସେ ଜଣେ ସୁବକ୍ତା ଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ଅତ୍ୟନ୍ତ ଶୃଙ୍ଖଳିତ।

ଆଗଧାଡ଼ିର ଲେଖକ: ଅନନ୍ତମୂର୍ତ୍ତି ଥିଲେ ଜଣେ ଆଗଧାଡ଼ିର ଲେଖକ। ତାଙ୍କ ସୃଷ୍ଟି ଥିଲା ତାଙ୍କ ହୃଦୟର ପ୍ରତିଫଳନ। ଏ କଥା ସେ ନିଜେ ସ୍ବୀକାର କରିଥିଲେ। ଭାରତୀୟ ପରମ୍ପରା ଓ ପାଶ୍ଚାତ୍ୟ ଚିନ୍ତାଧାରାର ଏକ ମିଶ୍ରଣ ଥିଲା ତାଙ୍କ ସାହିିତ୍ୟ। ସେଥିଲାଗି ତାଙ୍କର ଲେଖାସବୁ ପାଶ୍ଚାତ୍ୟ ଦେଶର ସାହିତ୍ୟାନୁରାଗୀଙ୍କୁ ମଧ୍ୟ ଆକୃଷ୍ଟ କରିପାରିଥିଲା। ଆଉ ସେ ଦେଶ ବିଦେଶର ବହୁ ମର୍ଯ୍ୟାଦାଜନକ ସମ୍ମାନ ହାସଲ କରିପାରିଥିଲେ। ଗଳ୍ପରୁ ଉପନ୍ୟାସ ଯାଏ ତାଙ୍କ ସାହିତ୍ୟ ଥିଲା ସୁଦୂରପ୍ରସାରୀ। ତାଙ୍କର ବହୁ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରାଯାଇଛି। ମୁଖ୍ୟତଃ ମଣିଷର ମନସ୍ତାତ୍ତ୍ବିକ ଆବେଗକୁ ନେଇ ସେ ଗଳ୍ପ ଉପନ୍ୟାସ ରଚନା କରୁଥିଲେ। ସେଥିଲାଗି ତାଙ୍କୁ ଜଣେ ମନସ୍ତାତ୍ତ୍ୱିକ ଲେଖକ ଭାବେ ବିବେଚନା କରାଯାଏ। ସୂରୟନା କୁଦୁରେ, ମୌନୀ ଏବଂ କାର୍ତ୍ତିକ ଆଦି ତାଙ୍କର ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି। ଅନନ୍ତମୂର୍ତ୍ତିଙ୍କ ପତ୍ନୀଙ୍କ ନାମ ଇସ୍ଥର। ତାଙ୍କ ସାହିତ୍ୟକୁ ଆଗକୁ ନେବାରେ ଇସ୍ଥରଙ୍କର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ସମାଲୋଚନା: ଅନନ୍ତମୂର୍ତ୍ତି ଥିଲେ ଜଣେ ସ୍ପଷ୍ଟବାଦୀ ମଣିଷ। ସେ ଅନେକ ସମୟରେ ତଥ୍ୟଭିତ୍ତିକ ସ୍ପଷ୍ଟ କଥା କହୁଥିଲେ ମଧ୍ୟ ସେଥିଲାଗି ସେ ସମାଲୋଚିତ ହେଉଥିଲେ। ସେ ଏକଦା କହିଥିଲେ ଯେ, ପୂର୍ବକାଳରେ ହିନ୍ଦୁମାନେ ଗୋମାଂସ ଖାଉଥିଲେ। ମହାଭାରତରେ ଏ କଥାର ଉଦାହରଣ ରହିଛି। ତେବେ ଏହି ମନ୍ତବ୍ୟ ତାଙ୍କ ପାଇଁ ହାନିକର ସାବ୍ୟସ୍ତ ହୋଇଥିଲା। ସେ ହିନ୍ଦୁ ଧର୍ମଗୁରୁଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେହିଭଳି ଔପନ୍ୟାସିକ ଏସ୍‌.ଏଲ୍‌. ବିରାପ୍ପାଙ୍କୁ ସେ ତୀବ୍ର ସମାଲୋଚନା କରି କହିଥିଲେ ଯେ, ତାଙ୍କୁ ଉପନ୍ୟାସ ଲେଖିବା ଜଣାନାହିଁ। ଏହା ମଧ୍ୟ ତାଙ୍କୁ ସମାଲୋଚନାର ପରିଧି ଭିତରକୁ ଟାଣି ନେଇଥିଲା। ଏମିତି କି ସେ ଆଉ କୌଣସି ସାହିତ୍ୟ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଘୋଷଣା କରି ଦେଇଥିଲେ।

ବିଫଳ ରାଜନୈତିକ କ୍ୟାରିୟର: ସାହିତ୍ୟ ତଥା ଅଧ୍ୟାପନା ବୃତ୍ତିରେ ସଫଳ ହୋଇଥିଲେ ମଧ୍ୟ ତାଙ୍କର ରାଜନୈତିକ କ୍ୟାରିୟର ଥିଲା ସମ୍ପୂର୍ଣ୍ଣ ବିଫଳ। ୨୦୦୪ରେ ଧର୍ମନିରପେକ୍ଷ ଜନତା ଦଳ ପକ୍ଷରୁ ତାଙ୍କୁ ଲୋକ ସଭା ପ୍ରାର୍ଥୀ ଭାବରେ ଚୟନ କରାଯାଇଥିଲା। ମାତ୍ର ସାଧାରଣ ଜନତା ସମ୍ଭବତଃ ତାଙ୍କୁ ଜଣେ ନେତା ଭାବେ ଦେଖିବାକୁ ଚାହୁଁ ନ ଥିଲେ। ସେଥିଲାଗି ସେ ନିର୍ବାଚନରେ ପରାଜୟ ବରଣ କରିଥିଲେ। ସେ ଭାରତୀୟ ଜନତା ପାର୍ଟିକୁ ଆଦୌ ବରଦାସ୍ତ କରୁ ନ ଥିଲେ। ୨୦୧୪ ଅଗଷ୍ଟ ୨୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri