ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବାକୁ ନେଇ ରାଜ୍ୟରେ ଶାସକ ଦଳ ତୁମ୍ବିତୋଫାନ କରୁଛି। ମାତ୍ର ରାଜ୍ୟର ବିଭିନ୍ନ ନଦୀରୁ ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଥିଲେ ମଧ୍ୟ ରଖା ଯାଇପାରୁନାହିଁ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି ଓଡ଼ିଶାରେ ଉପଲବ୍ଧ ହେଉଥିବା ଭୂପୃଷ୍ଠ, ଭୂତଳ ଜଳ ପରିମାଣ କେତେ, ସେଥିରୁ କେତେ ପରିମାଣର ଜଳ ସମୁଦ୍ରକୁ ବୋହିଯାଉଛି, କେତେ ପ୍ରତିଶତ ଜଳ ବାଷ୍ପୀଭୂତ ହେଉଛି, ଉଭୟ ଭୂପୃଷ୍ଠ ଓ ଭୂତଳ ଜଳ ସଂରକ୍ଷିତ ପାଇଁ ଗତ ୧୦ ବର୍ଷ ଭିତରେ କି କି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଯୋଗୁ କେତେ ପରିମାଣର ଜଳ ସଂରକ୍ଷିତ ହୋଇପାରିଛି ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅବବାହିକାର ଭୂପୃଷ୍ଠ ଜଳର ପରିମାଣ ରାଜ୍ୟ ଜଳ ଯୋଜନା ୨୦୦୪ ଅନୁଯାୟୀ ଆକଳନ କରାଯାଇଛି। ରାଜ୍ୟର ୧୧ଟି ନଦୀର ସମୁଦାୟ ଭୂପୃଷ୍ଠ ଜଳ ୯୫ ହଜାର ୫୪୦ ନିୟୁତ ଘନମିଟର ଜଳ ଧାରଣ କ୍ଷମତା ରହିଛି। ସେଥିରୁ ଜଳସେଚନ ପାଇଁ ୨୧ ହଜାର ୭୯୩. ୧୯ ନିୟୁତ ଘନମିଟର ଜଳ ବ୍ୟବହାର କରାଯାଉଥିବା ବେଳେ ସର୍ବସାଧାରଣ ୨୮୩.୯୫ ଏବଂ ଶିଳ୍ପଗୁଡ଼ିକ ୨ ହଜାର ୨୭୯.୮୫ ନିୟୁତ ଘନମିଟର ଜଳ ବ୍ୟବହାର କରୁଛନ୍ତି। ତେବେ ସମୁଦ୍ରକୁ ୫୦ ହଜାର ୬୪୫.୯୧ନିୟୁତ ଘନମିଟର ପାଣି ଚାଲିଯାଉଛି। ମହାନଦୀରୁ ୨୫ ହଜାର ୯୪୦, ବ୍ରାହ୍ମଣୀରୁ ୭ ହଜାର ୮୧୯, ବୈତରଣୀ ୨୨୧୫, ଋଷିକୁଲ୍ୟା ୭୩୬, ବଂଶଧାରା ୨ ହଜାର ୪୬୮ ଓ ଜମ୍ଭିରା ୧ ହଜାର ୬୬୮, କୋଲାବ୍‌ ୪ ହଜାର ୬୯୯, ଇନ୍ଦ୍ରାବତୀ ୨ ହଜାର ୩୮, ନାଗାବଳୀ ୧ ହଜାର ୬୧୪ ଏବଂ ସୁବର୍ଣ୍ଣରେଖା ନଦୀରୁ ୧ ହଜାର ୪୫୧.୫୯ ନିୟୁତ ଘନମିଟର ପାଣି ସମୁଦ୍ରକୁ ଚାଲିଯାଉଛି। ରାଜ୍ୟରେ ଭୂତଳ ଜଳ ୧୫ ହଜାର ୭୭୦ ନିୟୁତ ଘନମିଟର ଗଚ୍ଛିତ ରହିଛି। ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ସମସ୍ୟା ତଥା ମାତ୍ରାଧିକ ଭୂତଳ ଜଳର ବ୍ୟବହାର ଯୋଗୁ ୧୯୯୭ରୁ ୨୦୧୮ ମଧ୍ୟରେ ଭୂତଳ ଜଳ ହ୍ରାସ ପାଉଛି। ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ପାଇଁ ରାଜ୍ୟ ସରକାର ୧୪ ହଜାର ୫୮୮ଟି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ରାଜ୍ୟରେ ୭ଟି ମଧ୍ୟମ, ୧୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇ ଜଳ ଗଚ୍ଛିତ ରଖାଯାଉଛି। ଏଥିସହିତ ୨୦୧୫ରୁ ଛାତ ଉପରେ ଜଳ ଅମଳ ପ୍ରକଳ୍ପ କରାଯାଇ ବର୍ଷାଜଳକୁ ଭୂଗର୍ଭକୁ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧ଟି ସହରାଞ୍ଚଳରେ ୯ ହଜାର ୪୩୮ଟି ବେସରକାରୀ ଓ ୩୫୨ଟି ସରକାରୀ କୋଠାରେ ପ୍ରକଳ୍ପ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୬୦୪ ନିୟୁତ ଘନମିଟର ଜଳ ସଂରକ୍ଷଣ କରାଯାଇ ପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ ଯେ, ଛତିଶଗଡ଼ ଆଡ଼ିବନ୍ଧ କରି ପାଣି ଅଟକାଉଛି। ରାଜ୍ୟ ସରକାର ମହାନଦୀ, ବ୍ରାହ୍ମଣୀ ଏବଂ ଅନ୍ୟାନ୍ୟ ନଦୀରେ କେବେ ଡ୍ୟାମ୍‌ କରି ପାଣି ରଖିବେ। ଦୟାନଦୀରେ ଆଡ଼ିବନ୍ଧ କରି ଭୁବନେଶ୍ୱର ଆଖପାଖ ଅଞ୍ଚଳର ଚାଷୀଙ୍କୁ କେବେ ପାଣି ଯୋଗାଇବେ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଲତିକା ପ୍ରଧାନ, ବିଷ୍ଣୁବ୍ରତ ରାଉତରାୟ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ପ୍ରମୁଖ ଜଳ ସଂରକ୍ଷଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ପରିବର୍ତ୍ତିତ ଜଳବାୟକୁ ଦେଖି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେତେ ପ୍ରକଳ୍ପ ହାତକୁ ନେଇଛନ୍ତି, ଲୋୟର ସୁକ୍‌ତେଲ, ଲୋୟର ଇନ୍ଦ୍ର ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ। ସ୍ଥାନୀୟ ବିଧାୟକଙ୍କୁ ଡାକି ଆଲୋଚନା କରନ୍ତୁ। ରାଜ୍ୟ ସରକାରଙ୍କ ଜଳ ପରିଚାଳନା ନୀତି କିଛି ଅଛି କି? ସରକାର ଚେକ୍‌ଡ୍ୟାମ କରିଛନ୍ତି ମାତ୍ର ସେଗୁଡ଼ିକ ଠିକ୍‌ ଭାବେ ପରିଚାଳନା କରାଯାଉନାହିଁ। ପାଣି ରହିବ କେମିତି ବୋଲି ସଭ୍ୟମାନେ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତବର୍ଷ କୁଆଖାଇ ନଦୀରେ ଜଳ ସଂରକ୍ଷଣ କରିବା ପାଇଁ ଏକ ଚେକ୍‌ଡ୍ୟାମ ନିର୍ମାଣ କରାଯାଉଛି। ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଅନ୍ୟାନ୍ୟ ନଦୀରେ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri