ନଗଦ ଉପଲବ୍ଧରେ ହେବନି ଅସୁବିଧା

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ବ୍ୟାଙ୍କ ଜରୁରିକାଳୀନ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ବଜାରରେ ନଗଦ ଉପଲବ୍ଧତା ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଉପଲବ୍ଧି କରିବା ସହ ଲୋକଙ୍କୁ ଠିକ୍‌ ସମୟରେ ଯେଭଳି ନଗଦ ଉପଲବ୍ଧ ହେବ ସେ ନେଇ ପଦକ୍ଷେପ ନେବେ ବୋଲି ଜଣାପଡିଛି। ଏହି ପ୍ରସଙ୍ଗରେ ବ୍ୟାଙ୍କଗୁଡିକ ସହ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକ ନଗଦ ପ୍ରବାହକୁ ଜାରି ରଖିବା ସହ ସମସ୍ତଙ୍କ ନିକଟରେ ନଗଦ ଉପଲବ୍ଧ କରାଇବାକୁ ବ୍ୟାଙ୍କଗୁଡିକ ସହ ଆଲୋଚନା କରିବେ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
ଏହାବାଦ କ୍ୟାଶ୍‌ ନେବା ଆଣିବା ଦିଗରେ ରାଜ୍ୟ ସ୍ତରରେ ଯେଭଳି କୌଣସି ଅସୁବିଧା ନ ହୁଏ ତାଙ୍କୁ ମଧ୍ୟ ସରକାର ଧ୍ୟାନରେ ରଖିଛନ୍ତି। କ୍ୟାଶ, ବ୍ୟାଙ୍କର, ଭେଣ୍ଡର ଏବଂ ବ୍ୟାଙ୍କ ମିତ୍ରମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲା ଭଳି ବିକଳ୍ପ ବାହାର କରିବା ନିମନ୍ତେ ରାଜ୍ୟଗୁଡିକ ସହ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ଲୋକମାନଙ୍କ ସୁବିଧା ଲାଗି ସରକାର ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ ସହ ଗରିବ ଲୋକ, ଦିବ୍ୟାଙ୍ଗ, ବିଧବା, କୃଷକ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଘୋଷଣା କରିଛନ୍ତି। ବର୍ତ୍ତମାନର କଷ୍ଟ ସମୟରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଥିବାରୁ ସୀତାରାମନ ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ସୂଚନା ମୁତାବକ ଶୁକ୍ରବାର ୧.୦୫ ଲକ୍ଷ ବ୍ୟାଙ୍କ ଶାଖା ଖୋଲା ରହିଥିଲା। ବ୍ୟାଙ୍କ ଶନିବାର ଏବଂ ରବିବାର ବନ୍ଦ ରହିବ। ଅତି ଜରୁରୀ ନ ହେଲେ ବ୍ୟାଙ୍କ ଶାଖା ନ ଆସିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲୋକଙ୍କୁ ଆଇବିଏ ପକ୍ଷରୁ ନିବେଦନ କରାଯାଇଛି। ଏହାବାଦ କାଉଣ୍ଟରକୁ ସ୍ପର୍ଶ ନ କରିବା, ନେଣ ଦେଶ ପୂର୍ବରୁ ଏବଂ ପରେ ବ୍ୟାଙ୍କ କର୍ମଚାରଙ୍କଠାରୁ ଠିକ୍‌ ଦୂରତ୍ୱ ବଜାୟ ରଖିବା ନେଇ ଆଇବିଏ ନିବେଦନ କରିଛି। ବ୍ୟାଙ୍କ ଶାଖାରେ ଭିଡ ନ ଜମାଇବା, ଧାଡିରେ ୧ରୁ ୧.୫ ମିଟର ଦୂରତା ବଜାୟ ରଖିବା ଏବଂ ଶାଖାରେ ଗୋଟିଏ ଥର ୫ରୁ ୬ ଗ୍ରାହକ ପ୍ରବେଶ କରିବା ଲାଗି କୁହାଯାଇଛି। କାଶ ଏବଂ ଥଣ୍ଡା ଲକ୍ଷଣ ରହିଥିଲେ ବ୍ୟାଙ୍କକୁ ନେଣଦେଣ ଲାଗି ନ ଆସିବା ବରିଷ୍ଠ ନାଗରିକ ଏବଂ ଶିଶୁ ମାନେ ଶାଖା ନ ଆସିବାକୁ ଆଇବିଏ ନିବେଦନ କରିଛି। ଶାଖାରେ ପ୍ରବେଶ କରିବା ବେଳେ ଆବଶ୍ୟକ କାଗଜ ପତ୍ର ସହ ଗ୍ଲୋବସ, ସାନିଟାଇଜର, ମାସ୍କ ବ୍ୟବହାର କରି ଶାଖାରେ ପ୍ରବେଶ କରିବାକୁ ନିୟମ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri