ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଗତ ମାସକ ମଧ୍ୟରେ ଦୁଇଜଣ ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଥାନାରେ ଏତଲା ଦିଆଯିବା ଭଳି ଘଟଣା ଘଟିଛି। ସେହିପରି ନକଲି ଜାତିଗତ ପ୍ରମାଣପତ୍ର ଦେଇ କେତେକ ଘରୋଇ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ସରକାରୀ ଷ୍ଟାଇପେଣ୍ଡ ଲୁଟୁଥିବା କୁହାଯାଉଛି। ସୂଚନା ଅଧିକାର ଆଇନ(ଆର୍ଟିଆଇ) ବଳରେ ଜିଲା ଶିକ୍ଷା ବିଭାଗରୁ ତଥ୍ୟ ଅଣାଯାଇ ହୋହଲ୍ଲା କରାଯିବାରୁ ଅନ୍ୟ କେତେକ ଜାଲ ସାର୍ଟିଫିକେଟ୍ଧାରୀ ଶିକ୍ଷକ ଇସ୍ତଫା ଦେଇ ଚୁପ୍ ବସିଥିବା ନଜିର ରହିଛି।
ଉଲ୍ଲେଖନୀୟ ଯେ, ଜାଲ୍ ସାର୍ଟିଫିକେଟ କାରବାର ଜିଲା ପାଇଁ କିଛି ନୂଆ କଥା ହୋଇ ରହି ନାହିଁ । ଏଠାରେ ଜାଲ ସାର୍ଟିଫିକେଟ ଯୋଗାଉଥିବା ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଗତବର୍ଷ ଜିଲାରେ ଶିକ୍ଷକତା ପାଇଁ ଆବେଦନ କରିଥିବା ୯ ଜଣ ନକଲି ସାର୍ଟିଫିକେଟ୍ଧାରୀଙ୍କୁ ଗିରଫ କରାଯାଇଥିଲା। ଦୁଇମାସ ପୂର୍ବେ ରାଜ୍ୟ ଶିକ୍ଷା ବିଭାଗରୁ ଜିଲାର ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିଲା। ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକଙ୍କ କ୍ଷେତ୍ରରେ ଉପରଠାଉରିଆ ଯାଞ୍ଚ କରାଯାଉ ଥିବାରୁ ନକଲି ଶିକ୍ଷକମାନେ ସହଜରେ ଖସିଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ବୋର୍ଡକୁ ପଠାଯାଇଛି। ବୋର୍ଡ଼ରୁ ପ୍ରତ୍ୟୁତ୍ତର ଆସିବା ପରେ ଏହା ନକଲି ହୋଇଥିବା ଜଣାପଡିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ନକଲି ଜାତିଗତ ପ୍ରମାଣପତ୍ର ଦେଇ ଜିଲା ମଙ୍ଗଳ କାର୍ଯ୍ୟାଳୟ ମାଧ୍ୟମରେ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଷ୍ଟାଇପେଣ୍ଡ ବାବଦ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି। ଏପରି କି ଦୀର୍ଘଦିନ ଧରି ବନ୍ଦ ପଡିଥିବା ଅନୁଷ୍ଠାନରେ ପାଠ ପଢୁଥିବା ଦର୍ଶାଇ ହରିଜନ ଓ ଆଦିବାସୀ ପିଲାଙ୍କ ନାଁରେ ବୃତ୍ତି ଟଙ୍କା ଲୁଟ୍ କରାଯାଉଛି । ହେଲେ ଏଭଳି ଅଭିଯୋଗ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଭଳି ମନେ ହେଉନାହିଁ। ଏନେଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସମସ୍ତ ସାର୍ଟିଫିକେଟ୍କୁ ଏବେ ଯାଞ୍ଚ କରାଯାଉଛି । ଏହାମଧ୍ୟରେ କେତେଜଣ ନକଲି ସାର୍ଟିଫିକେଟ୍ଧାରୀଙ୍କୁ ଚିହ୍ନଟ କରାଯାଉଛି। ଆବଶ୍ୟକ ପଡ଼ିଲେ ଏ ନେଇ ପୋଲିସର ଆଶ୍ରୟ ନିଆଯିବ। ସେହିଭଳି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ନକଲି ସାର୍ଟିଫିକେଟ୍ରେ ଷ୍ଟାଇପେଣ୍ଡ ନିଆଯାଉଥିବା ଅଭିଯୋଗ ହସ୍ତଗତ ହେବା ପରେ ଏହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି
ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...
ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’
ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ
ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
Archives


