ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ ମୋର୍ଯ୍ୟ ଏବଂ ଟିଙ୍କୁ ବିଶୋୟୀ। ପୋଲିସ ପିଛା କରିବାରୁ ମନିଷ ବ୍ରିଜ ଉପରୁ ନଦୀକୁ ଡେଇଁ ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ଗାଁ ଲୋକେ ତାଙ୍କୁ ଧରି ନେଇଥିଲେ। ଟିଙ୍କୁଙ୍କୁ ପୋଲିସ ଦୌଡି ଦୌଡି ଧରିଥିଲା। ସୂଚନାଯୋଗ୍ୟ, ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରୁ ଗତ ୧୪ ତାରିଖ ରାତିରେ ଘରର କବାଟ ଓ ଝରକା ତାଡି ଚୋରି ହୋଇଥିଲା। ୧୫ ତାରିଖ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏକ ସିସି ଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଥିଲା। ଏଥରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ। କୁତାବଗା ଗାଁରେ ସେମାନେ ଲୁଚିଥିବା ପୋଲିସକୁ ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଥିଲା। ହେଲେ ପୋଲିସକୁ ଦେଖି ମନିଷ ଓ ଟିଙ୍କୁ ଦୌଡି ପଳାଇଥିଲେ। ମନିଷ ଇବ୍ ନଦୀ ବ୍ରିଜ ଉପରୁ ଡେଇଁ ପଡି ଖସିଯିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ପାଖ ଗାଁ ଲୋକେ କିନ୍ତୁ ଏହି ଖବର ପାଇ ଯାଇଥିଲେ। ଶେଷରେ ମରାକୁଟା ଗାଁ ଲୋକେ ମନିଷଙ୍କୁ ନଦୀ ଭିତରୁ ଧରି ପୋଲିସ ଜିମା ଦେଇଥିଲେ। ତେବେ ସେମାନଙ୍କ ନିକଟରୁ ପୋଲିସ ବିଭିନ୍ନ ସାମଗ୍ରୀ ଜବତ କରିଛି।
Posted inଆମ ଜିଲା ଖବର, ଝାରସୁଗୁଡ଼ା View All

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ
ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପୂର୍ବତନ କୃଷି କର୍ମଚାରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ସରଣ୍ଡା/ସୁନ୍ଦରଗଡ଼,୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମର ପୂର୍ବତନ କୃଷି କର୍ମଚାରୀ(ଓଭରସିଅର) ଫକୀର କର୍ଣ୍ଣଙ୍କ ବାସଭବନ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ...

ସମ୍ବଲପୁର ରୋଡ୍ ଷ୍ଟେଶନ ବନ୍ଦ ବିରୋଧ ତେଜିଲା
ସମ୍ବଲପୁର,୯ା୮(ବ୍ୟୁରୋ): ସମ୍ବଲପୁର-ରୋଡ୍ ଷ୍ଟେଶନ ବନ୍ଦ କରିବା ପ୍ରକ୍ରିୟା କିଛିଦିନ ବନ୍ଦ ହେବା ପରେ ୨ଦିନ ହେଲା ପୁଣି ଆରମ୍ଭ ହୋଇଛି। ଏହାକୁ ନେଇ ସହରରେ ଅସନ୍ତୋଷ...

ଡାକ୍ତରଖାନାରେ କମ୍, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର
ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି...

ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ବଡ଼ବିଲ,୨୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଚଟେଇ ହଟିଂ ଅଞ୍ଚଳରେ ଶନିବାର ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ...

ଫୋକସ୍ରେ ଷ୍ଟୁଡେଣ୍ଟ ଆଡପ୍ଶନ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ‘ମୋ ସ୍କୁଲ୍’ ଅଭିଯାନକୁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନକୁ ଆଣିବା ପରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଛି। ଚଳିତବର୍ଷଠାରୁ...

ନଳକୂପ ଖନନରେ ହେରାଫେରି ମାମଲା: ଆଜି ଲୋକାୟୁକ୍ତରେ ଚୂଡ଼ାନ୍ତ ଶୁଣାଣି
ଯାଜପୁର ଅଫିସ,୯ା୧: ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ(ନଳକୂପ) ଖନନରେ ବ୍ୟାପକ ହେରାଫେରି ଅଭିଯୋଗ ଉପରେ ଗୁରୁବାର ଲୋକାୟୁକ୍ତରେ...

ମହାଧିବେଶନ ସଫଳ ସମ୍ପର୍କରେ ଆଲୋଚନା
ବଇଣ୍ଡା,୧୨।୩(ଡି.ଏନ.ଏ.) ଅଖିଳ ଭାରତୀୟ ଗୋଣ୍ଡୱାନାର ଅନ୍ତଃରାଷ୍ଟ୍ରୀୟ ମହାଧିବେଶନ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏ ନେଇ ରବିବାର କିଶୋରନଗର ବ୍ଲକ ନାକିଚି ଡାକ ବଙ୍ଗଳା ପରିସରରେ...