Posted inଖେଳ

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍‌ସଙ୍କ ଏହି ଷ୍ଟଣ୍ଟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକମାନେ ଏପରି ମଜ୍ଜିଯାଇଥିଲେ ଯେ, ପ୍ରତି ୧୦ ମିନିଟରେ ବ୍ରେକ୍‌ ନେବାକୁ ଥିଲେ ହେଁ ଧେର୍‌ସ ତାହା ଭୁଲିଯାଇଥିଲେ। ଯୁବ ଦର୍ଶକଙ୍କ ଉପସ୍ଥିତି ଓ କୋଳାହଳ ତାଙ୍କୁ ଅଭୀଭୂତ କରିଥିଲା। ସେ ମଝିରେ ବ୍ରେକ୍‌ ନେଇ ନିଜ ପ୍ରିୟ ଦର୍ଶକଙ୍କୁ ନିରାଶ କରିବାକୁ ଚାହିଁ ନ ଥିଲେ। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ଦୁଃସାହସିକ ବାଇକ୍‌ ଚାଳନା ପ୍ରେମୀଙ୍କୁ ସେ ଷ୍ଟଣ୍ଟ ସମ୍ପର୍କରେ ମୂଲ୍ୟବାନ୍‌ ପରାମର୍ଶ ଦେଇଥିଲେ।
ଧେର୍‌ସ ଗତ ୧୬ ତାରିଖରେ ଭେନେଜୁଏଲାରୁ ଭାରତ ଭ୍ରମଣରେ ଆସିଛନ୍ତି। ଏଠାରେ ୨ ଦିନ ରହଣି ପରେ ସେ ଗୁଆହାଟୀରେ ହେବାକୁ ଥିବା ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍‌ରେ ଯୋଗଦେବେ। ପାଞ୍ଚଥର ୱାର୍ଲଡ ଏକ୍ସ ଗେମ୍‌ ଚାମ୍ପିୟନ୍‌ ଧେର୍‌ସ ଇମ୍ଫାଲରେ ଚଳିତମାସ ୨୪ରେ ହେବାକୁ ଥିବା ଏକ୍ସ-ଜାମ୍‌ରେ ମଧ୍ୟ ବିଚାରକ ଭାବେ ଯୋଗଦେବେ। ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍ନାମେଣ୍ଟ ଜରିଆରେ ପରବର୍ତ୍ତୀ ପିଢ଼ିର ଦୁଃସାହସିକ କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଯୁବକଙ୍କ ପାଖରେ ପହଞ୍ଚତ୍ବା ତାଙ୍କର ଲକ୍ଷ୍ୟ। ଆମ୍ବାସାଡର ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ସେ ସାରା ବିଶ୍ୱରେ ଏହି କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। ଡାନିଏଲ୍‌ ଧେରସ୍‌ ହେଉଛନ୍ତି ଭେନେଜୁଏଲାର ଜଣେ ରେଡ୍‌ ବୁଲ୍‌ କ୍ରୀଡ଼ାବିତ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ। ୨୦୦୬ ତାଙ୍କ ପାଇଁ ଉଲ୍ଲେଖନୀୟ ବର୍ଷ ଥିଲା। ଏହି ବର୍ଷ ସେ ଆକ୍ସନ୍‌ ସ୍ପୋଟର୍‌ସ ଟୁର୍‌ ଟାଇଟଲ୍‌ ଜିତିଥିଲେ। ସେ ଏକ୍ସ ଗେମ୍‌ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ୨୦୧୪ରେ ସେ ଏଫ୍‌ଆଇଏସ୍‌ଇ ୱାର୍ଲଡ ସିରିଜ୍‌ ଚାମ୍ପିୟନ୍‌ ହୋଇଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଦିନରେ ଏସୀୟ କିମ୍ବା ଜାତୀୟସ୍ତରୀୟ ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ବିଏମ୍‌ଏକ୍ସ ଟୁର୍ନାମେଣ୍ଟ ଆୟୋଜନ ହେବା ସମ୍ଭାବନା ରହିଛି। ଧେରସଙ୍କ ଷ୍ଟଣ୍ଟ ଅବସରରେ ରେଡ୍‌ ବୁଲ୍‌ର ଆଥଲେଟ୍‌ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri