ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍‌’

 

ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ ବିଚାରକରି ନିବେଶକ ବଜାର ଉପରେ ଭରସା କରିଥାନ୍ତି। ଏଭଳି ସ୍ଥିତିକୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ବ୍ରିଟିଶ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନିସଙ୍କ ମତରେ ଆନିମଲ ସ୍ପିରିଟ ବୋଲି କୁହାଯାଇଥାଏ। କରୋନା ମାମଲାରୁ ନିୟନ୍ତ୍ରଣ କରିବା ଲାଗି ସରକାର ଦେଶରେ ଏବେ ୪୦ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ୧୯୮୦ ପରଠାରୁ ଦେଶର ଅର୍ଥବ୍ୟବସ୍ଥାର ଗତି ସର୍ବନିମ୍ନ ସ୍ତରକୁ ଚାଲିଯିବା ଭଳି ସ୍ଥିତି ଉପନୀତ ହୋଇଛି। ଭାରତୀୟ ବଜାର ଗତ କିଛି ତ୍ରୈମାସ ଧରି ଲଗାତର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ଚୋଟ ବଜାରକୁ ଆହୁରି କ୍ଷତାକ୍ତ କରିଛି।
ବ୍ଲମ୍‌ବର୍ଗ ଇକୋନୋମିକ୍ସ ପକ୍ଷରୁ ଅଭିଷେକ ଗୁପ୍ତା କହିଛନ୍ତି, ବଜାରକୁ ନେଇ ନିବେଶକ ଏବେ ଆଶଙ୍କାରେ ରହିଛନ୍ତି। ସ୍ଥିତିରେ କେବେ ଉନ୍ନତି ଆସିବ ତାହା ମଧ୍ୟ ସ୍ପଷ୍ଟ ଭାବେ କହିହେବ ନାହିଁ। ବିଭିନ୍ନ କ୍ଷେତ୍ର କରୋନା ପାଇଁ କ୍ଷତିର ସାମ୍ନା କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରଥମେ ସମସ୍ୟା ଦେଇ ଗତି କରୁଥିବା ବେଳେ ବୋଝ ଉପରେ ଆହୁରି ବୋଝ ଲଦିଲା ଭଳି ପରିସ୍ଥିତି ଉପୁଜିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର ଯୋଗଦାନ ମାର୍ଚ୍ଚରେ ପ୍ରଥମଥର ଲାଗି ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଡାଟା ମୁତାବକ ଫେବୃୟାରୀରେ ଏହା ୫୭.୫% ରହିଥିବା ବେଳେ ମାର୍ଚ୍ଚରେ ୪୯.୩%କୁ ଖସିଛି। ଏହାବାଦ ମାନୁଫାକଚରିଂ ପ୍ରଭାବିତ ହେବା ଯୋଗୁ କମ୍ପୋଜିଟ ଇଣ୍ଡେକ୍ସ ୭୫.୬%ରୁ ୫୦.୬%କୁ ଖସିଛି।
ମାର୍ଚ୍ଚରେ ରପ୍ତାନି ୩୫% ହ୍ରାସ ଘଟିଛି। ଏହା ଗତ ୨ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ଧରଣର ହ୍ରାସ। ଲକ୍‌ଡାଉନ ପାଇଁ ବିଦେଶରେ ଚାହିଦା ଖସିଥିବାରୁ ରପ୍ତାନିକୁ ଏହା କ୍ଷତିଗ୍ରସ୍ତ କରିଛି। ଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଇ ନ ପାରେ। ଗତ ମାସରେ ପ୍ରମୁଖ କମ୍ପାନୀଗୁଡିକର କାର୍‌ ବିକ୍ରି ପ୍ରାୟ ୫୧% କମିଛି। ଲକ୍‌ ଡାଉନ ଘୋଷଣା ହେବା ଆଗରୁ ଖାଉଟିଙ୍କ ଆତ୍ମବିଶ୍ୱାସ ପ୍ରଭାବିତ ସ୍ତରରେ ରହିଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ନିଯୁକ୍ତି କମିବା ଏବଂ ଋଣ ଚାହିଦା ହ୍ରାସ ହେବା ଭଳି ସ୍ଥିତି ଉପୁଜିବାରୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅର୍ଥ ବ୍ୟବସ୍ଥାକୁ ଅଧିକ ନଗଦ କିଭଳି ଆସିପାରିବ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫେବୃୟାରୀରେ ଶିଳ୍ପ ଉତ୍ପାଦନ ସାମାନ୍ୟ ବଢିଛି। ମାତ୍ର କରୋନା ଯୋଗୁ ବଜାରର ସ୍ଥିତି ସ୍ବାଭାବିକ ହେବା ପାଇଁ ଆଗାମୀ କିଛି ତ୍ରୈମାସ ଲାଗି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri