ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍‌’

 

ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ ବିଚାରକରି ନିବେଶକ ବଜାର ଉପରେ ଭରସା କରିଥାନ୍ତି। ଏଭଳି ସ୍ଥିତିକୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ବ୍ରିଟିଶ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନିସଙ୍କ ମତରେ ଆନିମଲ ସ୍ପିରିଟ ବୋଲି କୁହାଯାଇଥାଏ। କରୋନା ମାମଲାରୁ ନିୟନ୍ତ୍ରଣ କରିବା ଲାଗି ସରକାର ଦେଶରେ ଏବେ ୪୦ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ୧୯୮୦ ପରଠାରୁ ଦେଶର ଅର୍ଥବ୍ୟବସ୍ଥାର ଗତି ସର୍ବନିମ୍ନ ସ୍ତରକୁ ଚାଲିଯିବା ଭଳି ସ୍ଥିତି ଉପନୀତ ହୋଇଛି। ଭାରତୀୟ ବଜାର ଗତ କିଛି ତ୍ରୈମାସ ଧରି ଲଗାତର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ଚୋଟ ବଜାରକୁ ଆହୁରି କ୍ଷତାକ୍ତ କରିଛି।
ବ୍ଲମ୍‌ବର୍ଗ ଇକୋନୋମିକ୍ସ ପକ୍ଷରୁ ଅଭିଷେକ ଗୁପ୍ତା କହିଛନ୍ତି, ବଜାରକୁ ନେଇ ନିବେଶକ ଏବେ ଆଶଙ୍କାରେ ରହିଛନ୍ତି। ସ୍ଥିତିରେ କେବେ ଉନ୍ନତି ଆସିବ ତାହା ମଧ୍ୟ ସ୍ପଷ୍ଟ ଭାବେ କହିହେବ ନାହିଁ। ବିଭିନ୍ନ କ୍ଷେତ୍ର କରୋନା ପାଇଁ କ୍ଷତିର ସାମ୍ନା କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରଥମେ ସମସ୍ୟା ଦେଇ ଗତି କରୁଥିବା ବେଳେ ବୋଝ ଉପରେ ଆହୁରି ବୋଝ ଲଦିଲା ଭଳି ପରିସ୍ଥିତି ଉପୁଜିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର ଯୋଗଦାନ ମାର୍ଚ୍ଚରେ ପ୍ରଥମଥର ଲାଗି ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଡାଟା ମୁତାବକ ଫେବୃୟାରୀରେ ଏହା ୫୭.୫% ରହିଥିବା ବେଳେ ମାର୍ଚ୍ଚରେ ୪୯.୩%କୁ ଖସିଛି। ଏହାବାଦ ମାନୁଫାକଚରିଂ ପ୍ରଭାବିତ ହେବା ଯୋଗୁ କମ୍ପୋଜିଟ ଇଣ୍ଡେକ୍ସ ୭୫.୬%ରୁ ୫୦.୬%କୁ ଖସିଛି।
ମାର୍ଚ୍ଚରେ ରପ୍ତାନି ୩୫% ହ୍ରାସ ଘଟିଛି। ଏହା ଗତ ୨ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ଧରଣର ହ୍ରାସ। ଲକ୍‌ଡାଉନ ପାଇଁ ବିଦେଶରେ ଚାହିଦା ଖସିଥିବାରୁ ରପ୍ତାନିକୁ ଏହା କ୍ଷତିଗ୍ରସ୍ତ କରିଛି। ଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଇ ନ ପାରେ। ଗତ ମାସରେ ପ୍ରମୁଖ କମ୍ପାନୀଗୁଡିକର କାର୍‌ ବିକ୍ରି ପ୍ରାୟ ୫୧% କମିଛି। ଲକ୍‌ ଡାଉନ ଘୋଷଣା ହେବା ଆଗରୁ ଖାଉଟିଙ୍କ ଆତ୍ମବିଶ୍ୱାସ ପ୍ରଭାବିତ ସ୍ତରରେ ରହିଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ନିଯୁକ୍ତି କମିବା ଏବଂ ଋଣ ଚାହିଦା ହ୍ରାସ ହେବା ଭଳି ସ୍ଥିତି ଉପୁଜିବାରୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅର୍ଥ ବ୍ୟବସ୍ଥାକୁ ଅଧିକ ନଗଦ କିଭଳି ଆସିପାରିବ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫେବୃୟାରୀରେ ଶିଳ୍ପ ଉତ୍ପାଦନ ସାମାନ୍ୟ ବଢିଛି। ମାତ୍ର କରୋନା ଯୋଗୁ ବଜାରର ସ୍ଥିତି ସ୍ବାଭାବିକ ହେବା ପାଇଁ ଆଗାମୀ କିଛି ତ୍ରୈମାସ ଲାଗି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?