ଧାର ଟଙ୍କାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ, ଅଭିଯୁକ୍ତ ଗିରଫ

ଆସିକା,୧୭ା୭(ଡି.ଏନ୍‌.ଏ.)- ଆସିକାଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ତରାସିଙ୍ଗ ଗ୍ରାମରେ ଗତ ରବିବାର ବାକିଆ ଟଙ୍କାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଗଁା ଦାଣ୍ଡରେ ଟଣାଓଟରା କରିବା ସହ ମାଡ ମାରିବା ଅଭିଯୋଗରେ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସେହି ଗ୍ରାମର କଂଗ୍ରେସ ନାୟକ। ବୁଧବାର ଅପରାହ୍ନରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତ କଂଗ୍ରେସ ଓ ସେହି ଗ୍ରାମର ପ୍ରଫୁଲ୍ଲ ବେହେରା ମିଳିତ ଭାବେ ଗ୍ରାମର ଜଣେ ମହିଳାଙ୍କଠାରୁ ଟଙ୍କା ଧାର ଆଣିଥିଲେ। ଧାର ଟଙ୍କା ପରିଶୋଧ ନ କରି ପ୍ରପୁଲ୍ଲ ସୁରାଟ ଚାଲି ଯାଇଥିଲେ। ରବିବାର ସକାଳେ କଂଗ୍ରେସ ପ୍ରଫୁଲ୍ଲଙ୍କ ଘର ପାଖକୁ ଯାଇ ଧାରଟଙ୍କାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କୁ ଟଣାଓଟରା କରିବା ସହ ମାଡ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ଯୁଧିଷ୍ଠିର ମାଝି ସୂଚନା ଦେଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ଆସିକା ଥାନାରେ ନଂ.୨୨୭/୧୯ରେ ଏକ ମାମଲାରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ସ୍ବାସ୍ଥ୍ୟସେବା…

ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତରମାନଙ୍କର ଭୂମିକା ଓ ଗୁରୁତ୍ୱ ସବୁ ବିଭାଗ ଶୀର୍ଷରେ ପହଞ୍ଚତ୍ଛି। ‘ଜାନ୍‌ ହେ ଜହାନ୍‌ ହେ’ ଅର୍ଥାତ୍‌ ଜୀବନ ଅଛି...

ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ...

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ...

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ...

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୮ କରୋନା ପଜିଟିଭ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ସିଡିଏମ୍‌ଓଙ୍କ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସାଧିକାରୀ) ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଶନିବାର ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ବିଭିନ୍ନ ସମସ୍ୟା...

ପ୍ଲାଜମା ଦାନ କଲେ ରାଜ୍ୟର ପ୍ରଥମ ମହିଳା

ଭୁବନେଶ୍ୱର,୨୯।୭(ବ୍ୟୁରୋ)-କରୋନାକୁ ହରାଇବା ପରେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ଛାତ୍ରୀ ବୁଧବାର ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।...

ପ୍ରେମିକଙ୍କ ପାଇଁ ବିଷ ପିଇଲେ ଯୁବତୀ

ଗୋପାଳପୁର,୧୯ା୧୧(ଡି.ଏନ୍‌.ଏ.): ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଜାଣି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା...

Advertisement
Archives

Model This Week