ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍‌

ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍‌ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍‌ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍‌ ସମୁଦ୍ରରେ ଥିବା କୁହାଯାଉଛି। ଧାମରା ମାଛଧରା ଜେଟିରେ ୧୧ଟି, ଚନ୍ଦନିପାଳରେ ୧୨ଟି ଓ କାଳିନାଳିରେ ୬ଟି, ଡିପିସିଏଲ୍‌ ସୀମାରେ ୮ ବୋଟ୍‌ ଲାଗିଛି। ଅବଶିଷ୍ଟ ବୋର୍ଟ କେନ୍ଦ୍ରାପଡ଼ା ଜିଲାରେ ଲାଗି ଥିବା କଥା ଅନୁମାନ କରାଯାଉଛି। ତେବେ ପ୍ରତିକୂଳ ପାଗ ଓ ମେରାଇନ ବୋଟ୍‌ ଖରାପ କାରଣରୁ ଜିଲା ପ୍ରଶାସନର ଅଧିକାରୀମାନେ ଏହି ବୋଟ୍‌ ନିକଟରେ ପହଞ୍ଚିି ପାରିନାହାନ୍ତି। ଏଣୁ ସେସବୁ ବୋଟ୍‌ରେ ଖାଦ୍ୟ ଅଛି କି ନାହିଁ ଏବଂ ସେଥିରେ ଥିବା ଲୋକମାନେ କିଭଳି ଅବସ୍ଥାରେ ଅଛନ୍ତି ସେନେଇ ସଠିକ ତଥ୍ୟ ମିଳିପାରିନାହିଁ। ତେବେ ସେମାନେ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ଓ ବୋଟ୍‌ ବୋଲି କୁହାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା

ଜିଲା ପ୍ରଶାସନର ନିର୍ଦ୍ଦେଶରେ ଧାମରାର ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ରାଜସ୍ବ ସୁପରଭାଇଜର, ମେରାଇନ ଥାନାର କର୍ମଚାରୀମାନେ ସ୍ଥଳଭାଗରେ ବିଭିନ୍ନ ଜେଟିରେ ପହଞ୍ଚି ମତ୍ସ୍ୟଜୀବୀଙ୍କଠାରୁ ଏପରି କିଛି ଅଟକି ରହିବା ବୋଟ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ବୋଟ୍‌ ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଂଟାଇରେ ରହିଯାଇଥିଲା। ତେବେ ସାମୁଦ୍ରିକ ପବନ ପ୍ରଭାବରେ ସେମାନେ ଧାମରା ମୁହାଣ ଆଡକୁ ଭାସି ଆସିବା କଥା କୁହାଯାଉଛି। ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶା ସରକାରକୁ ସହାୟତା ମାଗିଥିଲେ। ଅଶାନ୍ତ ସମୁଦ୍ର ଓ ସାମୁଦ୍ରିକ ଝଡ ‘ବୁଲବୁଲ୍‌’ର ସମ୍ଭାବ୍ୟ ଗତିପଥ କାରଣରୁ ଏହି ବୋଟ୍‌ଗୁଡିକ କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶା ଉପକୂଳରେ ଧାମରାରେ ଆଶ୍ରୟ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ବୁଲବୁଲ୍‌’ ୧୦ ତାରିଖରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ଥିବା ସୁନ୍ଦରବନ ଡେଲଟା ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ମଧ୍ୟ ବୃଦ୍ଧିଘଟି ସମୁଦ୍ର ଅଶାନ୍ତ ରହିବ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri