ଧାନ ରଖି ଚାଷୀଙ୍କ ରାସ୍ତାରୋକୋ

ଜଳେଶ୍ୱର,୨୪।୧(ଡି.ଏନ.ଏ.)-ମଣ୍ଡିରେ ଧାନକ୍ରୟରେ ଅନିୟମିତତା ବିରୋଧରେ ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ ମିଲର୍‌ ଓ ଇକଡ଼ା ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଧ୍ୟ ତାଲା ପକାଇ ଅଟକାଇ ରଖିଛନ୍ତି। ଏହି ସମବାୟ-ସମିତିରେ ମିଲର୍‌ ଓ ସମବାୟ ସମିତି ପକ୍ଷରୁ ଚାଷୀଙ୍କଠାରୁ ଧାନ କ୍ରୟ କରୁଥିବା ବେଳେ ପ୍ରତି କୁଇଣ୍ଟାଲ ପିଛା ୧୧ କି.ଗ୍ରା. ଧାନ ବେଆଇନ ଭାବେ କାଟି ନିଆଯାଉଥିବାରୁ ଚାଷୀମାନେ ଏହାର ତୀବ୍ର ବିରୋଧ କରି ଏହି ରାସ୍ତାରୋକୋ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକୋ ପ୍ରତ୍ୟାହାର ହୋଇ ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପରେ ଉଠିଲା ମୃତଦେହ

ଭବାନୀପାଟଣା/କୋକସରା,୧।୭(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୨ ପୃଥକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭବାନୀପାଟଣା ବ୍ଲକ କନ୍ଦବାନ୍ଦୋପଲା ଗ୍ରାମର ରତ୍ନାକର ମାଝି (୨୩) ଏବଂ...

ଏନ୍‌ଟିପିସି ଡାକ୍ତରଙ୍କ ପ୍ରସ୍ତାବ ଉପରେ ମୋହର : ଗ୍ରହଣଖଣ୍ଡିଆ ରୋଗୀ ଯିବେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା...

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ...

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’

ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍‌ବୋଧନ ଆରମ୍ଭ...

କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର...

ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ...

ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼ ଅଭିଯୋଗ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଇଁଥପଲ୍ଲୀ ଗ୍ରାମର ଜଣେ ବିଧବା ମହିଳା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିବାରୁ ସେ ଓ ତାଙ୍କ...

ଡେଲାଙ୍ଗରେ ନିର୍ବାଚନୀ ହିଂସା

ଡେଲାଙ୍ଗ,୧୨।୪(ଡି.ଏନ୍‌.ଏ): ପିପିଲି ଉପନିର୍ବାଚନ ପାଇଁ ରବିବାର ପ୍ରଚାର ଚାଲିଥିବାବେଳେ ପୁଣି ହିଂସାକାଣ୍ଡ ଘଟିଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ଗ୍ରାମରେ ବିଜେଡି ଓ...

Advertisement
Archives

Model This Week