ଧାନ ବିକ୍ରି ପାଇଁ ଜିଲାପାଳଙ୍କୁ ଭେଟିଲେ ଚାଷୀ: ଟାର୍ଗେଟ ଆସିଲେ ଧାନ ଉଠିବ

ନୂଆପଡା ଅଫିସ,୨୭ା୬: ଆଗାମୀ ୩୦ ତାରିଖରେ ନୂଆପଡ଼ା ଜିଲାରେ ଧାନ କିଣା ଶେଷ ହେବ ବୋଲି ଜିଲା ଯୋଗାଣ ବିଭାଗ କହୁଥିବା ବେଳେ ମିଲର୍ସ ହଜାର ହଜାର କୁଇଣ୍ଟାଲ ଛତଶଗଡରୁ ଧାନ ଆଣି ଫଲସ ଏଣ୍ଟ୍ରି ମାରୁଛନ୍ତି। ଏଣେ ଜିଲାର ଚାଷୀ ଧାନବିକ୍ରି କରି ପାରୁନାହାନ୍ତି। ଚାଷୀ ପାଖରେ ଏବେବି ଧାନ ପଡିରହିଛି। ଏଭଳି ସ୍ଥିତିରେ ସଦର ବ୍ଲକର ପରକୋଡ ମଣ୍ଡି ଅଧୀନ ବଲୋଦା ସହ ଆଖପାଖ ଗାଁର ଶତାଧିକ ଚାଷୀମାନେ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ନୂଆପଡା ଆସି ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ପରେ ଜିଲାପାଳଙ୍କ ନିକଟକୁ ଯାଇ ଗୁହାରି ଜଣାଇଥିଲେ। ଜିଲାପାଳ ଏହା ଉପରେ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଓହରିଯାଇଥିଲେ।
ପୂର୍ବାହ୍ନରେ ପରକୋଡର ପୂର୍ବତନ ସରପଞ୍ଚ ପ୍ରେମ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ । ଜିଲା ଯୋଗାଣ ଅଧିକାରୀ ଅଶୋକ କୁମାର ଦାସ ଏବଂ ଏଆରସିଏସ ଲିଙ୍ଗରାଜ ନାଏକଙ୍କୁ ଭେଟି ସେମାନଙ୍କ ଧାନ ମଣ୍ଡିରୁ ଉଠାଇବାକୁ ଦାବି କରିଥିଲେ। ମହତମତୋରା, ମୁଣ୍ଢେଲା, ପରକୋଡ, ଭୈଷଁାଟାଲ ଗାଁର ୨୦ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଚାଷୀମାନଙ୍କ ନିକଟରେ ରହିଛି। ଏଣେ ପ୍ୟାକ୍ସ ନିକଟକୁ ଗଲେ ବିକ୍ରି ପାଇଁ ଟୋକନ ମିଳିପାରୁନାହିଁ । ଅନ୍ୟପଟେ ମିଲର୍ସମାନେ ପଡୋଶୀ ଛତିଶଗଡରୁ ଧାନ ଆଣି ଭର୍ତ୍ତି କରିଦେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଜିଲା ଯୋଗାଣ ଅଧିକାରୀ ଜିଲାର ଧାନକିଣା ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇଥିଲେ। ଟାର୍ଗେଟ ବୃଦ୍ଧି କରିବାକୁ ଜିଲାପାଳ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଏହା ଆସିଲେ ଧାନ କିଣାଯିବ ବୋଲି କହିଥିଲେ। ଏହିଭଳି ଜିଲାକୁ ୨ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣା ଟାର୍ଗେଟ ମିଳିଥିଲା । ସେଥିରୁ ଗତ ୨୫ ତାରିଖ ସୁଦ୍ଧା ୨ ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନକିଣା ଯାଇଛି । ବାକି ଧାନ ମଣ୍ଡିଗୁଡିକରେ ବିକ୍ରି ପାଇଁ ପ୍ରକ୍ରିୟାରେ ରହିଥିବା ଏଆରସିଏସ ନାଏକ କହିଥିଲେ। ତେବେ ଯେକୌଣସି ମତେ ଚାଷୀଙ୍କ ଧାନ ଉଠାଣ କରାଯାଉ ନଚେତ ଏଠାରୁ ଯିବେନାହିଁ ବୋଲି ଅଡି ବସିଥିଲେ। ଏଥିରେ ପୋଲିସ ତରଫରୁ ଏସଡିପିଓ ଅଜୟ କୁମାର ପଟ୍ଟନାୟକ, ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ ହସ୍ତକ୍ଷେପ କରି ଚାଷୀମାନଙ୍କୁ ଜିଲାପାଳଙ୍କ ସହ ସାକ୍ଷାତ କରାଇଥିଲେ। ଜିଲାପାଳ ଡା. ପୋମା ଟୁଡୁ ଚାଷୀ ନେତାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହା ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବୃଦ୍ଧି ପାଇଁ ଜଣାଇଛନ୍ତି। ଏହା ମଞ୍ଜୁରୀ ହେଲେ ତୁରନ୍ତ ଧାନ ଉଠାଣ ହେବ ବୋଲି କହିଥିଲେ। ହେଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଧାନ ଯଦି ନ ଉଠିଲା ତେବେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାନବସ୍ତା ଆଣି ଆସିବେ ବୋଲି ଚେତାବନୀ ଦେଇଛନ୍ତି। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ ପ୍ରମୁଖ ସମର୍ଥନ କରି ଜିଲାପାଳଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ମନଇଚ୍ଛା ଗଡୁଛି ଗାଡ଼ିମୋଟର

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍‌ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ...

ଚିତ୍ରଶିଳ୍ପୀ ପଦ୍ମନାଭଙ୍କ ପରଲୋକ

ସମ୍ବଲପୁର,୨୩ା୯(ବି.ଶଙ୍କର): ସାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା।...

ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ...

ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ...

କୋର୍ଟ କାର୍ଯ୍ୟ ସ୍ବାଭାବିକ ପାଇଁ ପ୍ରୟାସ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଏଥିରେ କେନ୍ଦ୍ର ଉପରେ ଦୋଷ...

ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର...

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣବଳାତ୍କାର

କୁଚିଣ୍ଡା,୨୯ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣବଳାତ୍କାର କରାଯାଇଛି। ଏ ନେଇ ଥାନାରେ...

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ବଢ଼ିଲା ଅବଧି

ସମ୍ବଲପୁର ୧୫।୪(ବ୍ୟୁରୋ): ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ ସେବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା...

Advertisement
Archives

Model This Week