ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ ଶତାଧିକ ଚାଷୀ ଧାନ ବିକ୍ରୟ କରି ପ୍ରାପ୍ୟ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଗତ ଦୁଇମାସ ଧରି ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୋଗାଣ ବିଭାଗର ଅବ୍ୟବସ୍ଥା ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ବନ୍ତ ବ୍ଲକର ଚାଷୀମାନେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିବା ନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ। ସେହି ଅନୁସାରେ ଅନେକ ଚାଷୀ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଧାନ ବିକ୍ରି କରିଥିଲେ। ସରକାରୀ ନିୟମ ଅନୁଯାୟୀ, ଚାଷୀ ଧାନ ବିକ୍ରୟ କରିବାର ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ଅର୍ଥ ପାଇବା କଥା। ମାତ୍ର ଏହି ବ୍ଲକ ଅଧୀନ କେନ୍ଦୁଆପଦା ସେବା ସମବାୟ ସମିତିର ପ୍ରାୟ ୮୦ ଜଣ, ଷେଣ୍ଢତିରା ସମିତିର ୧୯, ପଧାନପଡା ସମିତିର ୧୮୪, ବସନ୍ତିଆ ସମିତିର ୬୦, ଟିଲୋ ସମିତିର ୫୨ ଜଣଙ୍କ ସମେତ ଗଣିଜାଙ୍ଗ, ଓଡଙ୍ଗ ଆଦି ସେବା ସମବାୟ ସମିତିର ଚାଷୀମାନେ ଗତ ଦୁଇ ମାସରୁ ଊଦ୍ଧର୍ବ ହେବ ଧାନ ବିକି ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି। କେନ୍ଦୁଆପଦା ସମବାୟ ସମିତିର ଚାଷୀ ପୀତାମ୍ବର ସ୍ବାଇଁ, ଅମୂଲ୍ୟ ସାହୁ, ବିଭୂତି ଭୂଷଣ ଲେଙ୍କା, ରମେଶ ମହାପାତ୍ର, ସୁରେନ୍ଦ୍ର ଜେନା, ରମେଶ ରାଉତ ପ୍ରମୁଖ ଚାଷୀ ସେମାନଙ୍କ ପ୍ରାପ୍ୟ ଅର୍ଥ ନ ମିଳିଲେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗତ ମାର୍ଚ୍ଚ ମାସରେ ଯୋଗାଣ ବିଭାଗ ପକ୍ଷରୁ ୧ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ନେଇ ଚୂଡ଼ାନ୍ତ ଟାର୍ଗେଟ ଦିଆଯାଇଥିଲା। ସେହି ଅନୁଯାୟୀ ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରିଥିଲେ। ମିଲରମାନେ ଯେଉଁଦିନ ମଣ୍ଡିରୁ ଧାନ କିଣିଲେ ସେହିଦିନ ମଧ୍ୟରେ ଅପ୍ଲୋଡ କରି ନ ଥିଲେ। ଏହାମଧ୍ୟରେ ସାଇଟ ବନ୍ଦ ହୋଇଗଲା। ଏପ୍ରିଲ ୩୦ ତାରିଖରେ ପି-ପାସ୍ ଅନଲାଇନ ସାଇଟ୍ ବନ୍ଦ ହେବାକୁ ଥିବାବେଳେ ଆଗୁଆ ଏପ୍ରିଲ ୪ ତାରିଖରେ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେହିପରି କେତେକ ସମବାୟ ସମିତିର ସଭାପତି ଓ ସମ୍ପାଦକ ଅସାଧୁ ଉପାୟ ଅବଲମ୍ବନ କରିବାରୁ ଚାଷୀମାନେ ଧାନ ବିକ୍ରି କରିପାରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏଆର୍ସିଏସ୍ ସ୍ବାଗତିକା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଧାର୍ଯ୍ୟ ସମୟ ପୂର୍ବରୁ ପି-ପାସ୍ ଅନଲାଇନ ସାଇଟ୍ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି।
ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ…
ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ଥଲାପତି ବିଜୟଙ୍କୁ ବଡ଼ ଝଟ୍କା: ଅନୁରୋଧ କରି କହିଲେ…
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…
ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…
Archives

