ଧାନ ଫସଲ ଅନୁଧ୍ୟାନ କଲେ କୃଷି ବୈଜ୍ଞାନିକ, ଅଧିକାରୀ

ନିମାପଡ଼ା,୧୨ା୧୧(ଡି.ଏନ୍‌.ଏ)

ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଜିଲା କୃଷି ବିଭାଗର ଅଧିକାରୀମାନେ ସୋମବାର ନିମାପଡ଼ାର ରେଞ୍ଚ ଶାସନ, ହରିପୁର, ଭୋଗଶାଳଦା, ନୁଆରକିରି ଆଦି ଅଞ୍ଚଳରେ ଧାନ କ୍ଷେତ ପରିଦର୍ଶନ ସହ ସମୀକ୍ଷା କରିଥିଲେ। ଧାନରେ ଚକଡ଼ା ଓ ମାଟିଆଗୁଣ୍ଡି ପୋକ ଲାଗି ଫସଲ ହାନୀ ହେଉଥିବା ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି, ଟ୍ରେନିଂ ଅଫିସର(ପୁରୀ) ବଳଦେବ ମହାପାତ୍ର, ଓ୍ବାଟର ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ପୀୟୁଷ ପରିଡା, ନିମାପଡ଼ା କୃଷି ଜିଲା ଅଧିକାରୀ ରମେଶ ଚନ୍ଦ୍ର ବେଉରା, ସହକାରୀ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବାରିକ, ଶସ୍ୟ ସଂରକ୍ଷଣ ଅଧିକାରୀ ନକୁଳ ମଲ୍ଲିକ, ବ୍ଲକ ଲେବଲ ଟେକ୍ନୋଲୋଜି ମ୍ୟାନେଜର ଶ୍ରୀକାନ୍ତ ବଢେଇ ପ୍ରମୁଖ ପରିଦର୍ଶନ କରିବା ସହ ଫସଲର ରୋଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସୂଚନାଥାଉ କି, ନିମାପଡ଼ା ବ୍ଳକ ଅନ୍ତର୍ଗତ ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର କୋଟକୋସାଙ୍ଗ, ଡେଣୁଅଁ, ଧଳେଶ୍ୱର, ଚଅଁରାପଦା ପଞ୍ଚାୟତର ଧାନ ଫସଲରେ ଚକଡା ପୋକ ଓ ମାଟିଆଗୁଣ୍ଡି ପୋକ ଲାଗିଥିବା ଦେଖିବାକୁ ମିଳିଛି। ଫଳରେ ବ୍ଲକର ଶହ ଶହ ଏକର ଧାନ ଫସଲ ହାନୀ ଆଶଙ୍କା ଥିବା ଚାଷୀ ଶରତ ବିଶ୍ୱାଳ, ତୋଫାନ ବିଶ୍ୱାଳ, ସଦାଶିବ ବିଶ୍ୱାଳ, ପ୍ରଭାତ ପ୍ରଧାନ, ଫକିର ପରିଡା ପ୍ରମୁଖ କହିଛନ୍ତି। ରୋଗ ପୋକ ନିୟନ୍ତ୍ରଣ ଦିଗରେ ବ୍ୟାପକ ପଦକ୍ଷେପ ନିଆଯିବା ସହ ଚାଷୀଙ୍କୁ କୀଟନାଶକ ଔଷଧ ଯୋଗାଇଦେବା ପାଇଁ କୃଷି ଅଧିକାରୀଙ୍କ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri