ଧାନ ଫସଲରେ କାଣ୍ଡବିନ୍ଧା ପୋକ, ଚିନ୍ତାରେ ଚାଷୀ

ଡୁବୁରୀ,୧୬ା୯(ଡି.ଏନ୍‌.ଏ.)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ଡୁବୁରୀ ଓ ଆଖପାଖ ଅଞ୍ଚଳର ଧାନ ଫସଲରେ ଏବେ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ସ୍ବଳ୍ପ ଦିନରେ ଅମଳ ହେଉଥିବା ସ୍ବର୍ଣ୍ଣ ଧାନ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷୋପଯୋଗୀ ବର୍ଷା ଓ ଅନ୍ୟାନ୍ୟ କାରଣ ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରିଥିବାରୁ ଚାଷୀ ଭଲ ଅମଳ ଆଶା ରଖିଥିଲେ। ମାତ୍ର ଗତ ସପ୍ତାହ ହେବ ଧାନ ଗଛରେ କାଣ୍ଡବିନ୍ଧା ପୋକର ପାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି। ଡୁବୁରୀ ଓ ଏହାର ଆଖ ପାଖ ଅଞ୍ଚଳରେ ଏପରି ହୋଇଛି ତାହା ନୁହେଁ, ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମିରେ ମଧ୍ୟ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ଦେଖାଦେଇଥିବା ଜଣାପଡିଛି। ହେଲେ ନିରାକରଣ ଦିଗରେ ସୁକିନ୍ଦା ବ୍ଲକ କୃଷି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଚାଷୀ ଧାନ ଗଛରେ ରୋଗ ପୋକ ଦମନ ପାଇଁ ବଜାରରୁ ଅତି ଚଢ଼ା ଦରରେ କୀଟନାଶକ ଔଷଧ କିଣି ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଥିବା କହିଛନ୍ତି। ଅନୁକୂଳ ପରିସ୍ଥିତି ଚଳିତ ବର୍ଷ ଧାନ ଚାଷ ସୁରୁଖୁରୁରେ ଆରମ୍ଭ ହୋଇଥିଲା। ଏବେ ଧାନ ଗଛ ଭଲ ପିଲ ଦେଇ ହୋଇଥିବା ବେଳେ କାଣ୍ଡବିନ୍ଧା ପୋକଙ୍କ ଯୋଗୁ ଗଛ ମରିଯାଉଛି। ରୋଗ ପୋକ ଦମନ କ୍ଷେତ୍ରରେ କୃଷି ବିଭାଗ ଉଦ୍ୟମ ନ କଲେ ପରିଣତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ବହୁ ଚାଷୀ ଆଶା ବ୍ୟକ୍ତ କରିଛନ୍ତି। ରୋଗ ପୋକର ଦମନ ପାଇଁ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ ମଧ୍ୟ ରୋଗ ପୋକ ଦମନ ହୋଇପାରୁ ନ ଥିବା ନୀଳମଣି ଜେନା, ଟୁକୁ ନାୟକ, ବାବାଜୀ ନାୟକ, ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ବହୁ ଚାଷୀ କହିଛନ୍ତି। ଏ ନେଇ ବ୍ଲକ କନିଷ୍ଠ କୃଷୀ ଅଧିକାରୀ ଜିତେନ କୁମାର ପଣ୍ଡାଙ୍କୁ ପଚାରିବାରୁ, କାଣ୍ଡବିନ୍ଧା ରୋଗ ପୋକ ଦମନ ପାଇଁ ସରକାରଙ୍କ ପକ୍ଷରୁ ରିହାତି ମୂଲ୍ୟରେ କୀଟନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ା ଚାଷୀମାନେ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରୁ ସାର ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri