ଧାନବିକ୍ରି ପ୍ରାପ୍ୟ ଟଙ୍କା ନ ମିଳିବାରୁ ଚାଷୀଙ୍କ ଭଦ୍ରକ – ଆଖଣ୍ଡଳମଣି ରାସ୍ତା ଅବରୋଧ

ଆରଡି, ୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ସକାଳେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତେବେ ପ୍ରାପ୍ୟ ଟଙ୍କା ନ ମିଳିବାରୁ ଏହି ରାସ୍ତାରୋକୋ ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଗତ ଫେବୃୟାରୀ ମାସରୁ ଉକ୍ତ ଚାଷୀମାନେ ମଣ୍ଡିରେ ଧାନ ଦେଇ ଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ଟଙ୍କା ପାଇନାହାନ୍ତି । ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ରାସ୍ତାରୋକୋ କରାଯାଇଥିବା ଚାଷୀମାନେ କହିଛନ୍ତି । ରାସ୍ତାରୋକୋ ସଂକ୍ରାନ୍ତରେ ସେମାନେ ଜିଲା ପ୍ରଶାସନ, ବିଭାଗୀୟ ଅଧିକାରୀ, ଧୂଷୁରୀ ଥାନା ପୋଲିସକୁ ଜଣାଇଥିଲେ। ଏହି ଆନ୍ଦେଳନକୁ ନବନିର୍ମାଣ କୃଷକ ସଂଗଠନ ସମର୍ଥନ ଜଣାଇ ପ୍ରତିବାଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୦୨ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨କୁ ବୃଦ୍ଧି

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ...

ଜାଲ୍‌ନୋଟ କାରବାର : ଜଣେ ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୯।୧୧: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜହନ ନାୟକ(୨୫)ନାମକ ଜଣେ ଯୁବକ ସୁନାମୁଦି ସାହିରେ ଏକ ଘରଭଡ଼ା ନେଇ ଜାଲ୍‌ନୋଟ...

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ଶଙ୍କରାଖୋଲ,୫ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ...

ସୋସିଆଲ ମିଡ଼ିଆରେ ବନ୍ଧୁତ୍ୱ: ବନ୍ଧୁଙ୍କୁ ଭେଟିବା ଲାଗି କୋରିଆରୁ ସୁନ୍ଦରଗଡ଼

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.) -ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତ୍ୱ ଭାବ ନିଆରା । କେତେବେଳେ କାହା ସହିତ ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହୁଏ ତାହାର କୌଣସି ନିର୍ଦ୍ଦିଷ୍ଟ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ପୋଲିସ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ...

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

Coronavirus Update


Archives

Model This Week

Why Dharitri