ଧାତୁ ଦୌର୍ବଲ୍ୟ

”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀରେ ଧୀରେ ଏହାର ଉତ୍ପାଦନ ହାର କମେ। ତେଣୁ ଏହି ସମୟରେ ମଝିରେ ମଝିରେ ରସାୟନ ଓ ବାଜୀକରଣ ଔଷଧ ସେବନ କଲେ ଏହାର ମାତ୍ରା ଅପରିବର୍ତ୍ତିତ ରହେ।“

ଧାତବଃ ଦେହ ଧାରଣାତ୍‌ ”ଅର୍ଥାତ୍‌ ଯିଏ ଏହି ଶରୀରକୁ ଧାରଣ କରି ରଖିଥାଏ, ତାହାକୁ ଧାତୁ କୁହାଯାଏ। ସେଗୁଡ଼ିକ ଯଥା: ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର (ସିମେନ୍‌) ଏବଂ ଏହାର ସାରାଂଶ ଅଷ୍ଟବିନ୍ଦୁ ପରିମାଣକୁ ଅଷ୍ଟମ ଧାତୁ ‘ଓଜ’ ବୋଲି କୁହାଯାଏ, ଯାହାକି ହୃଦୟରେ ଅବସ୍ଥାନ କରିଥାଏ। ସନ୍ତାନ ଜନ୍ମ ହେବା ପୂର୍ବରୁ ମା’ଠାରୁ ଶିଶୁ ହୃଦୟକୁ ଆସିଥାଏ। ଏହା ଶରୀରକୁ ଧାରଣ ଓ ଶୋଷଣ କରିବା ସହ ମେଧା, ବଳ, ଆୟୁ ଓ ସ୍ଥିର ଯୌବନ ପ୍ରଦାନ କରିଥାଏ। ଏଗୁଡ଼ିକ ପ୍ରାପ୍ତିର ମୁଖ୍ୟ ଉତ୍ସ ହେଉଛି ପ୍ରାକୃତିକ ଖାଦ୍ୟ, ଉଦ୍ଭିଦଜ ପନିପରିବା, ଶସ୍ୟ, ଡାଲିଜାତୀୟ ଖାଦ୍ୟ, ପ୍ରାଣୀଜ ଖାଦ୍ୟ- ମାଛ, ମାଂସ, ଅଣ୍ଡା, ଛେନା, କ୍ଷୀର। ଏହା ଅଭାବ ବା ବୈଷମ୍ୟ କାରଣରୁ ଧାତୁକ୍ଷୟ ଜନିତ ରୋଗ ହୋଇଥାଏ। ତେଣୁ ତାହାକୁ ପୁଣି ସମାନ ଅବସ୍ଥାକୁ ଆଣିବାକୁ ହେଲେ ପ୍ରାକୃତିକ ଭେଷଜ ଯଥା ବନୌଷଧି ବା ହର୍ବାଲ ଡ୍ରଗ୍‌ସ, ଖଣିଜ ଓ ପ୍ରାଣୀଜ ରସ, ରତ୍ନାଦି ଧାତୁ, ସୁଧାବର୍ଗୀୟ ଦ୍ରବ୍ୟ (ଶାମୁକା, ଶଙ୍ଖ, ପ୍ରବାଳ ଶୁକ୍ତି ଇତ୍ୟାଦି) ଉପଧାତୁର ଘଟିତ ଯୌଗିକ ଔଷଧର ଆବଶ୍ୟକତା ପଡ଼ିଥାଏ।


ଆମ୍ଭେ ଯେଉଁ ଆହାର ଗ୍ରହଣ କରୁ ତା’ର ସାରାଂଶ ରସ ଅନ୍ତ୍ରନଳୀରେ ଅବଶୋଷିତ ହୋଇ ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଏହିପରି ସାତଟି ଧାତୁ ପରିପାକ ହୋଇ ଉତ୍ତରୋତ୍ତର ଧାତୁ ନିର୍ମାଣ ହେବାକୁ ପ୍ରାୟ ଏକ ମାସ ସମୟ ଲାଗିଥାଏ। ଶୁକ୍ର ବା ସିମେନ୍‌କୁ ସମସ୍ତ ଧାତୁର ସାରାଂଶ ବୋଲି ବିବେଚନା କରାଯାଇଛି। ଏହାର ପରିପକ୍ୱତାରୁ ଓଜ ସୃଷ୍ଟି ହୁଏ। ଏହାକୁ ଶରୀରର ”ତେଜ“ ମଧ୍ୟ କୁହାଯାଏ।
ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ସୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀର ଧୀରେ ଏହାର ଉତ୍ପାଦନ ହାର କମେ, ତେଣୁ ଏହି ସମୟରେ ମଝିରେ ମଝିରେ ରସାୟନ ଓ ବାଜୀକରଣ ଔଷଧ ସେବନ କଲେ ଏହାର ମାତ୍ରା ଅପରିବର୍ତ୍ତିତ ରହେ।
ଏହା ଦେଖିବାକୁ ବହଳ, ମଧୁର ଗନ୍ଧଯୁକ୍ତ, ସ୍ନିଗ୍ଧ, ଗୁରୁ, ପିଚ୍ଛିଳ ଏବଂ ସ୍ଫଟିକ ବର୍ଣ୍ଣଯୁକ୍ତ। ମହିଳାମାନଙ୍କର ଯୋନିରେ ଥିବା ବାର୍ଥୋଲିନ୍‌ ଗ୍ଲାଣ୍ଡରୁ କ୍ଷରଣ ହେଉଥିବା ପିଚ୍ଛିଳ ପଦାର୍ଥକୁ ସ୍ତ୍ରୀ-ଶୁକ୍ର କୁହାଯାଏ। ମାତ୍ର ଏଥିରେ ଶୁକ୍ରାଣୁ ନ ଥିବାରୁ ସନ୍ତାନ ଉତ୍ପତ୍ତି ହୋଇପାରେନାହିଁ। ମାତ୍ର ଏହା ସହବାସ ବେଳେ ଜନନେନ୍ଦ୍ରୀୟର ପିଚ୍ଛିଳତା ଉତ୍ପନ୍ନରେ ସହାୟକ ହୋଇଥାଏ। ପୁରୁଷର ୧ ମିଲି ଶୁକ୍ରରେ ୪୦ରୁ ୬୦ଲକ୍ଷ ଶୁକ୍ରାଣୁ ରହିଥାଏ। ଏମାନଙ୍କ ମଧ୍ୟରୁ କେତେକ ବଳଶାଳୀ ଶୁକ୍ରାଣୁ ଗର୍ଭଧାରଣରେ ସହାୟକ ହୋଇଥାନ୍ତି। ମହର୍ଷିମାନେ ଶୁକ୍ର ଧାରଣରେ ଜୀବନ ଓ କ୍ଷୟରେ ମୃତ୍ୟୁ ବୋଲି କହିଛନ୍ତି। ମାତ୍ର ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ୍‌ ଯୁଗରେ ପାଶ୍ଚାତ୍ୟ ସଭ୍ୟତା ଅନୁକରଣ ସହ ଗରିଷ୍ଠ ଭୋଜନ ସେବନ, ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଓ ପ୍ୟାକେଟ ଖାଦ୍ୟର ବହୁଳ ବ୍ୟବହାର, ନରମ ଶଯ୍ୟାରେ ଉପବେଶନ, ନାରୀ ରୂପଲାବଣ୍ୟ ଦର୍ଶନ ଓ ନଗ୍ନଚିତ୍ର ଦର୍ଶନ ଦ୍ୱାରା ମନ ଉତ୍ତେଜିତ ହେବା ଯୋଗୁ ଯୌନାଙ୍ଗ ସ୍ନାୟୁଗୁଡ଼ିକ ପ୍ରଭାବିତ ହୋଇ ସର୍ବଦା ଉତ୍ତେଜିତ ହୋଇ ହସ୍ତମୈଥୁନ ଆଦି ଦ୍ୱାରା ଶୁକ୍ର ସ୍ଖଳନ ହେବା ସହ ସ୍ନାୟୁ ଦୌର୍ବଲ୍ୟରୁ ଧ୍ୱଜଉଙ୍ଗ ଦେଖାଯାଏ।
ଏତଦ୍‌ ବ୍ୟତୀତ ଏଭଳି ବାରମ୍ବାର କୁଅଭ୍ୟାସ ଦ୍ୱାରା ମୂତ୍ର ମାର୍ଗ ଦେଇ ତରଳ ବହଳିଆ ପଦାର୍ଥ (ଶୁକ୍ର) ସର୍ବଦା ସ୍ରାବ ହୋଇଥାଏ। ଏହାକୁ ଚିକିତ୍ସା ବିଜ୍ଞାନରେ ଶୁକ୍ରମେହ, ସାନ୍ଦ୍ରମେହ, ଲାଳମେହ କୁହାଯାଏ। ପରିସ୍ରାନଳୀ ଦେଇ ଏଭଳି କିଛିଦିନ ନିର୍ଗତ ହେବା ଦ୍ୱାରା ଶରୀର-ଶୁଷ୍କତା, ଅଗ୍ନିମାନ୍ଦ୍ୟ, ଅରୁଚି, ଆଳସ୍ୟ, ଅତ୍ୟଧିକ ନିଦ୍ରା, ମୁଖ ଶୁଷ୍କତା, ଗୋଡ଼ ଘୋଳାବିନ୍ଧା, କୋଷ୍ଠକାଠିନ୍ୟ ଦେଖାଯାଏ। ଶେଷରେ ସ୍ମରଣଶକ୍ତି କମେ ଓ ସ୍ବପ୍ନଦୋଷ ଦେଖାଯାଏ। ଏହା ବଳବତ୍ତର ରହିଲେ ଲିଙ୍ଗ ଶିଥିଳତା ବା ଧ୍ୱଜଭଙ୍ଗ ହୋଇଥାଏ।
ଏତଦ୍‌ ବ୍ୟତୀତ ବହୁ ରମଣୀଙ୍କ ସହ ରମଣ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିମାନେ ରାଜଯକ୍ଷ୍ମା ଓ ଏଡ୍‌ସ ରୋଗର ଶିକାର ହୋଇ ଅକାଳ ମୃତ୍ୟୁବରଣ କରିଥାନ୍ତି। ତେଣୁ ଯୌବନ ପ୍ରାରମ୍ଭାବସ୍ଥାରେ ସାତ୍ତ୍ୱିକ ଆହାର ସେବନ, ବ୍ରହ୍ମଚର୍ଯ୍ୟ ପାଳନ, ଯୋଗ, ଧ୍ୟାନ, ଈଶ୍ୱର ପୂଜନ, ଶାରୀରିକ ବ୍ୟାୟାମ କରିବା ସହ ନାନାଦି ଧର୍ମଗ୍ରନ୍ଥ ଓ ପୌରାଣିକ ବିଷୟବସ୍ତୁ ଆଧାରିତ ପୁସ୍ତକ ପଠନ କରିବା ଉଚିତ।
ଏହି ରୋଗର ଚିକିତ୍ସା ପାଇଁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶାନୁଯାୟୀ ଶୁକ୍ର ଧାତୁ ସ୍ତମ୍ଭକ ଓ ବର୍ଦ୍ଧକ ପାଇଁ ରସାୟନ ଔଷଧ ସେବନ କରିବା ଉଚିତ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ,ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri