ଧର୍ମଗଡ଼ଠାରେ ବୌଦ୍ଧିକ ସମାବେଶ: ଧର୍ମଗଡ ଅଞ୍ଚଳର ବିକାଶ ପାଇଁ ମୁଁ ସର୍ବଦା ସଙ୍କଳ୍ପ ବଦ୍ଧ: ଶକ୍ତିମନ୍ତ୍ରୀ

ଧର୍ମଗଡ,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡଠାରେ ଜୀବନ ବିନ୍ଦୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୁଧବାର ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଏକ ବିକଶିତ ଧର୍ମଗଡ କିଭଳି କରାଯାଇପାରି ସେ ଉଦ୍ଦେଶ୍ୟରେ ବୌଦ୍ଧିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଧର୍ମଗଡ ମାଟିରୁ ମୋର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ତେଣୁ ଧର୍ମଗଡର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ସଂକଳ୍ପ ବଦ୍ଧ ବୋଲି କହିଥିଲେ। ଧର୍ମଗଡକୁ ରେଳ ଲାଇନ ସଂଯୋଗ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଧର୍ମଗଡଠାରେ ବାଇ ପାସ ରାସ୍ତା ନିର୍ମାଣ, ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା, ଟୁରିଜମ କ୍ଷେତ୍ରରେ କିଭଳି ବିକାଶ କରାଯାଇପାରି ସେ ଉପରେ ବିଶେଷ ଗୁରୁତ୍ୱ ଦେବି ବୋଲି ପ୍ରକାଶ କରିଥିଲେ। ଜିଲାରେ ଥିବା ଇନ୍ଦ୍ରାବତୀ ପ୍ରକଳ୍ପରୁ ଜିଲାବାସୀ ଖୁବଶୀଘ୍ର ବିଦ୍ୟୁତ୍‌ ପାଇବା ସହ ଧର୍ମଗଡଠାରେ ବହୁ ପ୍ରତିକ୍ଷିତ ଇଲେକ୍ଟ୍ରିକାଲ ଡିଭିଜନ ପୁନଃ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ଧର୍ମଗଡ ନିକଟସ୍ଥ ଗମ୍ବାରିଗୁଡାଠାରେ ଥିବା ଯଶୋଦା ଅନାଥ ଆଶ୍ରମରେ ଅନୁଷ୍ଠିତ ସମାବେଶରେ ଜିବନ ବିନ୍ଦୁ ବିଜୁ ସ୍ବେଚ୍ଛାସେବୀ ସଙ୍ଗଠନ ସଭାପତି ବିବେକ ରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ସମାବେଶରେ ସରକାରୀ ଓକିଲ ଚିନ୍ତାମଣୀ ପାତ୍ର, ଓକିଲ ତୁଷାର ରଞ୍ଜନ ପଟଯୋଷୀ, ଯଶୋଦା ଅନାଥାଶ୍ରମ ପରିଚାଳକ ଶ୍ୟାମସୁନ୍ଦର ଜାଲ, ଭବାନୀପାଟଣାର ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, କଳାହାଣ୍ଡିର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରବୋଦ ରଥ, ବିଷ୍ଣୁ ପ୍ରସାଦ ଅଗ୍ରଓ୍ବାଲ, ଶ୍ୟାମ ପରିବାର ସମ୍ପାଦିକା ସୁନିତା ଅଗ୍ରଓ୍ବାଲ, ଧର୍ମଗଡ ନଗରପାଳ ହିରା ବାଗ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଳେଶ୍ୱର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜୀବନବିନ୍ଦୁର ସମ୍ପାଦକ ଅବଜ ପାଢୀ, ଉପସଭାପତି ଭରତ ମେହେର, ମୁନିରାମ ମାଝି, ଯୁବ ସଙ୍ଗଠକ ଉପେନ୍ଦ୍ର ନାଏକ, ଚନ୍ଦନ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଖଣିଜ ସାମ୍ପଲିଂ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏସ୍‌ଜିଏସ୍‌ ଖଣିଜ ସାମ୍ପଲିଂ କାରଖାନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରି ହୋଇଥିବା ଯୋଡ଼ା ଥାନାରେ ଲିଖିତ...

ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି।...

ପାଣିରେ ପଡ଼ିଲା ନାବାର୍ଡର ୪.୨୪ କୋଟି

ଯାଜପୁର ଅଫିସ,୨୬ା୨: ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ବୈଠକରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ (ଆର୍‌ଡବ୍ଲ୍ୟୁ) ଡିଭିଜନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ନାବାର୍ଡ...

କମିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ରବିବାରଠାରୁ ଶୀତ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ତାପମାତ୍ରା ୪ରୁ ୫...

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଦିବାକର ପ୍ରଥମ

କେନ୍ଦ୍ରାପଡ଼ା ଅଫିସ୍‌, ୩।୧୨: କେନ୍ଦ୍ରାପଡ଼ା ବ୍ଲକ ଗରାପୁର ଗ୍ରାମର ଦିବାକର ଗୋଚ୍ଛାୟତ ବେଙ୍ଗାଲୁର ସେଣ୍ଟ୍ରାଲ କଲେଜର ଜ୍ଞାନଜ୍ୟୋତି ଅଡିଟୋରିୟମ ହଲ୍‌ରେ ଇତିମଧ୍ୟରେ ଆୟୋଜିତ ଏସିଆ ପାସିଫିକ...

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ହ୍ୟାକିଂ ପଛରେ ବଡ଼ ନେଟ୍‌ୱର୍କ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌...

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ୨ ମୃତ

ହରଭଙ୍ଗା ,୧୬।୯ ( ଡି .ଏନ. ଏ.)- ବୌଦ୍ଧ ଜିଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନରେ ଏକ...

Advertisement
Archives

Model This Week