ଧରିତ୍ରୀ ଖବରଦାତାଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ, ୧୨ା୧-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଧରିତ୍ରୀ ଖବରଦାତାଙ୍କୁ ମିଳିଛି ହତ୍ୟା ଧମକ। କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରିପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀ ନାୟକ ଏବଂ ଶିକ୍ଷକ ସ୍ବାମୀ ବିନୋଦ କୁମାର ନାୟକ ଏହି ଧମକ ଦେଇଛନ୍ତି। ଏନେଇ ଖବରଦାତା ବୈଦ୍ୟନାଥ ବେହେରା ଶୁକ୍ରବାର ରାତିରେ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା (ନଂ.୧୦/୨୦) ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି।
ପ୍ରକାଶ ଯେ, ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘ ସଭାପତି ଅଛନ୍ତି ବୈଦ୍ୟନାଥ। ବିଦ୍ୟାଳୟରେ ପାଠପଢ଼ା ନ ହେବା, ପିଲାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆ ନ ଯିବା, ପ୍ରିନ୍ସିପାଲଙ୍କ ମନମୁଖି କାର୍ଯ୍ୟ ନେଇ ଅଭିଭାବକମାନେ ଜିଲାପାଳଙ୍କୁ ଅବଗତ କରିଥିଲେ। ଏହାପରେ ସମସ୍ତେ ଭୁବନେଶ୍ୱର ଯାଇ ବିଭାଗ ନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ। ନିକଟରେ ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଛି। ଏହା ଜାଣିବା ପରେ ଗୁରୁବାର ରାତିରେ ବନଶ୍ରୀ ଏବଂ ତାଙ୍କ ସ୍ବାମୀ ବିନୋଦ ଜିରିଙ୍ଗିପଡା ପାଖ ଗୋପାଳସାହିରେ ରହୁଥିବା ବୈଦ୍ୟନାଥଙ୍କ ଘରେ ପହଞ୍ଚତ୍ ଗାଳିଗୁଲଜ କରିଥିଲେ। ତୁମ ପାଇଁ ମୋର ବଦଳି ହେଲା, ତୁମକୁ ଛାଡିବୁନି, ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ସାହି ଲୋକେ ବାହାରିବାରୁ ସେମାନେ ଚାଲି ଆସିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ବୈଦ୍ୟନାଥ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ବନଶ୍ରୀଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ହେଁ ସୁଇଚ୍‌ଅପ୍‌ ଥିବାରୁ ମତାମତ ନେବା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri