ଧନୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆମେମାନେ ଜନ ପ୍ରତିନିଧି । ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଛୁ। ଯେଉଁ ଗରିବ ଲୋକ ଘର ଖଣ୍ଡେ ପାଇ ନାହିଁ ସେମାନେ ଆମକୁ ଅଭିଯୋଗ କରୁଛନ୍ତି। ଆମେ ସେମାନଙ୍କ ପାଇଁ କିଛି କରି ପାରୁ ନାହୁଁ। ଲୋଗୋ ପଛେ ଯାହାର ଲାଗୁଛି ଲାଗୁ ବିଧାୟକମାନଙ୍କୁ କିଛି ଘର ବାଣ୍ଟିବାର ଅଧିକାର ଦିଆଯାଉ। ବୁଧବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ବିରୋଧୀ ଦଳ ସଦସ୍ୟମାନେ ଗୁହାରି କରିଛନ୍ତି । ‘ସରକାର ତୁମେ ଏ କି କଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କାହିଁକି କଲ’ ଶୀର୍ଷକ ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ହିତାଧିକାରୀଙ୍କୁ ଘର ଦେଇ ମାର୍ବଲରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ସେଥିରେ ବିଜୁ ପକ୍କାଘର ଲୋଗୋ ମଧ୍ୟ ଲଗାଯାଉ। ବିଜୁ ପଟ୍ଟନାୟକଙ୍କ ଲୋଗୋ ମଧ୍ୟ ଲଗାଇ ଦିଆଯାଉ ସେଥିରେ କିଛି ଅସୁବିଧା ନାହିଁ ହେଲେ ବିଧାୟକମାନଙ୍କ ହାତରେ କିଛି ଘର ବାଣ୍ଟିବାର ସୁବିଧା ରଖାଯାଉ। ବିରୋଧୀ ଦଳ ନେତାଭାବେ କାହା ଘର ପୋଡ଼ିଗଲେ କିମ୍ବା କୌଣସି କାରଣରୁ ଭାଙ୍ଗିଗଲା ପରେ ସେମାନଙ୍କ ପାଖରେ ପହଞ୍ଚୁଛୁ । ଗରିବ ଲୋକମାନେ ଭାବୁଛନ୍ତି ଏତେବଡ଼ ନେତା ଆସିଛନ୍ତି । ଆମକୁ ଘର ମାଗି ଦେଉଛନ୍ତି ମାତ୍ର ଆମେ ଅସହାୟ ହୋଇଯାଉଛୁ। ତେଣୁ ଏସବୁକୁ ଗୁରୁତ୍ୱ ଦେଇ ଆମ ହାତରେ ୩୦୦ଘର ବାଣ୍ଟିବାର ବ୍ୟବସ୍ଥା କରାଯାଉ। ସରକାର ଏ ଦିଗରେ ଗୁରୁତର ସହ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହେଉଛି। ଉତ୍ତର ଓଡ଼ିଶାର ବହୁ ନେତା ଗରିବଙ୍କୁ ବାଦ୍‌ ଦେଇ ଧନୀଙ୍କୁ ସରକାରୀ ଘର ବଣ୍ଟନ କରୁଛନ୍ତି। ଏମିତି ବହୁତ ଅଭିଯୋଗ ଆସି ସାରିଛି। ପଶ୍ଚିମ ଓଡ଼ିଶା ନେତାମାନେ କେବେ ହେଲେ ଏମିତି କରିବେ ନାହିଁ। ଅଯୋଗ୍ୟଙ୍କୁ ବାଦ୍‌ଦେଇ ଯୋଗ୍ୟ ହିତାଧିକାରୀ ଚୟନ ଠିକ୍‌ ଢଙ୍ଗରେ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଗାଁ ଗହଳିରେ ଲୋକମାନେ ଏବେ ମଧ୍ୟ ଗୋଟିଏ ନାଁ କହୁଛନ୍ତି ତାହା ହେଲା ଇନ୍ଦିରା ଆବାସ ଯୋଜନା। କେବଳ ଓଡ଼ିଶା ନୁହେଁ ସବୁ ରାଜ୍ୟର ଲୋକଙ୍କ ମୁଣ୍ଡରେ ଅଛି ଇନ୍ଦିରା ଆବାସ ଯୋଜନା ଦରକାର। କେନ୍ଦ୍ରରେ ଉପା ସରକାର ଥିବାବେଳେ କେନ୍ଦ୍ର ୭୫ ପ୍ରତିଶତ ଅଂଶଧନ ଏବଂ ରାଜ୍ୟକୁ ୨୫ପ୍ରତିଶତ ଅଂଶ ଧନ ଦେବାକୁ ପଡୁଥିଲା। ଭାଜପା ସଦସ୍ୟମାନେ ଏଠି ଲୋଗୋ ବାବଦରେ କଳି କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଅଂଶଧନ ୯୦ ପ୍ରତିଶତ ଏବଂ ରାଜ୍ୟର ୧୦ପ୍ରତିଶତ ହେବ ସେ ଦିଗରେ ଦାବି କରନ୍ତୁ। ନାଁ ପାଇଁ ବିଜେଡି ଓ ଭାଜପା ଯେତେ କଳି କଲେ ମଧ୍ୟ ଲୋକେ ଇନ୍ଦିରା ଆବାସ ଯୋଜନା ବୋଲି କହିବେ। ଆବାସ ଯୋଜନାରେ ଲୋକମାନେ ଠିକ୍‌ ସମୟରେ ଅର୍ଥ ପାଉନାହାନ୍ତି ବ୍ୟାଙ୍କ ଆଗରେ ଦୌଡି ଦୌଡି ହଇରାଣ ହେଉଛନ୍ତି। ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡୁଛନ୍ତି। ଘର ମିଳିବା କଥା ଉଠିଲେ ସମସ୍ତେ ଆବେଦନ କରିବାକୁ ବାଦ୍‌ ପଡୁଛନ୍ତି। ବହୁ ଗରିବ ଘର ଖଣ୍ଡେ ନ ପାଇ ବିଧାୟକଙ୍କ ପାଖକୁ ଆସୁଛନ୍ତି। ଆଗରୁ ବିଧାୟକଙ୍କ ହାତରେ ୨୦୦ଖଣ୍ଡ ଘର ବାଣ୍ଟିବାର ସୁବିଧା ଥିଲା। ମାତ୍ର ବର୍ତ୍ତମାନ ତାହା ଉଠାଇ ଦିଆଯାଇଛି। ଏବେ ସେମିତି ସୁବିଧା ରଖାଯାଉ। ରାଜନେତା ଯେମିତି ମନଇଚ୍ଛା ଅଯୋଗ୍ୟ ହିତାଧିକାରୀଙ୍କୁ ନ ଦେଇପାରିବେ ସେଥିଲାଗି ଏକ ଗାଇଡ ଲାଇନ ପ୍ରସ୍ତୁତ ହେଉ ବୋଲି ସାଲୁଜା କହିଛନ୍ତି। ଭାଜପା ସଦସ୍ୟ ମୋହନ ମାଝୀ, ମୁକେଶ ମହାଲିଙ୍ଗ ପ୍ରମୁଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି କଥା କହି ସରକାରଙ୍କ ଉପରେ ବର୍ଷିଥିଲେ । ଯୋଗ୍ୟ ହିତାଧିକାରୀ କିପରି ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର ସଚେତନ ହୁଅନ୍ତୁ ବୋଲି କହିଥିଲେ। ଭାସ୍କର ମଢ଼ାଇ କହିଲେ ପଞ୍ଚାୟତସ୍ତରରେ ରହୁଥିବା ଗରିବ ଏବଂ ଆଦିବାସୀମାନେ ସଚେତନତା ଅଭାବରୁ ଶୋଷଣର ଶିକାର ହେଉଛନ୍ତି। ବହୁ ସାଧାରଣ ଲୋକ ଏସ୍‌ଇସିସି ତାଲିକାରୁ ବାଦ୍‌ ପଡିଛନ୍ତି। ସେମାନଙ୍କୁ ତାଲିକାରେ ସାମିଲ କରାଯାଉ ନଚେତ୍‌ ଗରିବଙ୍କ ଅଭିଶାପ ପଡିଯିବ ବୋଲି ସେ କହିଛନ୍ତି। କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନା ନେଇ ଲଢ଼େଇ ଚାଲୁ ସେଥିରେ କିଛି କଥା ନାହିଁ ମାତ୍ର ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ। ଭାଜପା ସଦସ୍ୟମାନେ ଯଦି ନାଁକୁ ନେଇ ଲଢ଼େଇ କରୁଛନ୍ତି ତେବେ ଏହି ଯୋଜନାରେ ଅନୁଦାନ ବୃଦ୍ଧି ପାଇଁ ମଧ୍ୟ କେନ୍ଦ୍ର ନିକଟରେ ଦାବି କରନ୍ତୁ। ବିଜେଡି ଯଦି ନିଜ ଯୋଜନାର ଲୋଗୋ ଲଗାଇବାକୁ ଏତେ ବ୍ୟାକୁଳ ତେବେ ହିତାଧିକାରୀ ଚୟନରେ ସ୍ବଚ୍ଛତା ରଖିବାକୁ ଚେଷ୍ଟା କରୁ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାୟକଙ୍କ ହାତରେ ୫୦୦ ଘର ବାଣ୍ଟିବାର ବ୍ୟବସ୍ଥା କରିବା ଲାଗି ଦାବି କରିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ମାସଲ, ଧ୍ରୁବ ସାହୁ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଅଂଶଧନ ସମ୍ପର୍କରେ ବିବରଣୀ ଦେଇ ପଲଟା ଟାର୍ଗେଟ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗାଇବା ଯଥାର୍ଥ ବୋଲି ଯୁକ୍ତି ବାଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri