ଦୟାର ପାତ୍ର ନୁହେଁ

ଭାରତୀୟ ସେନାରେ ଏ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ପର୍ମାନେଣ୍ଟ କମିଶନ (୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ) ପଦବୀ ସୃଷ୍ଟିର ସୁଯୋଗ ଦିଆଯାଇ ନ ଥିଲା। ୧୭ ଫେବୃୟାରୀ ୨୦୨୦ ସୋମବାର ସୁପ୍ରିମକୋର୍ଟ ଏକ ରାୟ ଦେଇ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ସେନାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଆଧୁନିକ ସମାଜ ନିଶ୍ଚିତ ସ୍ବାଗତ କରିବ। ମାନବ ଇତିହାସକୁ ଦେଖିଲେ ଯେଉଁ ସମାଜରେ ମହିଳାମାନଙ୍କୁ ପୁରୁଷଙ୍କ ସମାସ୍କନ୍ଧ ହେବାର ସୁଯୋଗ ଦିଆଯାଇଛି, ସେଠାରେ ଅର୍ଥନୈତିକ ଓ ସାମାଜିକ ଅଗ୍ରଗତି ଘଟିଛି। ସାଧାରଣରେ ତାହା କରାଯାଏ ନାହିଁ ବୋଲି ଅନେକ ସମସ୍ୟା ସବୁବେଳେ ଉପୁଜିବାରେ ଲାଗିଛି। ବିଶେଷକରି ପୁରୁଷମାନେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ମହିଳାଙ୍କୁ ଦମନ କରିବା ଏକ ଦାୟିତ୍ୱ ବୋଲି ଭାବିନିଅନ୍ତି। ଏଭଳି ନକାରାତ୍ମକ ଚିନ୍ତାଧାରା ଯୋଗୁ ସମାଜର ୫୦ ପ୍ରତିଶତ ଶକ୍ତି ଦୁର୍ବଳ ହୋଇ ରହିଛି। ଭାରତରେ ଏଭଳି ମନୋଭାବ କାହିଁକି ଓ କେବେ ସୃଷ୍ଟି ହେଲା ବୁଝିବା କଷ୍ଟକର। ଏହି ମାଟିରେ ପୁରୁଷ ସହିତ ପ୍ରକୃତି ଏବଂ ଶିବ ସହିତ ଶକ୍ତି ଚିନ୍ତାଧାରା ଜନ୍ମିଥିଲା। ଅର୍ଥାତ୍‌ ମାତୃଶକ୍ତିକୁ କେବେହେଲେ ଭାରତୀୟ ଗୌଣ କରି ଦେଖି ନ ଥିଲେ, ଯେଉଁଥିପାଇଁ ଯେତିକି ଠାକୁର ଗଣିହେବେ ସେତିକି ଠାକୁରାଣୀ ମଧ୍ୟ ସଂସ୍କୃତିରେ ଦେଖାଯାଉଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଆଜି ସେହି ପରିସ୍ଥିତିର ବିରାଟବଡ଼ ପରିବର୍ତ୍ତନ ଘଟିଛି। ଆଧୁନିକ ସମାଜରେ ଯେତେବେଳେ ଅନ୍ୟ ଦେଶଗୁଡ଼ିକ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଥିବାର ଦେଖୁଛନ୍ତି, ସେତେବେଳେ ଭାରତରେ ମହିଳାଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଓ ଅବିଚାରର ଛବି ସମସ୍ତଙ୍କୁ ବିଚଳିତ କରୁଛି। ଆଜିର ପରିସ୍ଥିତିରେ ମହିଳାଙ୍କ ପ୍ରତି ଦୟା କରିବାର ପ୍ରୟୋଜନ ନାହିଁ। ଅର୍ଥାତ୍‌ ସେମାନେ ପୁରୁଷଙ୍କ ଦୟାର ପାତ୍ର ହୋଇ ରହିବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଗୁରୁତ୍ୱ ଯଥେଷ୍ଟ ରହିଛି।
ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମିଳିନାହିଁ । ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଚାଲିଆସିଥିବା ମାମଲାରେ ସେନା କର୍ତ୍ତୃପକ୍ଷ ଦେଇ ଆସୁଥିବା ତଥ୍ୟ ବିଭ୍ରାନ୍ତିକର ପ୍ରମାଣିତ ହୋଇ ଆସୁଛି। (ପୁରୁଷ) ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ବୋଲି କୋର୍ଟ ଜୋର୍‌ ଦେଇ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ଏହି ମାମଲାରେ କହିଛନ୍ତି ଯେ, ମହିଳାଙ୍କ ଶାରୀରିକ ଗଠନ ଓ ସାମାଜିକ ଚାହିଦା ଯୋଗୁ ସେମାନଙ୍କୁ ସେନାରେ ନେତୃତ୍ୱ ଦେବା ସ୍ଥାନରେ ବସାଯାଇପାରିବ ନାହିଁ। ଅର୍ଥାତ୍‌ ସେଥିପାଇଁ ସେମାନଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବା ଉଚିତ ନୁହେଁ। କାରଣ ସ୍ଥାୟୀ ନିଯୁକ୍ତି ପାଇଲେ ମହିଳା ଅଫିସରଙ୍କ ବୟସ ଏବଂ ଅଭିଜ୍ଞତା ବୃଦ୍ଧି ସହିତ ପଦୋନ୍ନତି ଘଟିବା ନିଶ୍ଚିତ ହୋଇଯିବ। ତାହାହେଲେ ସେମାନେ ପୁରୁଷ ସେନା ଅଧିକାରୀଙ୍କ ସହିତ ନିର୍ଦ୍ଦେଶ ଦେବା ପଦବୀରେ ପହଞ୍ଚିପାରିବେ। ଏହାକୁ ରୋକିବା ହୋଇଛି ଉଭୟ ସେନା ଓ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଚକ୍ରାନ୍ତ। ଉଲ୍ଲେଖ କରାଯାଇପାରେ କୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ କୁହାଯାଇଛି ଯେ, ଯେଉଁ ମହିଳା ଅଫିସରଙ୍କ ଦକ୍ଷତା ଥିବ ସେହି ମହିଳା ପଦୋନ୍ନତିର ଲାଭ ପାଇପାରିବେ। ଅନ୍ୟଭାବେ କହିବାକୁ ଗଲେ ସୁପ୍ରିମକୋର୍ଟ ଏହି ରାୟ ଦ୍ୱାରା ଆଉ ଏକ ନୂତନ ସଂରକ୍ଷଣ ଆଇନ ସୃଷ୍ଟି କରିନାହାନ୍ତି। ଦକ୍ଷତା ହିଁ ମାପକାଠି ବୋଲି ଯେହେତୁ ରାୟରେ ସ୍ପଷ୍ଟ କରାଯାଇଛି, ସେହେତୁ ଏହାକୁ କଦର୍ଥ କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଏହା ଦ୍ୱାରା କେବଳ ସେନା ନୁହେଁ, ମହିଳାମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇବ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ କରିବା ଲାଗି ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିରୁ କେନ୍ଦ୍ର ସରକାର ଓ ସେନା କର୍ତ୍ତୃପକ୍ଷଙ୍କ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡୁଛି। ଏହି ସପ୍ତାହ ଆରମ୍ଭରେ ସୁପ୍ରିମକୋର୍ଟ ପୁନର୍ବାର ସେହି ରାୟକୁ ଦୋହରାଇବା ସହିତ ଏକ ୯୦ ଦିନିଆ ସମୟସୀମା ସ୍ଥିର କରିଛନ୍ତି। ଏହି ସମୟ ମଧ୍ୟରେ ସେନାର ଯେଉଁ ମହିଳା ଅଫିସର ପର୍ମାନେଣ୍ଟ କମିଶନ ପାଇଁ ଆବେଦନ କରିବେ, ତାଙ୍କୁ ସେହି ସୁବିଧା ଯୋଗାଇ ଦିଆଯିବା ଉଚିତ। ଏବେ ନିର୍ଭର କରୁଛି ଉଭୟ କେନ୍ଦ୍ର ଓ ସେନାର ଆନ୍ତରିକତା ଏହିଭଳି ସାମାଜିକ ପରିବର୍ତ୍ତନର ସପକ୍ଷବାଦୀ ହେବ ନା ବିପକ୍ଷବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri