Posted inଖେଳ

ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ (୬୯ରନ, ୪୪ ବଲ, ୧୦ ଚୌକା, ୨ ଛକା) ବଳରେ ଭାରତୀୟ ମହିଳା ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୫୭ଟି ବଲ ବାକି ରଖି ୧୦ ଉଇକେଟରେ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମୁକାବିଲାରେ ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୧୦.୩ ଓଭରରେ କୌଣସି ଉଇକେଟ ନ ହରାଇ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଟି୨୦ରେ ୧୫ ବର୍ଷୀୟା ଶେଫାଳି ୪୯ ବଲରୁ ୭୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରେକର୍ଡ କରିଥିଲେ। ସେ ଦେଶର ସର୍ବକନିଷ୍ଠ ଖେଳାଳିଭାବେ ଅନ୍ତର୍ଜାତୀୟ କ୍ରିକେଟର ଅର୍ଦ୍ଧଶତକ ହାସଲ କରି କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ। ଏଥିସହିତ ଶେଫାଳି କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରି ମ୍ୟାଚ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେବେ ଦୀପ୍ତି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୦୪ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଭାରତ ବିନା ଅସୁବିଧାରେ ବିଜୟୀ ହୋଇଥିଲା। ଓପନିଂ କରିବାକୁ ଆସିଥିବା ଶେଫାଳି ମାତ୍ର ୩୫ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୨ ଛକା ସହ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ସେହିପରି ଅନ୍ୟତମ ଓପନର ସ୍ମୃତି ମନ୍ଧାନା ୨୮ଟି ବଲ୍‌ ଖେଳି ୪ ଚୌକା ସହ ୩୦ ରନ କରି ଅପରାଜିତ ରହିଥିଲେ। ଓପିନଂ ଯୋଡିରେ ଏହି ଦୁଇ ଓପନର ୧୦୪ ରନ ସଂଗ୍ରହ କରି ନେଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦୀପ୍ତି ଶର୍ମା ଓ ଅନ୍ୟ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ମହିଳା ବ୍ୟାଟ୍ସମ୍ୟାନ। ଦଳ ତରଫରୁ ଚେଡିନ ନେସନ ୩୨, ଓପନର ହେଲି ମାଥ୍ୟୁସ୍‌ ୨୩, ନାତାଶା ମ୍ୟାକଲିନ୍‌ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ଦୀପ୍ତି ସର୍ବାଧିକ ୪, ଶିଖା ପାଣ୍ଡେ, ରାଧା ଯାଦବ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୧୦୩/୭
(ନେଶନ- ୩୨, ମାଥ୍ୟୁସ- ୨୩, ମ୍ୟାକେଲିନ- ୧୭, ଦୀପ୍ତି- ୪/୧୦, ଶିଖା- ୧/୧୮, ରାଧା- ୧/୨୦, ବସ୍ତ୍ରକାର- ୧/୨୩)।
ଭାରତ ୧୦.୩ ଓଭରରେ ୧୦୪/୦
(ଶେଫାଳି- ୬୯, ମନ୍ଧାନା- ୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିବ କି ଭାରତ? ୩୭ ଓଭର୍‌ରେ ଆବଶ୍ୟକ ୧୪୫ ରନ୍‌

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ବିଜୟ ପାଇଁ ୩୭ ଓଭରରେ ୧୪୫...

ଡରହାମରେ ଇଣ୍ଟ୍ରା ସ୍କାଡ୍‌ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍‌...

ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍‌ ଦେଲେ

ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍‌ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ...

ଆର୍‌ସିଏ ନିର୍ବାଚନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଢ଼ିବେ

ଜୟପୁର,୧୩।୯(ପିଟି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ରାଜସ୍ଥାନ କ୍ରିକେଟ ଆସୋସିଏଶନ(ଆରସିଏ) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଆସୋସିଏଶନର ନିର୍ବାଚନ...

କ୍ରୋଏସିଆକୁ ହରାଇଲା ସ୍ପେନ୍‌; ଭାଇରାଲ ହେଲା ଧୋନୀଙ୍କ ଏହି ଟୁଇଟ୍‌; ପ୍ରଶଂସକମାନେ…

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିବା ଦିନରେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ...

ୟୁଏସ୍‌ ଓପନ ଚାମ୍ପିୟନ ବାଏଙ୍କାଙ୍କୁ ମିଳିଲା ଡବ୍ଲ୍ୟୁଡବ୍ଲ୍ୟୁଇ ବେଲ୍ଟ

ନୂଆଦିଲ୍ଲୀ,୧୪।୯- ନୂଆକରି ୟୁଏସ୍‌ ଓପନ ଜିତିଥିବା କାନାଡାର ବାଏଙ୍କା ଆଣ୍ଡ୍ରେସ୍କୁଙ୍କୁ ବିଶ୍ୱ ରେଶଲିଂ ଚାମ୍ପିୟନଶିପ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ମହିଳା ଡିଭିଜନ ଚାମ୍ପିୟନ ବେଲ୍ଟ ମିଳିଛି। ୨୩ ଥର...

ଭାରତର ଶ୍ରୀଲଙ୍କା ଗସ୍ତ, ଜୁନ୍‌-ଜୁଲାଇରେ ସିରିଜ ସମ୍ଭବ ନୁହେଁ: ଧୁମଲ

ନୂଆଦିଲ୍ଲୀ, ୧୨।୬(ପି.ଟି.)-ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ମାତ୍ର କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି...

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି।...

Advertisement
Ten Cric Info


Archives

Model This Week