ଦୋକାନ ଖୋଲିବାକୁ ଅନୁମତି ଦେଲା ପ୍ରଶାସନ: ଦ୍ୱନ୍ଦ୍ୱରେ ସେଲୁନ୍‌ ଦୋକାନୀ

ବାରିପଦା ଅଫିସ, ୫ା୫- ଗ୍ରୀନ ଜୋନ୍‌ରେ ଥିବା ମୟୂରଭଞ୍ଜ ଜିଲାରେ ଅଣ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି। ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ଏହି ଦୋକାନ ସବୁ ଖୋଲା ଯିବାକୁ ଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସମୟରେ ଖୋଲାଯିବ ବୋଲି ଜିଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟ ସରକାର ଗ୍ରୀନ ଜୋନ୍‌ରେ ସେଲୁନ ଓ ସ୍ପା ଖୋଲିବା ପାଇଁ ଅନୁମତି ଦେଇଥିବା ବେଳେ ମୟୂରଭଞ୍ଜ ଜିଲାରେ ଏହି ଦୋକାନ ଖୋଲିବ କି ନାହିଁ ପ୍ରଶାସନ ସ୍ପଷ୍ଟ କରି ନାହିଁ। ଏନେଇ ସେଲୁନ ମାଲିକମାନେ ଦ୍ୱନ୍ଦରେ ପଡ଼ିଛନ୍ତି। ସୋମବାର କିଛି ସେଲୁନ ଖୋଲାଯାଇଥିବା ବେଳେ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ପୋଲିସ କର୍ମଚାରୀମାନେ ସେଲୁନ ଖୋଲାଯାଇପାରିବ ନାହିଁ ବୋଲି କହି ବିଭିନ୍ନ ସ୍ଥାନରେ ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିବାରୁ ସେଲୁନ ମାଲିକମାନେ ଅନିଶ୍ଚିତତାରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜିଲାରେ କାର୍ଯ୍ୟକାରୀ ହେବ। ବିନା ପରିମିଟ୍‌ରେ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍‌ଲାଇନରେ ଶିକ୍ଷା ଦାନ କରାଯିବ। ଗ୍ରୀନ ଜୋନ୍‌ରେ ଯାହା କଟକଣା ରହିଛି ତାହାକୁ ପାଳନ କରାଯିବ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି। ସମସ୍ତ ଦୋକାନ ଖୋଲାଯିବା ପାଇଁ ନିୟମ ଥିବା ବେଳେ ସାମଜିକ ଦୂରତ୍ୱକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଦୋକାନର କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗ୍ରସେରି ଦୋକାନ, ମିଲକ ବୁଥ୍‌, ମେଡ଼ିସିନ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ସାମଗ୍ରୀ ପାଇଁ ଯାଇପାରିବେ। ସନ୍ଧ୍ୟା ୭ଟା ପରେ ଯଦି କୌଣସି ବ୍ୟକ୍ତି ଅନାବଶ୍ୟକ ଭାବେ ବୁଲାବୁଲି କରୁଥିବା ନଜରକୁ ଆସିବ ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ଶିଶୁମାନେ ଘରେ ରହିବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜିଲାରେ କରୋନା ସନ୍ଦେହରେ ୧୮୧୮ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୧୬୯୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ୧୨୬ଟି ରିପୋର୍ଟ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଲାଗି ଦାବିପତ୍ର

ବାରିପଦା ଅଫିସ,୧୮ା୧୨- ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ।...

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା...

ଉଠାଣୀନୂଆଗାଁ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ, ସରଞ୍ଜାମ ସହ ଗଞ୍ଜେଇ ଜବତ

ବଡ଼ସାହି,୨୩।୧୦(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା, ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମରୁ ବୁଧବାର ସକାଳେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର...

ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକା ଘଟଣା: ଏମ୍‌ପି ଓ ବିଧାୟକଙ୍କ ନାଁରେ ମାମଲା

ରାଇରଙ୍ଗପୁର,୧୦ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ (ପିଏ)ଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଏବଂ ରାଇରଙ୍ଗପୁର...

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ...

କେନ୍ଦୁପତ୍ର ସହ କାଠ ଜବତ: ୩ ଗିରଫ

ବାଙ୍ଗିରିପୋଷି,୯ା୬(ଡି.ଏନ୍‌.ଏ.)- ରାତି ପାଟ୍ରୋଲିଂ ବେଳେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ୩ଟି ମଟର ସାଇକେଲ ସହ କେନ୍ଦୁପତ୍ର ଓ କାଠପଟା ଜବତ କରିଛି। ଏହି...

ଓହଳିପଡ଼ିଥିବା ବିଦ୍ୟୁତ୍‌ ତାର ନେଲା ଜୀବନ: ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ

ଠାକୁରମୁଣ୍ଡା,୧୮।୮(ଡ଼ି. ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ ଓହଳି ରହିଥିବା ତାର ସଜଡ଼ା ଯାଉନାହିଁ। ଏଥିଲାଗି ଦୁର୍ଘଟଣା ଘଟି ଅକାଳରେ ଜୀବନ...

ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩୦ା୫- ମୟୂରଭଞ୍ଜ ଜିଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଶନିବାର ୯ ଦଫା ଦାବିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *