ଭଦ୍ରକ ଅଫିସ, ୧୭।୧- ଭଦ୍ରକ ଜିଲା ସଦର ବ୍ଲକ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାକୁ ଏହାମଧ୍ୟରେ ୨ ବର୍ଷ ବିତିଯାଇଛି। ସେତେବେଳେ ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଏଯାଏ ତଦନ୍ତ ସରୁ ନାହିଁ। ଭିଜିଲାନ୍ସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଜାରି ରହିଥିବା କୁହାଯାଉଛି। ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଆଳରେ ଦିନ ଗଡ଼ାଇ ଚାଲିଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଫଳରେ ଲୋକେ ପ୍ରଶାସନର ତଦନ୍ତ ଉପରୁ ଆସ୍ଥା ହରାଇଥିବା କେତେଜଣ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁର୍ନୀତିକୁ ଚାପି ଦେବା ଲାଗି ଉଦ୍ୟମ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେତେବେଳେ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ଅନ୍ୟପକ୍ଷେ ବିଳମ୍ବ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୨୪ ମାସ ବିତିସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ସଦର ବ୍ଲକ ନୁହେଁ ଜିଲାର ଅନ୍ୟ ବ୍ଲକରେ ମଧ୍ୟ ଏହି ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପାଇଖାନା ତିଆରି ନ କରି ସରକାରୀ ଅନୁଦାନ ବାବଦକୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। କେତେଜଣ ଅସାଧୁ କର୍ମଚାରୀ ନିଜ ସମ୍ପର୍କୀୟ, ଭାଇ ବନ୍ଧୁ ଓ ପଡ଼ୋଶୀଙ୍କୁ ହିତାଧିକାରୀ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ୟାମ୍ପରିଂ କରି ଟଙ୍କା ହଡ଼ପ କରିଥିବାର ପ୍ରମାଣ ମିଳିସାରିଛି। କେତେ ପରିମାଣର ଟଙ୍କା କେତେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ସେନେଇ ତନାଘନା କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଜିଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଡିଆର୍ଡିଏର ଦୁଇ ଅଧିକାରୀ ଥରୁଟିଏ ଦୈସିଂ ଅଞ୍ଚଳକୁ ଯାଇ ଫେରି ଆସିଛନ୍ତି। ଘଟଣାକୁ ଲୁଚାଇବା ଲାଗି ବିଭିନ୍ନ କୌଶଳ ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି। ଦୈସିଂ ପଞ୍ଚାୟତର କୁସୁନନଗର ଓ ଏହା ଆଖପାଖ ଗଁାରେ ରାତାରାତି ପାଇଖାନା ନିର୍ମାଣ କରାଯାଇଥିବା କୁହାଯାଇଛି। ଏପରିକି ଗୋଟିଏ ପାଇଖାନାରେ ୨ରୁ ୩ ଥର ବିଭିନ୍ନ ରଙ୍ଗ ଦେଇ ହିତାଧିକାରୀଙ୍କ ଭିନ୍ନ ଭିନ୍ନ ନଁା ଦର୍ଶାଇ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡ଼ିଥିଲା। ସେଠାରେ ଜଣେ ମୋଟିଭେଟର ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟକୁ ୭ରୁ ୮ ଥର ଟଙ୍କା ଟ୍ରାନ୍ସଫର କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ପଦାକୁ ଆସିଥିଲା। ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ନକଲ ହାସଲ କରି ଭିଜିଲାନ୍ସ ଓ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଥିବା ସୂଚନା ମିଳିଥିଲା। ଏହି ଦୁର୍ନୀତିରେ ତଳସ୍ତରରୁ ଉପର ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଶାସନିକ ମହଲ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଦୈସିଂର ଅଜୟ କୁମାର ମହାନ୍ତି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କରେ କେତେକ ତଥ୍ୟ ପଦାକୁ ଆଣି ଜିଲା ପ୍ରଶାସନଠାରୁ ଆରମ୍ଭକରି ସ୍ବଚ୍ଛ ଭାରତ ମିଶନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ପଚାରିବାରୁ ତଦନ୍ତ ସରି ରିପୋର୍ଟ ଆସିସାରିଛି, ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ
କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…
ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…
ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…
ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…
ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…
ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍ଲାଇନ୍-ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର
ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…
Archives

