Posted inଜାତୀୟ

ଦୈନିକ ଆତ୍ମହତ୍ୟା କରୁଛନ୍ତି ୩୫ ବେକାର

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦେଶରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ୨୦୧୮ରେ ଦୈନିକ ହାରାହାରି ୩୫ ଜଣ ବେରୋଜଗାରୀ ଓ ୩୬ଜଣ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିବର୍ଷ ମୋଟ ୨୬,୦୮୫ ଜଣ ବେରୋଜଗାରୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି ଜୀବନ ହାରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡିଛି। ସେହିବର୍ଷ ୧୨,୯୩୬ ଜଣ ବେରୋଜଗାରୀ ଓ ୧୩,୧୪୯ ଜଣ ଆତ୍ମନିଯୁକ୍ତ ଆତ୍ମହତ୍ୟା କରିଥିବାବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଥିଲା ୧୦,୩୪୯।
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୮ରେ ଦେଶରେ ମୋଟ ୧,୩୪,୫୧୬ ଜଣ ଆତ୍ମହତ୍ୟା କରିଥିଲେ, ଯାହାକି ପୂର୍ବବର୍ଷ ତୁଳନାରେ ୩.୬ ପ୍ରତିଶତ ଅଧିକ ଥିଲା। ସେହିପରି ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ଆତ୍ମହତ୍ୟା ହାର ୨୦୧୭ ତୁଳନାରେ ୨୦୧୮ରେ ୦.୩ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିବର୍ଷ ମୋଟ ୪୨,୩୯୧ ଜଣ ମହିଳା ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରେ ଗୃହିଣୀ ଥିଲେ ୨୨,୯୩୭ ଜଣ ଅର୍ଥାତ୍‌ ୫୪.୧ ପ୍ରତିଶତ। ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା ୧.୩ ପ୍ରତିଶତ (୧୭୦୭) ହୋଇଥିବାବେଳେ ଘରୋଇ ସେକ୍ଟର କର୍ମଚାରୀଙ୍କ ଆତ୍ମହତ୍ୟା ହାର ଥିଲା ୬.୧ପ୍ରତିଶତ (୮୨୪୬)। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ୨୦୨୨ ଜଣ ଆତ୍ମହତ୍ୟା କରିଥିଲେ। ଛାତ୍ରୀଛାତ୍ର ଓ ବେରୋଜଗାରୀଙ୍କ ଆତ୍ମହତ୍ୟା ହାର ଥିଲା ଯଥାକ୍ରମେ ୭.୬ ଓ ୯.୬ ପ୍ରତିଶତ। ଅର୍ଥାତ୍‌ ୨୦୧୮ରେ ୧୦,୧୫୯ ଜଣ ଛାତ୍ରୀଛାତ୍ର ଓ ୧୨,୯୩୬ ଜଣ ବେରୋଜଗାରୀ ଜୀବନ ହାରିଥିଲେ। ଆତ୍ମନିଯୁକ୍ତଙ୍କ ଆତ୍ମହତ୍ୟା ହାର ୯.୮ ପ୍ରତିଶତ (୧୩,୧୪୯) ଥିଲା।
୨୦୧୮ରେ କୃଷି ସେକ୍ଟରରେ ସମୁଦାୟ ୧୦,୩୪୯ ଜଣ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫୭୬୩ ଜଣ କୃଷକ ଓ ୪୫୮୬ ଜଣ କୃଷି ଶ୍ରମିକ ବୋଲି ଜଣାପଡିଛି। ମୋଟ ଆତ୍ମହତ୍ୟାରେ ସେମାନଙ୍କ ହାର ୭.୭ ପ୍ରତିଶତ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଛି। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରେ ସର୍ବାଧିକ ୧୭,୯୭୨ ଜଣ ଆତ୍ମହତ୍ୟା କରିଥିବାବେଳେ ଏହା ପଛକୁ ରହିଛି ତାମିଲନାଡୁ (୧୩,୮୯୬), ପଶ୍ଚିମବଙ୍ଗ (୧୩,୨୫୫), ମଧ୍ୟପ୍ରଦେଶ (୧୧,୭୭୫), କର୍ନାଟକ (୧୧,୫୬୧)। ମୋଟ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦.୯ ପ୍ରତିଶତ ଏହି ୫ ରାଜ୍ୟର ବୋଲି ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri