ଦେଶର ୧ନଂ. ବନ୍ଦର ହେବ ପାରାଦୀପ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ବ୍ୟବସ୍ଥା ଆପଣାଇଛି। ଏପରି ପରିବର୍ତ୍ତନରେ ପଣ୍ୟ କାରବାର ପ୍ରକ୍ରିୟା ତ୍ୱରାନ୍ବିତ ହେଲାଣି। ଗତ ୫ ବର୍ଷ ମଧ୍ୟରେ ପଣ୍ୟ କାରବାର ୭୦% ବୃଦ୍ଧି ପାଇଛି। ଏବେ କ୍ୟାପସାଇଜ୍‌ ଜାହାଜ ଲାଗିବା ବ୍ୟବସ୍ଥା ମଧ୍ୟ କରାଗଲାଣି। ଏହାଦ୍ୱାରା ବନ୍ଦର ୧୦୦ ମିଲିୟନ୍‌ ମେଟ୍ରିକଟନ୍‌ କ୍ଲବ୍‌ରେ ସଦସ୍ୟ ହେବା ସହ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ଭାବେ ମାନ୍ୟତା ପାଇଛି। ଏହି ଧାରା ବଳବତ୍ତର ରହିଲେ ଆଉ ଗୋଟିଏ ବର୍ଷ ଭିତରେ ଉକ୍ତ ବନ୍ଦର ଦେଶର ନଂ ୧ ବୃହତ୍‌ ବନ୍ଦର ମାନ୍ୟତା ପାଇବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ବନ୍ଦର ନିଷିଦ୍ଧାଞ୍ଚଳର ଓ୍ବେଟ୍‌ ବେସିନ୍‌ଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅଧ୍ୟକ୍ଷ ରାୟ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏଥିସହ ବନ୍ଦର ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଇତିହାସ ସମ୍ପର୍କରେ କହିଥିଲେ। ବନ୍ଦର ପାଇଁ ମୁଖ୍ୟ ଉଦ୍ୟୋକ୍ତା ବିଜୁ ପଟ୍ଟନାୟକ ଯେଉଁ କାର୍ଯ୍ୟ କରିଥିଲେ ସେ ସବୁ ମନେ ପକାଇଥିଲେ। ସେତେବେଳେ ଚଣ୍ଡିଖୋଲରୁ-ପାରାଦୀପ ପର୍ଯ୍ୟନ୍ତ ଯେଉଁ ଏକ୍ସପ୍ରେସ୍‌ ହାଇଓ୍ବେ କରାଯାଇଥିଲା ତାହା ଦେଶର ପ୍ରଥମଥିଲା। ନେହେରୁ ବଙ୍ଗଳାରେ ପ୍ରଥମେ ୭ ମହଲା କୋଠା ଓ ଲିଫ୍‌ଟ ବ୍ୟବସ୍ଥା କରାଯାଇଥିଲା। ଯାହା ରାଜ୍ୟର ପ୍ରଥମ ଥିଲା। ସେହିଭଳି ପ୍ରଥମେ ମାନସିକତା ନେଇ କାମ କରିବାକୁ ଆହ୍ବାନ ଦେଇଥିଲେ। ନୂତନ ବୈଷୟିକ ପ୍ରକଳ୍ପ ପାଇଁ ବନ୍ଦର ୭୫୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛି। ପୁରୁଣା କ୍ୱାର୍ଟର ବଦଳରେ ନୂତନ ଆବାସିକ ବ୍ୟବସ୍ଥା, ରାଜ୍ୟର ପ୍ରଥମ ଅବଲଣିକରଣ କାରଖାନା, ଫନୀ ଓ ବୁଲ୍‌ବୁଲ୍‌ ବାତ୍ୟାରେ ଉଜୁଡିଯାଇଥିବା ଗଛ ବଦଳରେ ଆସନ୍ତା ୬ ମାସ ମଧ୍ୟରେ ୫୦ ହଜାର ଚାରାରୋପଣ ବ୍ୟବସ୍ଥା, ପ୍ରଥମକରି ସ୍ବିଓ୍ବେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବା, ସହରାଞ୍ଚଳ ରାସ୍ତାର ଦୀର୍ଘ ମିଆଦି ପାଇଁ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ଆଦି ପ୍ରସଙ୍ଗରେ ଅଧ୍ୟକ୍ଷ ରାୟ କହିଥିଲେ। ସମ୍ମାନିତ ଅତିଥି ବନ୍ଦର ଉପ ସଂରକ୍ଷକ କ୍ୟାପେଟନ୍‌ ଅତୁଲ୍ୟ ମହାପାତ୍ର ତାଙ୍କ ବକ୍ତବ୍ୟରେ ନୌବାଣିଜ୍ୟ ଇତିହାସ ଓ ପଣ୍ୟ ପରିଚାଳନା ସମ୍ପର୍କରେ କହିଥିଲେ। ବନ୍ଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରହଲ୍ଲାଦ ପଣ୍ଡା ମଧ୍ୟ ନୂଆ ସ୍ପିରିଟ୍‌ ନେଇ କାମ କରିବାକୁ ପ୍ରୋତ୍ସାହନ ଦେଇଥିଲେ। ଏହି ଅବସରରେ ପ୍ରଥମକରି ସମାଜରେ ନିରବଚ୍ଛିନ୍ନ ସେବା କରୁଥିବା ୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ପ୍ରତି ସଭାରେ ବିଜୁବାବୁଙ୍କ ପାଇଁ ଶଙ୍ଖ ବଜାଉଥିବା କୁଳମଣି ବାରିକ, ଅନ୍ଧମୂକ ବଧିର ସ୍କୁଲ ଜାଗୃତିରେ ସେବିକାଥିବା ସୁକାନ୍ତି ଲେଙ୍କା, ବନ୍ୟ ସଂରକ୍ଷଣରେ ବ୍ରତୀ ଆନନ୍ଦଚନ୍ଦ୍ର ସେଠୀ, ନୃତ୍ୟଗୁରୁ ସ୍ମୃତିକାନ୍ତ ଶର୍ମା ଓ ସ୍ବଚ୍ଛତା କାମ କରୁଥିବା ବୀଣାପାଣି ଦାସ। ସଭା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ସାଧବାଣୀସାଧବ ପୁଅ ବେଶରେ ସଜ୍ଜିତ କରାଯାଇ ପୋତ ପରିଦର୍ଶନ କରାଯାଇଥିଲା। ମୁଖ୍ୟ ମେକାନିକାଲ ଯନ୍ତ୍ରୀ ସରୋଜ ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri