ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୬: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମଙ୍ଗଳବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯,୯୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୭,୪୬୬ହୋଇଛି। ଏବେସୁଦ୍ଧା ୧,୨୯,୯୧୭ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୧,୨୯,୨୧୪ ଜଣ ସୁସ୍ଥ ହୋଇ ସାରିଲେଣି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା ବେଳେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୮,୫୨୮ରେ ପହଞ୍ଚିଛି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୩,୨୨୯। ଦେଶରେ ଏପର୍ଯ୍ୟନ୍ତ ୪୯,୧୬,୧୧୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧,୪୧,୬୮୨ ନମୁନା ପରୀକ୍ଷା କରାଯିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଚେତାବନୀ

ନୂଆଦିଲ୍ଲୀ,୩୦।୧୧: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ...

ଓଡ଼ିଆ ଅଫିସର ସି.ପି. ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର

ନୂଆଦିଲ୍ଲୀ,୨୪ା୧(ପି.ଟି.):ଓଡ଼ିଆ ଅଫିସର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସି.ପି. ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ତାଙ୍କୁ...

ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ସହର ଭାବେ ପରିଗଣିତ ହୋଇଛି। ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ-୨୦୧୯ ରିପୋର୍ଟ ଅନୁଯାୟୀ ବିଶ୍ୱର...

ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ...

ପରିବେଶ ସୁରକ୍ଷା ପାଇଁ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୩।୭: ପରିବେଶ ସୁରକ୍ଷା ପାଇଁ ସୁପ୍ରିମ୍‌କୋର୍ଟ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂରକ୍ଷଣ ଏବଂ ପୁନର୍ସ୍ଥାପନା...

ଦୈନିକ ସଂକ୍ରମଣ କମିଲା, ସକ୍ରିୟ ମାମଲା ବଢ଼ିଲା…

ନୂଆଦିଲ୍ଲୀ, ୨୧।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କଲେ କେ. କେ. ଶୈଳଜା

ଥିରୁଭାନନ୍ତପୁରମ୍‌,୪।୯: କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଆଇ (ଏମ) ନେତା କେ.କେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।...

Advertisement
Archives

Model This Week