ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର ରିସର୍ଚ୍ଚ ଆଣ୍ଡ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ସୁବାସଚନ୍ଦ୍ର ମିଶ୍ର ମଙ୍ଗଳବାର କାକଟପୁରର ଦେବୀ ନଦୀକୁ ଯାଇ ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ମିଶ୍ର ବନ୍ଧର ଷାଠିଏବାଟିଠାରୁ ଡଙ୍ଗାରେ ନଦୀ ଗର୍ଭକୁ ଯାଇ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ। ଦେବୀ ନଦୀର ଶଯ୍ୟା ପୋତି ହୋଇଯାଇଥିବାରୁ ଏହାର ଖନନ ହେଲେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବିଶ୍ୱାଳ କହିଥିଲେ। ବିଶେଷଜ୍ଞ ମିଶ୍ରଙ୍କ ସହିତ ନିମାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର, କାକଟପୁର ସହକାରୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ଉପସ୍ଥିତ ଥିଲେ।

ମହାନଦୀରେ ବନ୍ୟାଜଳ ପ୍ରବେଶ କଲେ ଏହାର ୬୦ଭାଗରୁ ଊର୍ଦ୍ଧ୍ୱ ଜଳ ଶାଖା ନଦୀମାନଙ୍କରେ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମହାନଦୀର ଅନ୍ୟତମ ଶାଖା ନଦୀ ହେଉଛି ଦେବୀ ନଦୀ। ଦେବୀ ନଦୀର ଶେଷ ମୁଣ୍ଡ ଅର୍ଥାତ୍‌ କାକଟପୁର ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଶିଖସେତୁଠାରୁ ମୁହଁାଣ ପର୍ଯ୍ୟନ୍ତ ଶଯ୍ୟାରେ ବାଲିଚଡ଼ା ସୃଷ୍ଟି ହୋଇଛି। ଫଳରେ ସମୁଦ୍ରକୁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇ ନ ପାରି ପ୍ରତିବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ୁଛି। ଦେବୀନଦୀ ଦକ୍ଷିଣପାର୍ଶ୍ୱ ବନ୍ଧର ବାଉରିଆକଣ ଏବଂ ଷାଠିଏବାଟିଠାରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଜନସାଧାରଣ ଆତଙ୍କିତ ହୋଇପଡ଼ୁଛନ୍ତି। ଦେବୀ ନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସକୁ ଦାୟିତ୍ୱ ଦିଆଯାଇଥିଲା। ମାଡ୍ରାସ ଆଇଆଇଟିର ବିଶେଷଜ୍ଞମାନେ ଏଠାକୁ ଆସି ପରିସ୍ଥିିତି ଅନୁଧ୍ୟାନ କରି ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧ ତଳକୁ ୧୪ଟି ସ୍ପର୍‌(ହାଇଲେବୁଲ ବୁରୁଜ) ନିର୍ମାଣ ସହ ନଦୀର ଶଯ୍ୟା ଖନନ କରିବାକୁ ପରାମର୍ଶ ଦେଇଥିଲେ। କାକଟପୁର ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ତଳେ ବିଭିନ୍ନ ସ୍ଥାନରେ ୧୪ଟି ସ୍ପର୍‌ ନିର୍ମାଣ କରାଯାଇଥିଲେ ବି ଶଯ୍ୟା ଖନନ କରାଯାଇନାହିଁ। ଫଳରେ ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ। ଏହାର ଅନୁଧ୍ୟାନ କରିବାକୁ ଗତ ୧୫ତାରିଖରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସ୍ଥିତି ଅନୁଧ୍ୟାନ କରି ବାଲିଚଡା ସୃଷ୍ଟିହୋଇ ଶଯ୍ୟା ପୋତି ହୋଇଯାଇଥିବା ଦେଖିବା ପରେ ଖନନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଛି ଟିକା ଅଭାବ

୧୧ ଜିଲାରେ ଟିକାକରଣ ବନ୍ଦ ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଟିକା ଅଭାବ...

ଶ୍ରୀଲିଙ୍ଗରାଜଙ୍କ ନିଷ୍କର ଜମିରେ ଜନବସତି

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ହେବା ପରେ ଦିଅଁଙ୍କ ନୀତିକାନ୍ତି ସୁବ୍ୟବସ୍ଥିତ କରିବାକୁ ଖଞ୍ଜାରେ ବିଭିନ୍ନ ସେବାୟତଙ୍କୁ ଜମି ରାଜାରାଜୁଡା ଅମଳରୁ ଯୋଗାଇ ଦିଆଯାଇଥିଲା। ଏଥିମଧ୍ୟରୁ...

ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ...

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା...

କଣ୍ଠଶିଳ୍ପୀମାନେ ଓଡ଼ିଶାର ପରମ୍ପରାକୁ ନ ଭୁଲନ୍ତୁ: ଶ୍ୟାମାମଣୀ

କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ୧୯୩୮ ଡିସେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣୀ ଦେବୀ।...

ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର, ୨।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ...

ଏଭଳି ସମୟ ଆସିବ ବୋଲି ଭାବି ନ ଥିଲି

ଏଭଳି ଯେ ସମୟ ଆସିବ ଅାଉ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ସେ ନେଇ ଅାଦୋ ଚିନ୍ତା କରିନଥତ୍ଲି ା ସରକାରଙ୍କ ଏକତରଫା ନିଷ୍ପତି...

ସୁରକ୍ଷା ପାଇଁ ସାମଗ୍ରୀ ନାହିଁ

ଅନୁଗୋଳ ଅଫିସ, ୧୨।୧୦:  କରୋନା ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ଅଛନ୍ତି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ। ଏମାନଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା...

Advertisement
Archives

Model This Week