ଦୃଷ୍ଟି ଆଢୁଆଳରେ ମା’ ଝାରୀ କୁଆଁଦେଈ ପୀଠ: ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଛେଣ୍ଡିପଦା, ୩୦।୧୧(ସ୍ବ.ପ୍ର.) ମନୋରମ ପରିବେଶ, ଉଷ୍ମ ପ୍ରସ୍ରବଣ, ଜନ ସାଧାରଣଙ୍କ ସମାଗମ ଲାଗି ରହିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ପଞ୍ଚାୟତ ବଡବେରେଣା ଗ୍ରାମସ୍ଥିତ ମା’ ଝାରୀ କୁଆଁଦେଈ ପୀଠ। ନା ହେଉଛି ପୀଠର ଉନ୍ନତୀକରଣ ନା ମିଳୁଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା। ଏପରିକି ଯାହାକିଛି ପ୍ରକୃତିଦତ୍ତ ତାହାର ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ବହୁବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଏ ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।
ବଡବେରେଣା ଗ୍ରାମ ଓହ୍ଲାଣୀ ନାଳ ପାର୍ଶ୍ୱରେ ରହିଛି ମା’ଝାରୀ କୁଆଁଦେଇଙ୍କ ପୀଠସ୍ଥଳ। ନିକଟରେ କୁମ୍ଭୀରା, ଗଉଡୁଣୀ ଓ ବଡଯୋରା ନାଳର ସଂଗମ ସ୍ଥଳରୁ ଓହ୍ଲାଣୀ ନାଳ ବାହାରି ଚିରସ୍ରୋତା ଟିକିରା ନଦୀରେ ମିଶିଛି। ସୁନ୍ଦର ପରିବେଶରେ ଭରପୁର ପୀଠସ୍ଥଳରେ ରହିଛି ଉଷ୍ନ ପ୍ରସ୍ରବଣ ଯାହା ଏହି ସ୍ଥାନର ମୁଖ୍ୟ ଆକର୍ଷଣ। ସେହିପରି ଏଠାକାର ଅନ୍ୟତମ ଆକର୍ଷଣ ମା’ଙ୍କ ବାର୍ଷିକ ଯାତ୍ରା। ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ବାର୍ଷିକ ଯାତ୍ରା ପାଳନ କରାଯାଇଥାଏ। ବଡବେରେଣା ଯାତ୍ରା ତଥା କୁନ୍ଦ ଯାତ୍ରା ନାମରେ ଏହା ଜଣାଶୁଣା। ଯାତ୍ରା ସମୟରେ ଅନୁଗୋଳ ସମେତ ସମ୍ବଲପୁର, ଦେବଗଡ ତଥା ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥାଏ। ଏଥିସହ ପର୍ଯ୍ୟଟନ ଋତୁରେ ମଧ୍ୟ ଏଠାରେ ବିଭିନ୍ନ ସ୍ଥାନରୁ ଲୋକେ ବୁଲିବାକୁ ଆସି ବଣଭୋଜି କରିଥାନ୍ତି। ହେଲେ ଏସବୁର ରକ୍ଷଣାବେକ୍ଷଣ ସହ ପୀଠର ସୌନ୍ଦର୍ଯ୍ୟକରଣ ତଥା ଉନ୍ନତି ଦିଗରେ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପୀଠରେ ଥିବା ଉଷ୍ନ ପ୍ରସବଣ କୁଣ୍ଡଗୁଡିକ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଥିଲେ ହେଁ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଫଳରେ ଦିନକୁ ଦିନ ଏହି ସ୍ଥାନ ନିଜର ଆକର୍ଷଣ ହରାଇବାକୁ ବସିଛି। ସମ୍ପ୍ରତି ସନ୍ତରାବନ୍ଧ ଯୁବଗୋଷ୍ଠୀ, ବଡବେରେଣା ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳ ଲୋକେ ଦେଖାଶୁଣା କରୁଛନ୍ତି। ତୁରନ୍ତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ସହ ସୌନ୍ଦର୍ଯ୍ୟକରଣ କାମ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହାହେଲେ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri