ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର ଚାହିଦା ରହିଛି। ଏହି ଶିଳ୍ପ କାରୁକାର୍ଯ୍ୟ ଲାଗି ପଥରଶିଳ୍ପୀ ମୁକ୍ତିକାନ୍ତ ନାୟକ(୩୨) ବେଶ୍‌ ଜଣାଶୁଣା। ନିଆରା ପଥରଶିଳ୍ପୀ ମୁକ୍ତିକାନ୍ତଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଚିନ୍ତାମଣିପୁର ଗ୍ରାମରେ। ସେ ବାସୁଦେବପୁର ସହର ଏବଂ ଆଖପାଖ ଅଞ୍ଚଳରେ କାରୁକାର୍ଯ୍ୟ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସେ ପଥରଶିଳ୍ପୀ ହେବାରେ ସକ୍ଷମ ହୋଇପାରିଛନ୍ତି। ବାସୁଦେବପୁର କାଳୀପୂଜା ମେଳାରେ ପଡ଼ିଥିବା ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ମୁଖ୍ୟତଃ ପଥର ମୂର୍ତ୍ତି ଓ ଏଥିରେ ନିର୍ମିତ ଘରୋଇ ସାମଗ୍ରୀର ଆଦର ବଢ଼ିବାରେ ଲାଗିଛି। ସହର ମଧ୍ୟରେ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏପରି ଏକ ପଥର ନିର୍ମିତ ମୂର୍ତ୍ତି ଓ ସାମଗ୍ରୀ ଦୋକାନ ଖୋଲାଯାଇଥିଲା ବେଳେ ପୂଜା ପାଇଁ ବ୍ଲକରୋଡ୍‌ରେ ଏକ ଷ୍ଟଲ ପଡ଼ିଛି।
ମୁକ୍ତିକାନ୍ତ କହନ୍ତି, ପିଲାଟି ଦିନରୁ ତାଙ୍କର ପଥର ଶିଳ୍ପୀ ହେବାକୁ ଇଚ୍ଛା ଥିଲା। ମାଟ୍ରିକ୍‌ ଶେଷ ପରେ ଅର୍ଥାଭାବରୁ ଆଉ ଆଗକୁ ପାଠ ନ ପଢ଼ି ପଥର କାରୁକାର୍ଯ୍ୟ ନିର୍ମାଣ ନିମନ୍ତେ ପ୍ରଥମେ ବଉଳଗଡ଼ିଆରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ସରକାରୀ ଶିକ୍ଷାକେନ୍ଦ୍ରରେ ଦୁଇବର୍ଷ ତାଲିମ ନେଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ସେ ରାଜ୍ୟ ବାହାର ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି ବିଭିନ୍ନ ସ୍ଥାନକୁ ଯାଇ ପଥରରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ସୁନାମ ଅର୍ଜନ କରିଛନ୍ତି। ପାରଶ୍ରମିକ ବାବଦକୁ ମାସିକ ଆନୁମାନିକ ୩୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର ହୋଇଥାଏ। ତେବେ ବର୍ଷେ ହେବ ସେ ଗଁାକୁ ଫେରି ବାସୁଦେବପୁରରେ ତାଙ୍କର ଦୋକାନ ଖୋଲିଛନ୍ତି। ନିହାଣମୁନ ଓ ଗ୍ରାଇଣ୍ଡର ସହାୟତାରେ ସେ ମୂର୍ତ୍ତି ନିର୍ମାଣ କରନ୍ତି। ପଥରରେ ଯେକୌଣସି ମୂର୍ତ୍ତିକୁ ଜୀବନ୍ତ ଭାବେ ନିର୍ମାଣ କରିବାକୁ ୮ରୁ୧୦ ଦିନ ଲାଗୁଛି। ମୂର୍ତ୍ତି ତିଆରି ଲାଗି ରାଜସ୍ଥାନ, ଖିଚିଂ ଆଦି ଅଞ୍ଚଳରୁ ପଥର ଆମଦାନୀ କରାଯାଇଥାଏ ବୋଲି ସେ କହିଛନ୍ତି। ଏହି କାରବାରରେ ସାନଭାଇ ଦୀପ୍ତିକାନ୍ତ ତାଙ୍କୁ ସହଯୋଗ କରନ୍ତି। ବାପା, ମା’, ଦୁଇଭାଇ, ସ୍ତ୍ରୀ ଓ ୫ବର୍ଷର ଝିଅଙ୍କୁ ନେଇ ତାଙ୍କ ପରିବାର। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ଓଡ଼ିଶାରେ ପଥର ଶିଳ୍ପ ଓ ଶିଳ୍ପୀର ଯଥେଷ୍ଟ ଗୁରୁତ୍ୱ ରହିଛି। ଏ ଦିଗରେ ବେକାର ଯୁବକମାନେ ମନୋନିବେଶ କରି ପଥର ଶିଳ୍ପୀ ହେବାକୁ ଇଚ୍ଛା କଲେ ବେକାର ସମସ୍ୟା ଦୂର ହେବା ସହିତ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri