‘ଦୃଢ଼ ଇଚ୍ଛାଶକ୍ତିରେ ଚାଲିଛି ୫-ଟି, ମୋ ସରକାର’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସ୍ବଚ୍ଛ ଉପାୟରେ ଜନସାଧାରଣଙ୍କୁ ସେବା ଯୋଗାଇ ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର ମୂଳମନ୍ତ୍ର। ଜନସାଧାରଣଙ୍କ ମତାମତ ଆଧାରରେ କାମ କରିବା ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ୫-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ ଓ୍ବାର୍କ, ଟାଇମ ଓ ଟ୍ରାନ୍ସଫର୍ମେଶନ) ପ୍ରଶାସନର ମୂଳମନ୍ତ୍ର ପାଲଟିଛି। ୫-ଟି ଏବଂ ମୋ ସରକାର ଭଳି ଅଭିନବ କାର୍ଯ୍ୟକ୍ରମ ସରକାରଙ୍କ ଦୃଢ ଇଚ୍ଛାଶକ୍ତି ସହ କାର୍ଯ୍ୟକାରୀ ହେଉଛି। ନୂତନ ଓଡ଼ିଶା ଗଠନ କରିବା ଦିଗରେ ପରିବର୍ତ୍ତନ ଉପରେ ଧ୍ୟାନଦେଇ ଏବଂ ଲୋକଙ୍କ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ନେଇ ସରକାର କାର୍ଯ୍ୟ କରି ଚାଲିଛନ୍ତି। କେବଳ ସେତିକି ନୁହେଁ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆଧାରିତ ଅନ୍ତ୍ୟୋଦୟ ନୀତିିକୁ ପ୍ରାଥମିକତା ଦେଇ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଣୟନ ଓ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ। ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଆରମ୍ଭ ଦିବସରେ ଅଭିଭାଷଣ ରଖି ରାଜ୍ୟପାଳ ଗଣେଶୀ ଲାଲ ସରକାରଙ୍କ ଏମିତି ଗୁଣଗାନ କରିବା ସହ ରାଜ୍ୟ ବିକାଶର ରଙ୍ଗିନ ଚିତ୍ର ଆଙ୍କିଛନ୍ତି।
ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ୨୦୦୦ରୁ ଓଡ଼ିଶାକୁ ବିକାଶର ଏକ ନୂତନ ଶିଖରରେ ପହଞ୍ଚାଇବାକୁ ସରକାର କଠିନ ପରିଶ୍ରମ କରୁଛନ୍ତି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରର ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରାଣ କେନ୍ଦ୍ର ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଭିତ୍ତିଭୂମିର ବ୍ୟାପକ ପରିବର୍ତ୍ତନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି।
କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟରେ ଜାତୀୟ ଏଜେଣ୍ଡା କାର୍ଯ୍ୟକାରୀ କରାଯାଇଛି। କୃଷି କ୍ଷେତ୍ରର ସମସ୍ତ ସେବାଗୁଡିକୁ ୫-ଟି ଓ ମୋ ସରକାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରତ୍ୟେକ ଜିଲାରେ ମୋ ସରକାର ଡେସ୍କ ସ୍ଥାପନ କରାଯାଇଛି। କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାକୁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ସମସ୍ତ କୃଷି କାର୍ଯ୍ୟଜନିତ ଆବଶ୍ୟକତା ପାଇଁ ପ୍ରାଥମିକ ସମବାୟ ସମିତିଗୁଡିକୁ ଏକକ ସମାଧାନ କେନ୍ଦ୍ର ଭାବେ ପରିବର୍ତ୍ତନ କରାଯାଇଛି। ୨୦୨୦-୨୧ରେ ସରକାର ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ସେହିପରି ୧୨ ହଜାର ଅଚଳ ଉଠାଜଳସେଚନକୁ କାର୍ଯ୍ୟକ୍ଷମ କରାଯିବା ସହ ୨୦୦କ୍ଷୁଦ୍ର ଜଳସେଚନ ଭଣ୍ଡାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଦୈନିକ ସର୍ବନିମ୍ନ ୭୦ ଲିଟର ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଗାଇ ଦିଆଯାଇଛି। ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ହସ୍ତଶିଳ୍ପ ନୀତି-୨୦୧୯ ପ୍ରଚଳନ କରାଯାଇଛି। ପିଲାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ନବମ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯାଇଛି।
ରାଜ୍ୟର ଆର୍ଥିକ ସ୍ଥିତି ଭଲ ଅବସ୍ଥାକୁ ଆସିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି ଯେ, ସରକାର ଋଣଗ୍ରସ୍ତ ଅବସ୍ଥାରୁ ମୁକୁଳି ପାରିଛନ୍ତି। ୨୦୦୨-୦୩ରେ ମୋଟ ଘରୋଇ ଋଣ ଅନୁପାତ ୫୦.୭ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧୬.୮ ପ୍ରତିଶତକୁ ଖସି ଆସିଛି। ରାଜସ୍ବ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ରେ ୪୦.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୫.୮ ପ୍ରତିଶତକୁ ହ୍ରାସ ପାଇଛି। ବଜେଟ ପୁସ୍ତକକୁ ବନ୍ଦ କରି ଡିଜିଟାଲ ପ୍ରକ୍ରିୟାରେ କରାଯାଇଥିବାରୁ ୫୭ ଲକ୍ଷ ପୃଷ୍ଠାର କାଗଜ ମୁଦ୍ରଣ ରୋକାଯାଇପାରିଛି। ଏହାଦ୍ୱାରା ବର୍ଷକୁ ପ୍ରାୟ ୭ ହଜାର ବୃହତ ବୃକ୍ଷ ବଞ୍ଚିଯାଇପାରିବ। ଆଗାମୀ ଦିନରେ ସବୁଜ ଅଭିଯାନର ଅଂଶ ଭାବେ ବିନା କାଗଜରେ ବଜେଟ ପ୍ରସ୍ତୁତ କରାଯିବ। ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ୯୨୩୦ କିମି ରାସ୍ତା ଏବଂ ୨୭୫ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଘରଡିହ ପଟ୍ଟା ଦେଇ ସରକାର ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣଠାରୁ ଆରମ୍ଭ କରି ଶିଳ୍ପ ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସକାଶେ ସରକାର ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌ ଆରମ୍ଭ କରିଛନ୍ତି। ଏଥିସହିତ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨ ମଧ୍ୟରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ୩ୟ ସଂସ୍କରଣ ଅନୁଷ୍ଠିତ ହେବ। ପର୍ଯ୍ୟଟନର ବିକାଶ ପାଇଁ ସରକାର ଶାମୁକା ବେଳାଭୂମି ପ୍ରକଳ୍ପ କରିଛନ୍ତି। ୨୦୨୦ରୁ ଏହା କାର୍ଯ୍ୟକାରୀ ହେବ। କ୍ରୀଡାର ବିକାଶ ସମ୍ପର୍କରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି ଯେ, ଭୁବନେଶ୍ୱରରେଠାରେ ଚଳିତବର୍ଷ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରାଯିବ। ଏଥିସହିତ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ଅସରପା ଓ ପିମ୍ପୁଡ଼ି

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ତାଲିକାରେ ୧୮ତମ ସ୍ଥାନରେ ଥିବା ଉଜ୍ଜ୍ୱଳ ଭୂୟାଁ କଲେଜିୟମ୍‌ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଅଭାବ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଥିଙ୍କ୍‌ ଟ୍ୟାଙ୍କ୍‌…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri