ଦୂରହୋଇପାରୁନି ଭୟ

ପୁରୀ ଅଫିସ,୯ା୧୧: ବାତ୍ୟା ବୁଲ୍‌ବୁଲ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ପଡିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବର୍ଷା ଓ ପବନ ହେବ। ବୁଲ୍‌ବୁଲକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ କରିଥିଲେ ମଧ୍ୟ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ କିନ୍ତୁ ଚିନ୍ତାରେ ଅଛନ୍ତି। ବାତ୍ୟା ଫନୀର ତାଣ୍ଡବକୁ ଦେଖିଥିବା ଏବଂ ଏହାର ଅନୁଭୂତିକୁ ଅଙ୍ଗେ ନିଭାଇଥିବାରୁ ବୁଲ୍‌ବୁଲକୁ ନେଇ ସେମାନେ ଭୟଭୀତ ହୋଇପଡିଛନ୍ତି। ଯଦିଓ ପୁରୀରେ ଏହା ଏତେ ମାତ୍ରାରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି ତଥାପି ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସତର୍କତା ସ୍ବରୂପ ବେଳାଭୂମିରେ ଲଗାଯାଇଛି ନାଲି ପତାକା। ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ମଧ୍ୟ ସଜାଗ ରହିଛନ୍ତି। ଅପରପକ୍ଷେ ଫନୀର କରାଳ ରୂପକୁ ଅତି ନିକଟରୁ ଦେଖିଥିବା ସମୁଦ୍ର କୂଳିଆ ଅର୍ଥାତ୍‌ ନୋଳିଆ ସମ୍ପ୍ରଦାୟର ଲୋକେ ସମୁଦ୍ରକୁ ପୂଜା କରିଛନ୍ତି।
ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଥିବାବେଳେ ଆଗୁଆ ପଦକ୍ଷେପ ସ୍ବରୂପ ଶୁକ୍ରବାର ଓ ଶନିବାର ଦୁଇଦିନ ସବୁ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। ସକାଳେ ଜିଲାପାଳ ବଲୱନ୍ତ ସିଂ ସମୁଦ୍ର କୂଳ ପେଣ୍ଠକଟା ବସ୍ତିକୁ ଯାଇ ଲୋକମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ବର୍ଷା, ପବନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡିଲେ ସେମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପଡିବ। ତେଣୁ ଏଥିରେ ସହଯୋଗ କରିବା ଲାଗି ବୁଝାଇଛନ୍ତି। ସେହିପରି ଜିଲାର ସମସ୍ତ ବିଡିଓଙ୍କୁ ସତର୍କ କରାଯାଇଛି। ଜିଲାର ସମସ୍ତ ଅଧିକାରୀଙ୍କୁ ହେଡ୍‌କ୍ବାର୍ଟର ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ପରଖିଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଡେଲାଙ୍ଗ ଓ ପିପିଲି, ଉପଜିଲାପାଳ ଭବତାରଣ ସାହୁ ବ୍ରହ୍ମଗିରି ବ୍ଲକକୁ ଯାଇଥିବାବେଳେ ଅନ୍ୟ ଅଧିକାରୀମାନେ ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ତଦାରଖ କରିଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ କହିଛନ୍ତି ଯେ, ପ୍ରଶାସନ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଅଛି। ଜିଲାର ସବୁ ବ୍ଲକର ସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି। ଶନିବାର ସକାଳେ ବର୍ଷା, ପବନ ଅଧିକ ହୋଇପାରେ ବୋଲି ଯେଉଁ ଆଶଙ୍କା କରାଯାଉଛି ସେଥିପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିଛି। ଅଧିକ ପବନ ଯୋଗୁ କେଉଁଠି ଗଛ ପଡି ରାସ୍ତା ଅବରୋଧ ହେଲା କିମ୍ବା ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲା ତୁରନ୍ତ ଏହାକୁ ସ୍ବାଭାବିକ କରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତଳିଆ ଅଞ୍ଚଳ ପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ପଡିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥାା କରାଯାଇଛି। ସକାଳୁ ପାଗ କୋହଲା ରହିଥିବାବେଳେ ମଧ୍ୟାହ୍ନ ୧୨ଟାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ଝିପିଝିପି ବର୍ଷା ଲାଗିରହିଥିବାବେଳେ ହାଲକା ପବନ ବହୁଥିଲା। ଏହା ପରଠାରୁ ବର୍ଷା ଛାଡ଼ିଯାଇଥିବାବେଳେ କୋହଲା ପବନ ଜାରି ରହିଥିଲା।

ସମୁଦ୍ରକୁ ପୂଜା କଲେ ଲୋକେ
ପୁରୀ ବେଳାଭୂମି ପ୍ରତି ତୀକ୍ଷ୍ମଣ ନଜର ରଖାଯାଇଛି। ପର୍ଯ୍ୟଟକମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଥିବାବେଳେ ଦିଗବାରିଣୀଠାରୁ ସୁକ୍‌ପ୍ୟାଲେସ ପର୍ଯ୍ୟନ୍ତ ବେଳାଭୂମିରେ ନାଲି ପତକା ଲଗାଯାଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ସ୍ନାନ ନ କରିବା ଲାଗି ପର୍ଯ୍ୟଟକଙ୍କୁ ଲାଇଫ୍‌ଗାର୍ଡମାନେ ବାରଣ କରୁଛନ୍ତି। ବେଳାଭୂମିର ବିଭିନ୍ନ ସ୍ଥାନରେ ଲାଇଫ୍‌ଗାର୍ଡ ମୁତୟନ ରହି ପର୍ଯ୍ୟଟକଙ୍କୁ ସଚେତନ କରୁଥିବା ଲାଇଫ୍‌ଗାର୍ଡ ଅଧିକାରୀ ଧନଞ୍ଜୟ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ସାଧାରଣ ଦିନ ଅପେକ୍ଷା ବର୍ତ୍ତମାନ ସମୁଦ୍ରରେ ଅଧିକ ଉଚ୍ଚ ଜୁଆର ଆସୁଛି। ପୁରୀ ସମୁଦ୍ର ପାଇଁ ୩ ନଂ. ବିପଦ ସଂକେତ ଦିଆଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫନୀ ବାତ୍ୟାରେ ସମୁଦ୍ରର କରାଳ ରୂପକୁ ଦେଖିଥିବା ଉପକୂଳିଆ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକେ ଅଧିକ ଭୟଭୀତ ହୋଇପଡିଛନ୍ତି। ଯଦିଓ ବୁଲ୍‌ବୁଲ୍‌ ଓଡ଼ିଶା ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହୁଛି ତଥାପି ଏହାକୁ ବିଶ୍ୱାସକୁ ନେଇପାରି ନାହାନ୍ତି ସମୁଦ୍ର କୂଳିଆ ଲୋକେ। ତେଣୁ ସମୁଦ୍ରକୁ ପୂଜା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନୋଳିଆ ସମ୍ପ୍ରଦାୟର ମହିଳା ଏବଂ ପୁରୁଷ ଦିଗବାରିଣୀ ନିକଟ ବେଳାଭୂମିରେ ଧୂପ, ଦୀପ ଦେଇ ସମୁଦ୍ରକୁ ପୂଜା କରିଛନ୍ତି। ପାଣି ନ ଉଠୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ବେଳାଭୂମି ମାର୍ଗ ବିଭିନ୍ନ ହୋଟେଲରେ ଥିବା ପର୍ଯ୍ୟଟକମାନଙ୍କୁ ହୋଟେଲ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri